ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପକ୍ଷୀ ମାନଙ୍କର ଜଳ ସେବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ପ୍ରୟାସ!!

ପକ୍ଷୀ ମାନଙ୍କର ଜଳ ସେବା ପାଇଁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ପ୍ରୟାସ!!

କେନ୍ଦ୍ରାପଡ଼ା :-ସାରା ଓଡିଶା ଏବେ ଗ୍ରୀଷ୍ମ ପ୍ରବାହ ରେ ଅସ୍ତବ୍ୟସ୍ତ। ଚାରିଆଡ଼େ ହାହାକାର, ସମସ୍ତ ଙ୍କୁ ପାଣି ର ଆବଶ୍ୟକ। ସମସ୍ତେ ଶାନ୍ତି ରେ ବଞ୍ଚିବାକୁ ଚାହୁଁଛନ୍ତି କିନ୍ତୁ ପ୍ରକୃତି ର ସନ୍ତୁଳନ କେହି ଚାହାନ୍ତି ନାହିଁ। ଶ୍ରେଷ୍ଠ ପ୍ରାଣୀ ମଣିଷ ର ପାଟି ଖୋଲୁଥିବା ରୁ ସେ ପାଣି ର ଆବଶ୍ୟକତା ଅତି ସହଜ ରେ ହାସଲ କରିଥାଏ । ଯେଉଁ ମାନଙ୍କର କହିବାର ଶକ୍ତି ନାହିଁ ସେମାନଙ୍କର କଣ ପାଣି ର ଆବଶ୍ୟକ ନାହିଁ। ଗ୍ରୀଷ୍ମ ଋତୁରେ ଏହି କଥା କୁ ଶ୍ରେୟ କରି କେନ୍ଦ୍ରାପଡା ଜିଲ୍ଲାର ସାମାଜିକ ସଙ୍ଗଠନ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ଭାଈ ମାନେ ଆଜି ପକ୍ଷୀ ମାନଙ୍କ ପାଇଁ ପାନୀୟ ଜଳ ର ସୁବିଧା କରିଥଲେ। ଯାହା କେନ୍ଦ୍ରାପଡା ସହର ର ଅନତି ଦୂର ଧଉଡିଆ ବନ୍ଧ ଓ ତାର ଆଖ ପାଖ ଅଞ୍ଚଳରେ ଥିବା ବୃକ୍ଷ ମାନଙ୍କ ରେ ମାଟି ପାତ୍ର ବାନ୍ଧି ତା ମଧ୍ୟ ରେ ପାଣି ରଖି ଥିଲେ। ସୁଦୂର ଆଳୀ ଅଂଚଳ ର ଦିବ୍ୟଙ୍ଗ ବ୍ୟକ୍ତି ଗୋଲଖ ବିହାରୀ ମହାନ୍ତି ଏହି କାର୍ଯ୍ୟକ୍ରମ ରେ ଭାଗ ନେଇ ବାର୍ତା ରଖିଥିଲେ କି ଧନ୍ୟ ଏହି ଟ୍ରଷ୍ଟ ଯେ ପାଟି ନ ଖୋଲୁଥିବା ଜୀବ ମାନଙ୍କ ର ସେବା ପାଇଁ ତତ୍ପର। ଆଜିର ଏହି ସେବା ଧର୍ମି କାର୍ଯକ୍ରମ ରେ ଭାଗ ନେଇଥିବା ବ୍ୟକ୍ତି ମାନେ ହେଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି, ହରିହର ନାୟକ, ଆଲୋକ କୁମାର ମଲ୍ଲିକ, ମନୋଜ କୁମାର ରାଉତ, ପ୍ରତାପ ବେହେରା ଓ ସହଦେବ ପ୍ରମୁଖ ସଭ୍ୟ ମାନେ ସହ ଯୋଗ କରିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଅନ୍ତୋଦୟ ଗୃହ ଯାଜନରେ 320 ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ବାଣ୍ଟିଲେ ବ୍ଲକ ଅଧ୍ୟକ୍ଷା 

masiha

ଆନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ କାର୍ଯ୍ୟକ୍ରମ ରେ ସମ୍ମାନିତ ହେଲେ ଜିଲ୍ଲା ପରିଷଦ ଉପାଧକ୍ଷା  ଶ୍ରୀମତୀ ସୁଧିରା ମେହେର

Sunil Chandra Nayak

ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ  ଧର୍ମଗଡ ଏଲନିସି ମିଶନ ସ୍କୁଲର ଭାରତୀ ଅଗ୍ରୱାଲ ଙ୍କ ସଫଳତା…

masiha

Leave a Comment

error: Content is protected !!