ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବ୍ଯବସ୍ତା ଘେରରେ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ

ଥୁଆମୂଳ ରାମପୁର:୮/୪- ମ.ସି.ହା:- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସଦର ମହକୁମା ଠାରେ ଥିବା ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ ଏବେ ଅବ୍ଯବସ୍ତା ଘେରରେ ରହିଅଛି। ବର୍ଷା ଦିନ ଆସିଗଲେ ଏହି କାର୍ଯ୍ଯାଳୟର ଅବସ୍ଥା ଯାହା ହୁଏ ତାହା ନିଜେ ଆଖିରେ ଦେଖିଥିବା ଲୋକ ହିଁ ବିଶ୍ବାସ କରିପାରିବେ। ସ୍ଥାନେ ସ୍ଥାନେ  କାନ୍ଥ ଗୁଡିକ ଫାଟି ଆଁ କରିଛି। ଛାତରୁ ପାଣି ଝରି କୋଠରୀ ଗୁଡିକରେ ପଡି ଓଦା ହୋଇଯାଏ। କାର୍ଯ୍ଯାଳୟର କର୍ମଚାରୀ ମାନେ ବାରଦୁଆର ସୁଣ୍ଢିପିଣ୍ତା ଭଳି ଅବସ୍ଥା ଭୋଗୁଛନ୍ତି। ଯାହାଫଳରେ ନଥିପତ୍ର ପାଣିରେ ଓଦାହୋଇ ନଷ୍ଟ ହେବା ଭଳି ସମସ୍ୟା ସୃଷ୍ଟି ହୋଇଥାଏ। ଏହା ସହିତ କାର୍ଯ୍ଯାଳୟର ସୁରକ୍ଷା ବାଡ ଏଯାଏଁ ହୋଇପାରିଲା ନାହିଁ, ଯାହାଫଳରେ ଚରା ଗାଈଗୋରୁଙ୍କ ଗୋଠ ସ୍ବଦୃଶ୍ଯ ଅବସ୍ଥା ହୋଇପଡୁଛି। ପାଚେରୀ ନଥିବା ଯୋଗୁଁ ରାତିରେ ରହିବା ସୁରକ୍ଷିତ ଉଚିତ ମନେହୁଏ ନାହିଁ। ବିଭିନ୍ନ ସମସ୍ଯା ଘେରରେ ଏହି କାର୍ଯ୍ଯାଳୟ ରହିଥିଲେ ମଧ୍ୟ ଜିଲ୍ଲା ବିଭାଗୀୟ ଅଧିକାରୀ ଏହା ଉପରେ ଗୁରୁତ୍ୱ ଦେଉନଥିବା ଜଣାପଡିଛି। ଥୁଆମୂଳ ରାମପୁର ବ୍ଳକର ଯେଉଁଠି କି ଶିକ୍ଷାର କେନ୍ଦ୍ର ବିନ୍ଦୁ। ସେହି କାର୍ଯ୍ଯାଳୟର ଅବସ୍ଥା ଶୋଚନୀୟ ଅବସ୍ଥାରେ ପଡିରହିଛି। ତେବେ ଦୁର୍ଗମ ଅଞ୍ଚଳରେ ରହିଥିବା ବିଦ୍ୟାଳୟ ଗୁଡିକ କେଉଁ ଭଳି ରହିଥିବ ତାହା ସହଜରେ ଅନୁମାନ କରାଯାଇପାରେ। ଏନେଇ ବ୍ଳକ ଶିକ୍ଷାଧିକାରୀଙ୍କ ପକ୍ଷରୁ ଲିଖିତ ଜଣାଇ ଆସୁଥିବା ବେଳେ ଜିଲ୍ଲା ଠାରୁ ବ୍ଳକ ପ୍ରଶାସନ ଏହା ଉପରେ ପଦକ୍ଷେପ ଗ୍ରହଣ କରୁନଥିବା ଏହା ଏକ ଦୁଃଖଦ ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଜିଲ୍ଲା ଶିକ୍ଷା ବିଭାଗ ଏହା ଉପରେ ଗୁରୁତ୍ୱ ଦେଇ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟର ପାରିପାର୍ଶ୍ବିକ ବିକାଶ ଉପରେ ଗୁରୁତ୍ୱ ଦିଅନ୍ତୁ ବୋଲି ଦାବି ହେଉଅଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ସାନ୍ତାଳ ଇଞ୍ଜିନିୟରସ ଓ୍ବେଲଫେୟାର ଏସୋସିଏସନ ପକ୍ଷରୁ ବୃକ୍ଷରୋପଣ ଓ ଆଦର୍ଶ ଗ୍ରାମ ପ୍ରତିଷ୍ଠା ନେଇ ବୈଠକ

Sunil Chandra Nayak

ଢ଼ାବା ମାଳିକାନି ହତ୍ୟା ଘଟଣା , ଅଭିଯୁକ୍ତ ଗିରଫ

ତୃପ୍ତି ରାଣୀ ପାତ୍ର ଙ୍କ କବିତା ସେବା ଦାନ ଧର୍ମ

Sunil Chandra Nayak

Leave a Comment

error: Content is protected !!