ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧର୍ମଗଡ ରେ ନିର୍ବାଚନୀ ସଭା ,ସମ୍ବିଧାନର ସୁରକ୍ଷା ହିଁ ଦେଶର ସୁରକ୍ଷା … ଭୂପେସ ବଘେଲ 

ଧର୍ମଗଡ ରେ ନିର୍ବାଚନୀ ସଭା

ସମ୍ବିଧାନର ସୁରକ୍ଷା ହିଁ ଦେଶର ସୁରକ୍ଷା … ଭୂପେସ ବଘେଲ 

ସମ୍ବିଧାନ ରହିଲେ ହିଁ ଦେଶ ସୁରକ୍ଷିତ ରହିବ। ସମ୍ବିଧାନ ହିଁ ଦେଶର ସୁରକ୍ଷା କବଚ। ଶାସନ ଗାଦିରେ ବସିବା ପାଇଁ ସଂଖ୍ୟା ଗରିଷ୍ଠତା ଦରକାର। ମୋଦୀ ସରକାର କିନ୍ତୁ ୪୦୦ ପାର ନାରା ଦେବା ଅର୍ଥ ଅଧିକ ସଂଖ୍ୟା ବଳ ହେଲେ ସମ୍ବିଧାନ ର‌ହିବ ନାହିଁ। ସମ୍ବିଧାନ ନରହିଲେ ନିର୍ବାଚନ ହେବ ନାହିଁ। ନିର୍ବାଚନ ନହେଲେ ଗଣତନ୍ତ୍ର ବଦଳରେ ରାଜତନ୍ତ୍ର ସ୍ଥାପିତ ହେବ। ଲୋକେ ଭୋଟ ଦେବା ଅଧିକାର ହରେଇବେ। ସରକାର ବୋଲି କିଛି ରହିବ ନାହିଁ। ଯେଉଁମାନେ ଶାସନ ଗାଦିରେ ବସିବେ ସେମାନେ ଜନସାଧାରଣଙ୍କ ନିକଟରେ ଉତ୍ତରଦାୟୀ ରହିବେ ନାହିଁ। ଫଳରେ ଏକଛତ୍ରବାଦ ବଢ଼ିବ। ବେକାରୀ ସମସ୍ୟା ବଢିବ ବୋଲି ବୁଧବାର ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଧର୍ମଗଡ଼ ଠାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଯୋଗଦେଇ ସମବେତ ଜନତାଙ୍କୁ କହିଥିଲେ। ଶ୍ରୀ ବଘଲେ ବିଜେପି ବିଜେଡି ସରକାରକୁ ସମାଲୋଚନା କରି ଜନବିରୋଧୀ ସରକାର ବୋଲି କହିବା ସହ କଂଗ୍ରେସ ପ୍ରାର୍ଥୀନୀ ରଶ୍ମିରେଖା ରାଉତ,ତୁଳେଶ୍ଵର ନାଏକ ଏବଂ ଦ୍ରୋପଦୀ ମାଝୀ ପାଇଁ ଭୋଟ ମାଗିଥିଲେ। ସଭାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ ଯୋଗଦେଇ ବିଜେଡି ସରକାର ଉପରେ ବର୍ଷି ଥିଲେ। ଚାକିରୀ କରିବାକୁ ଓଡ଼ିଶା ଆସିଥିବା ଜଣେ ପବ୍ଳିକ ସରଭେଣ୍ଟ ପାଖରେ ବିଜେଡି ସରକାରର ମନ୍ତ୍ରୀ ବିଧାୟକ ମାନେ ଯେଉଁଭଳି ନତମସ୍ତକ ହୋଇ ଠିଆ ହେଉଛନ୍ତି ତାହା ଲଜ୍ଜାଜନକ। ଗଣତନ୍ତ୍ର ପାଇଁ ଏହା ଶୁଭଙ୍କର ନୁହେଁ। ସେମାନେ ନିର୍ବାଚିତ ପ୍ରତିନିଧି। ଲୋକଙ୍କ ପାଖରେ ତାଙ୍କ ଉତ୍ତରଦାୟିତ୍ୱ ରହିଛି। ସମସ୍ତଙ୍କୁ ସମାନ ଅଧିକାର , ସମ୍ବିଧାନର ସୁରକ୍ଷା, ମାଁ ମାଟିର ସୁରକ୍ଷା ଏବଂ ବେକାରୀ ଦୁରିକରଣ ପାଇଁ କଂଗ୍ରେସର ଆବଶ୍ୟକତା ରହିଛି ବୋଲି ଶ୍ରୀ ଦାଶ କହିବା ସହ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ। କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀନୀ ରଶ୍ମିରେଖା ରାଉତ, ଜୁନାଗଡ଼ ତୁଳେଶ୍ଵର ନାଏକ ଏବଂ ସାଂସଦ ପ୍ରାର୍ଥୀନୀ ଦ୍ରୋପଦୀ ମାଝୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ କଂଗ୍ରେସ ନେତା ତୁଷାର ପାଟ୍ଟଯୋଷୀ ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ଵହଳଦା ବ୍ଳକ ବିଜେପି ତରଫରୁ ବିଶାଳ ତ୍ରିରଙ୍ଗା ଯାତ୍ରା ପରିକ୍ରମା

Sunil Chandra Nayak

ଜେଏମଏମ ଦଳର ଭିତରାମଦା ପଞ୍ଚାୟତ କମିଟୀ ଗଠିତ

Sunil Chandra Nayak

ବିଶ୍ବାସଘାତ ଙ୍କୁ କଡା ଜବାବ ଦେବା ପାଇଁ ଆହ୍ବାନ 

masiha

Leave a Comment

error: Content is protected !!