ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାଣୀ ସହାୟକ କେନ୍ଦ୍ରରେ ନାହାନ୍ତି କର୍ମଚାରୀ

ପ୍ରାଣୀ ସହାୟକ କେନ୍ଦ୍ରରେ ନାହାନ୍ତି କର୍ମଚାରୀ

ବାଲେଶ୍ଵର,୦୭/୫/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ପ୍ରାଣୀ ଚିକିତ୍ସାଳୟ ଅଧିନରେ ଥିବା ହରିପୁର ପ୍ରାଣୀଧନ ନିରୀକ୍ଷକ କମଳା କାନ୍ତ ମଲ୍ଲିକଙ୍କୁ ବିଭାଗୀୟ ନିର୍ଦ୍ଦେଶକ କଟକଙ୍କ ଚିଠି ନଂ ୩୪୦୭ ତା ୧୧.୦୩.୨୦୨୪ ରିଖ ଅନୁସାରେ ବାଲେଶ୍ଵର ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ବାହାନଗା ବ୍ଲକ ଗୋପାଳପୁର ଅଧିନରେ ଥିବା ଆରୁହାବାଡ ପ୍ରାଣୀ ସହାୟକ କେନ୍ଦ୍ରକୁ ବଦଳି କରାଯାଇଥିଲା , ହରିପୁର ପ୍ରାଣୀଧନ କେନ୍ଦ୍ରରୁ ଗତ ତା ୧୬.୩.୨୦୨୪ ରିଖ ଠାରୁ ରିଲିଭ କରାଯାଇଥିଲା, ହେଲେ ଆଜି ପର୍ଯ୍ୟନ୍ତ ହରିପୁର ପ୍ରାଣୀ ଚିକିତ୍ସା କେନ୍ଦ୍ରର ସମସ୍ତ କାଗଜପତ୍ର ଓ ସରକାରୀ ଜିନିଷ ପତ୍ର ହସ୍ତାନ୍ତର ନିମନ୍ତେ ନିକଟସ୍ଥ ଏଲ ଆଇ, ବର୍ତ୍ତନାର ଉମାକାନ୍ତ ବହଳିଙ୍କୁ ଦ୍ବାୟିତ ନେବା ପାଇଁ ଖଇରା ବିଭିଓ ଚିଠି ନଂ ୨୦୩ତା ୫.୪.୨୪ ରିଖରେ ଉଲ୍ଲେଖ କରିଥିଲେ ମଧ୍ୟ ହରିପୁର ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ରର ସମସ୍ତ ସରକାରୀ କାଗଜପତ୍ର ଓ କେନ୍ଦ୍ରର ଆସବାବପତ୍ର ନଦେଇ କେନ୍ଦ୍ରକୁ ବନ୍ଦ କରି ଫିଲ୍ଡରେ ବୁଲି ବୁଲି ଚିକିତ୍ସା କରୁଛନ୍ତି, ଯାହା ଫଳରେ ହରିପୁର ପ୍ରାଣୀ ସହାୟକ କେନ୍ଦ୍ରକୁ ଆସୁଥିବା ଗୋପାଳକ ଚାଷୀ ମାନେ କୃତ୍ରିମ ପ୍ରଜନନ, ଗୋ ଚିକିତ୍ସାରୁ ବଞ୍ଚିତ ଓ ନିରାଶ ହୋଇ ଫେରୁଛନ୍ତି, ଏବିଷୟରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି, ଯାହା କରିବେ ବିଭାଗୀୟ ନିର୍ଦ୍ଦେଶକ କଟକ, ଜିଲ୍ଲା ପ୍ରଶାସନ ହାତରେ କୌଣସି କ୍ଷମତା ନାହିଁ, ଏବିଷୟରେ ବିଭାଗୀୟ ନିର୍ଦ୍ଦେଶକଙ୍କୁ ଯୋଗାଯୋଗ କରା ଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନଥିଲା, ଏଣୁ ତୁରନ୍ତ ହରିପୁର ପ୍ରାଣୀ ଚିକିତ୍ସା ସହାୟକ କେନ୍ଦ୍ର ଖୋଲା ଯିବା ପାଇଁ ଜନସାଧାରଣ ଓ ବୁଦ୍ଧିଜୀବି ମାନେ ଦାବି କରିଛନ୍ତି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ 

masiha

ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଓ ବିଶିଷ୍ଟ ଶିଳ୍ପପତି ଙ୍କ ବିୟୋଗ

masiha

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!