ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ବାଚନ କାର୍ଯ୍ୟରେ ଯୋଗ ନଦେଲେ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ 

ନିର୍ବାଚନ କାର୍ଯ୍ୟରେ ଯୋଗ ନଦେଲେ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ 

ରାୟଗଡ:-ତା.୧୦/୦୫- ରାୟଗଡା ଜିଲ୍ଲାରେ ସମକାଳୀନ ସାଧାରଣ ନିର୍ବାଚନ ପାଇଁ ଜନ ପ୍ରତିନିଧିତ୍ୱ ଅଧିନିୟମ ୧୯୫୧ ଅନ୍ତର୍ଗତ ବିଭାଗ ୧୬୦ ଅନୁସାରେ ,ଆବଶ୍ୟକତା ଦୃଷ୍ଟିକୋଣରୁ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟୱାନ ମହାଜନ ବିଭିନ୍ନ ବିଭାଗୀୟ କର୍ମଚାରୀଙ୍କୁ ନିର୍ବାଚନ ପରିଚାଳନା ନିମନ୍ତେ ନିଯୁକ୍ତି ଦେଇଛନ୍ତ। ଆସନ୍ତା ତା ୧୩.୦୫.୨୦୨୪ରେ ରାୟଗଡ ଜିଲ୍ଲାରେ ଭୋଟଗ୍ରହଣ ଅନୁଷ୍ଠିତ ହେଉଥିବାରୁ ନିର୍ବାଚନ ସମ୍ପାଦନ କରିବା ପାଇଁ କର୍ମଚାରୀଙ୍କୁ ଆସନ୍ତା ୧୧.୦୫.୨୦୨୪ ଠାରୁ ୧୨.୦୫.୨୦୨୪ଓ଼ ୧୩.୦୫.୨୦୨୪ ରିଖରେ ଡିସପର୍ସlଲ ଏବଂ ରିସିଭିଙ୍ଗ ସ୍ଥାନ ଯଥା ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ, ରାୟଗଡ ଏବଂ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସିରିଗୁଡାରେ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ଯୋଗଦେବା ପାଇଁ ନିର୍ଦେଶ ଦିଆଯାଇଛି l

ଯଦି କୌଣସି କର୍ମଚାରୀ ଏହି ଆଦେଶକୁ ଅବଜ୍ଞା କରି ନିର୍ବାଚନ କାର୍ଯ୍ୟରେ ଯୋଗନଦେଲେ କିମ୍ବା ଅବହେଳା କରନ୍ତି ତାହାହେଲେ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ରାୟଗଡ ଶ୍ରୀ ମହାଜନ ପ୍ରକାଶ କରିଛନ୍ତି l

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭର୍ଚୁଆଲ ମାଧ୍ୟମରେ ଆମ ବ୍ୟାଙ୍କ୍ ଉଦ୍ଘାଟନ ରାଜ୍ୟ ସରକାର

masiha

କର୍ଲାମୁଣ୍ଡା ବ୍ଲକ କୃଷକ ସାଥି ଉତ୍ପାଦକ କମ୍ପାନୀର ୩ୟ ବାର୍ଷିକ ସାଧାରଣ ସଭା 

Sunil Chandra Nayak

ମାଟିଗାଁ ପଂଚାୟତରେ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!