ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଚଢାଉ ୧ ଗିରଫ 

ଅବକାରୀ ଚଢାଉ ୧ ଗିରଫ 

ଡାବୁଗାଁ, ୯/୫ (ମ.ନି.ସ.)- ନବରଙ୍ଗପୁର ଜିଲାର ଜିଲାପାଳ ଡ. କମଳ ଲୋଚନ ମିଶ୍ର ଓ ଜିଲା ଅବକାରୀ ଅଧିକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ତରଫରୁ ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ଗୁରୁବାର ଚଢାଉ କରାଯାଇଥିଲା | ପୋଖନାଗୁଡା ଗ୍ରାମର ଙ୍କ ଏକ ଦୋକାନ ବାହାରେ ବିକ୍ରି ଉଦ୍ଦେଶ୍ୟରେ ବସ୍ତାରେ ମହୁଲ ରଖିଥିବା ବେଳେ ଅବକାରୀ ବିଭାଗ ଚଢାଉ କରି ୮୦୦ କି.ଗ୍ରା. ମହୁଲ ଜବତ କରଯାଇଥିଲା | ଏଥିରେ ସମ୍ପୃକ୍ତ ପୋଖନାଗୁଡା ଗ୍ରାମର କୃଷ୍ଣଚନ୍ଦ୍ର ମହାନ୍ତି (୪୬) କୁ ଗିରଫ କରାଯାଇଛି | ସମ୍ପୃକ୍ତ ଅଭିଯୁକ୍ତ ଙ୍କୁ ନୋଟିସ ଦେଇ ଛାଡି ଦିଆଯାଇଛି | ଏହି ଚଢାଉରେ ଡାବୁଗାଁ ଅବକାରୀ ଉପନିରିକ୍ଷକ ବୁଲୁ ପାତ୍ର, ସହ ଉପନିରିକ୍ଷକ ସୁରେନ୍ଦ୍ର କୁମାର ପଣ୍ଡା, କର୍ମଚାରୀ ସୁରେଖା ଭତ୍ରା, ନାରାୟଣ ମୁଦୁଲି ଓ ଶ୍ରୀକାନ୍ତ ବିଶୋୟୀ ପ୍ରମୁଖ ସାମିଲ ଥିଲେ | ଏନେଇ ଡାବୁଗାଁ ଅବକାରୀ କାର୍ଯ୍ୟ|ଳୟ କେସ ନଂ ୩୦/୨୦୨୪-୨୫ ରେ ଏକ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ହରିଶଙ୍କର ରୋଡ ରେଳ ଷ୍ଟେସନ ଠାରୁ ଗଞ୍ଜେଇ ଜବତ ସହ ଦୁଇ ଜଣ ମହିଳା ଗିରଫ

Sunil Chandra Nayak

ଭିଜିଲାନ୍ସ ଯନ୍ତାରେ କରଂଜିଆ ତହସିଲଦାର ଚାର୍ଲ୍ସ ନାଏକ

ମୁନିଗୁଡା ପୋଲିସ ପଞ୍ଝାରେ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ସହ ୫ଗିରଫ 

masiha

Leave a Comment

error: Content is protected !!