ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୂପେନ ମହାପାତ୍ରଙ୍କ ଚେନାଏ ଗଳ୍ପ ପୁସ୍ତକ ଉନ୍ମୋଚନ ଓ ଆଲୋଚନାସଭା

ଭୂପେନ ମହାପାତ୍ରଙ୍କ ଚେନାଏ ଗଳ୍ପ ପୁସ୍ତକ ଉନ୍ମୋଚନ ଓ ଆଲୋଚନାସଭା

ରାଉରକେଲା ସଭା …….

ରାଉରକେଲା: ସୁନ୍ଦରଗଡ ଲେଖକ ସାମ୍ମୁଖ୍ୟ ଓ ମଧୁସୂଦନ ପାଠାଗାର ର ମିଳିତ ଆନୁକୂଲ୍ୟରେ ସାମୁଖ୍ୟର ସଭାପତି ଭୂପେନ ମହାପାତ୍ରଙ୍କ ଚେନାଏ ଗଳ୍ପ ପୁସ୍ତକ ର ଅନାଵରଣ ଉତ୍ସବ, ଶିଶୁ ସାହିତ୍ୟର ବର୍ତ୍ତମାନ ଓ ଭବିଷ୍ୟତ ଉପରେ ଆଲୋଚନାଚକ୍ର,ଗଳ୍ପ ପଠନ ଓ କଵିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସାମୁଖ୍ୟ ର ସଭାପତି ବିଶିଷ୍ଟ କଥାକାର, ସାହିତ୍ୟିକ, ସଂଗଠକ ଭୂପେନ ମହାପାତ୍ର ସଭାପତିତ୍ବ କରିଥିଲାବେଳେ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ଶଙ୍କର ପ୍ରସାଦ ତ୍ରିପାଠୀ,ଵରେଣ୍ୟ ଵକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷା ନିରୀକ୍ଷିକା ମଞ୍ଜୁଳା କୁମାରୀ ରଥ, ସମ୍ପାଦିକା ରଶ୍ମୀଵାଳା ରାଉତରାୟ, ମୁଖ୍ୟଅତିଥି ଭାଵେ ବରିଷ୍ଠ ଶିଶୁ ସାହିତ୍ୟିକ ତଥା ପ୍ରାକ୍ତନ ସଭାପତି ତ୍ରିଲୋଚନ ମଥାନ, ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ଗିରିଶ ଚନ୍ଦ୍ର ମହାପାତ୍ର, ଉଦ୍ଘାଟିକା ଭାବେ ଡାକ୍ତର ଗୀତାଞ୍ଜଳି ପତ୍ରୀ ପ୍ରମୁଖ ଯୋଗଦେଇ ଥିଲେ। ଅତିଥି ମାନେ ଶିଶୁ ସାହିତ୍ୟ ବର୍ତ୍ତମାନ ଓ ଭବିଷ୍ୟତ ତଥା ସାମାଜିକ ଵାସ୍ତଵଵାଦ ଶୀର୍ଷକ ଉପରେ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଶ୍ରୀ ମହାପାତ୍ର କହିଥିଲେ ଯେ ଶିଶୁ ସାହିତ୍ୟ ସହଜ ସରଳ ଓ ବୋଧଗମ୍ୟ ହେବାସହ , ଗଳ୍ପ, କଵିତା ଧର୍ମୀୟ ଚେତନା, ସାମାଜିକ ବ୍ୟବସ୍ଥା ଉପରେ ପର୍ଯ୍ୟବେଶିତ ହେଵା ଆଵଶ୍ୟକ ବୋଲି ମତ ରଖିଥିଲେ । ମୁଖ୍ୟ ଅତିଥି ଶ୍ରୀ ମଥାନ କହିଲେ ଯେ ଅତୀତ ନଥିଲେ, ବର୍ତ୍ତମାନ ନ ଥାଏ,ଆଉ ଯେଉଁଠି ଅତୀତ ରହିଛି, ବର୍ତ୍ତମାନ ଵି ସଦ୍ୟ ପ୍ରସ୍ପୁଟିତ ହେବ, ବର୍ତ୍ତମାନ ଵି ତାର ଉଜ୍ଜଳ ହୋଇ ରହିବ । ଅନେକ ଶିଶୁ ସାହିତ୍ୟର ଉପରେ କବିତା, ଗଳ୍ପ ପୁସ୍ତକ ଉପରେ ଆଲୋଚନା କରିଥିଲେ। ପ୍ରଥମ ପର୍ଯ୍ୟାୟରେ କଵି ନିରୁପମା ପତି କାର୍ଯ୍ୟକ୍ରମ ପରିଚାଳନା କରିଥିଵା ଵେଳେ ଉପସଭାପତି ଚିତ୍ତରଞ୍ଜନ ବ୍ରହ୍ମା ଧନ୍ୟବାଦ ଅର୍ପଣ କରିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଵିକ୍ରମ ଆଚାର୍ଯ୍ୟ, ସୁପ୍ତି କର ଓ ମହେଶ୍ବତା ସାହୁ ଗଳ୍ପ ପାଠ କରିଥିବା ବେଳେ କଵିତା ପର୍ଯ୍ୟାୟରେ ଶ୍ରୀ ବ୍ରହ୍ମା ସଭାପତିତ୍ବ ଓ ସୁପ୍ତି କର ତଥା ଗୀତାରାଣୀ ବେହେରା କବିତା ଗୁଡିକୁ ସଂଯୋଜନା କରିଥିଲେ। ସହରର ବହୁ କବି କବିତା ପାଠ କରିଥିଲାବେଳେ ବହୁ ବୁଦ୍ଧିଜୀବୀ ସାହିତ୍ୟିକ ଉପସ୍ଥିତ ଥିଲେ। ଦ୍ଵିତୀୟ ପର୍ଯ୍ୟାୟରେ ମଧୁସୂଦନ ପାଠାଗାର ର ସାଧାରଣ ସମ୍ପାଦକ ଵିଜୟ କୁମାର ଵରାଳ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଇକ ଦୁର୍ଘଟଣାରେ ମହିଳା ଆହତ, ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି

masiha

ପ୍ରତି ବ୍ଲକ ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ସ୍ଥାପନ ଦାବି କଲେ ସାଂସଦ ନିରଞ୍ଜନ ବିଶି.

Sunil Chandra Nayak

ଭାରତୀୟ ବିକାଶ ପରିଷଦ ପତ୍ର ସଂଖ୍ୟା ୯୭ ରେ ଟପିଲା ଆନ୍ଦୋଳନ 

Leave a Comment

error: Content is protected !!