ସମକାଳୀନ ସାଧାରଣ ନିର୍ବାଚନ,୨୦୨୪ ରାୟଗଡ ଜିଲ୍ଲାରେ ନିର୍ବାଚନ ପ୍ରସ୍ତୁତି
ରାୟଗଡା ଜିଲ୍ଲାରେ ସମକାଳୀନ ସାଧାରଣ ନିର୍ବାଚନ,୨୦୨୪କୁ ସୁପରିଚାଳନା କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରସ୍ତୁତି କରାଯାଇଛି । ଜିଲ୍ଲାର ୧୩୮(ସଂ) ଗୁଣପୁର, ୧୩୯(ସଂ),ବିଷମକଟକ ୧୪୦ (ସଂ) ରାୟଗଡ ବିଧାନସଭା ନିର୍ବାଚନ ମଣ୍ତଳୀ ସହିତ ୨୧ (ସଂ) କୋରାପୁଟ ଲୋକସଭା ଆସନ ନିମନ୍ତେ ଆସନ୍ତା ତା.୧୩.୫.୨୦୨୪ ରିଖରେ ମତଦାନ ଅନୁଷ୍ଠିତ ହେବାକୁ ଯାଉଛି । ଏଥି ନିମନ୍ତେ ଗୁଣପୁର ନିର୍ବାଚନ ମଣ୍ତଳୀ ନିମନ୍ତେ ୨୯୦ଟି ବୁଥରେ ,ବିଷମକଟକ ନିର୍ବାଚନ ମଣ୍ତଳୀର ୨୯୩ଟି ବୁଥ ଓ ରାୟଗଡ ନିର୍ବାଚନ ମଣ୍ତଳୀର ୩୦୧ଟି ବୁଥରେ ନିମନ୍ତେ ଓ଼ଡ଼ିଶା ବିଧାନ ସଭା ଓ କୋରାପୁଟ ଲୋକ ସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ଏହି ତିନେଟି ନିର୍ବାଚନ ମଣ୍ତଳୀ ନିମନ୍ତେ ଜିଲ୍ଲାର ୫୩୦୪ ଜଣ ପାଲିଙ୍ଗ ଓ ପ୍ରିଜାଇଡିଂ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ସେହିପରି ପ୍ରତ୍ୟେକ ବୁଥ ସୁରକ୍ଷା ପାଇଁ ପୋଲିସକୁ ନିୟୋଜିତ କରାଯାଇଛି । ଗୁଣୁପୁର ନିର୍ବାଚନ ମଣ୍ଡଳୀ ନିମନ୍ତେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଓ଼ ବିଷମକଟକ ନିର୍ବାଚନ ନିମନ୍ତେ ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପଡିଆ ରାୟଗଡ ଠାରେ ପୋଲିଂ ଓ ପ୍ରିଜାଇଡିଂଙ୍ଗ ଅଧିକାରୀ ମାନଙ୍କୁ କାର୍ଯ୍ୟ ସମ୍ପାଦନ ପାଇଁ ସମ୍ପୃକ୍ତ ବୁଥକୁ ଆଜି ତା ୧୧.୦୫.୨୦୨୪ରଖରେ ପଠାଯାଇଛି ।ସେହିପରି ଆସନ୍ତା ତା ୧୨.୦୫.୨୦୨୪ରିଖରେ ରାୟଗଡା ନିର୍ବାଚନ ମଣ୍ଡଳୀ ନିମନ୍ତେ ପୋଲିଙ୍ଗ ଓ଼ ପ୍ରଜା୍ଇଡିଂ ଅଧିକାରୀ ମାନଙ୍କୁ ପଠାଯିବ l ସେହିପରି ଆଦର୍ଶ ବୁଥ ମଧ୍ୟରୁ ସଖୀ ବୁଥ ୮୮ଟି ,ଯୁବ ବର୍ଗ ବୁଥ ୧୫ଟି,ଦିବ୍ୟାଙ୍ଗ ବୁଥ ୩ଟି , ଆଦିମ ଜନଜାତି ପାଇଁ ଗୋଟିଏ ଏବଂ ଗୋଟିଏ ଇକୋ ଫ୍ରେଣ୍ଡଲି ବୁଥ ବ୍ୟବସ୍ଥା କରାଯାଇଛି ।
ଜିଲ୍ଲାର ୮୮୪ ପୋଲିସ ଷ୍ଟେଷନରୁ ୭୧୩୧୫୩ ଜଣ ଭୋଟର ତିନୋଟି ନିର୍ବାଚନ ମଣ୍ତଳୀରୁ ଭୋଟ ଦେବେ । ସେଥିରୁ ୩୩୫୯୭୭ ଜଣ ପୁରୁଷ ୩୭୬୯୮୮ ଜଣ ମହିଳା ଭୋଟର ଥିବା ବେଳେ ୧୮୮ଜଣ ତୃତୀୟ ଲିଙ୍ଗ ଭୋଟର ନିଜର ମତଦାନ କରିବେ । ଜିଲ୍ଲାର ସମସ୍ତ ଭୋଟର ନିଜ ନିଜ ପରିଚୟ ପତ୍ର ମାଧ୍ୟମରେ ଭୋଟ ଦେବେ ।
ଚଳିତ ନିର୍ବାଚନକୁ ସ୍ୱଚ୍ଛ ଓ ଅବାଧ ଭାବେ ଆୟୋଜନ କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ତିନୋଟି ନିର୍ବାଚନ ମଣ୍ତଳୀ ନିମନ୍ତେ ୪ଜଣ ସହକାରୀ ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ,୧୮ଗୋଟି ଫ୍ଲାୟଙ୍ଗ ସ୍କୁଆଡ,୧୮ଗୋଟି ସ୍ଟାଟକ ସର୍ଭେଲାନ୍ସ ,୩ଗୋଟି ଭିଡିଓ ସର୍ଭେଲାନ୍ସ ଟିମ, 3ଗୋଟି ଭିଡିଓ ଭିୟୁଙ୍ଗ ଟିମ ଓ 3 ଗୋଟି ଆକାଣ୍ଟିଙ୍ଗ ଟିମ ଗଠନ କରାଯାଇଛି । ଟିମକୁ ସୁରକ୍ଷିତ ପହଂଚାଇବା ନିମନ୍ତେ ପ୍ରତ୍ୟେକ ବ୍ଲକରେ ସେକ୍ଟର ଅଧିକାରୀ ଓ଼ ଜୋନାଲ ପର୍ଯ୍ୟବେକ୍ଷକ ନିୟୋଜିତ କରାଯାଇଛି l
ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍


