ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚର୍ଚ୍ଚାରେ ଧର୍ମଗଡ ବ୍ଲକସ୍ଥିତ ଗମ୍ଭାରୀଗୁଡା ଯଶୋଦା ଅନାଥ ଆଶ୍ରମ , ଦିବ୍ୟାଙ୍ଗ ଅନାଥ ଛୁଆ ଙ୍କୁ ନିଜର କରିଛନ୍ତି ଏକ ବିଦେଶୀ ଦମ୍ପତି….

ଚର୍ଚ୍ଚାରେ ଧର୍ମଗଡ ବ୍ଲକସ୍ଥିତ ଗମ୍ଭାରୀଗୁଡା ଯଶୋଦା ଅନାଥ ଆଶ୍ରମ

ଦିବ୍ୟାଙ୍ଗ ଅନାଥ ଛୁଆ ଙ୍କୁ ନିଜର କରିଛନ୍ତି ଏକ ବିଦେଶୀ ଦମ୍ପତି….

ବିଦେଶରେ ପରିଚୟ ପାଇବ କଳାହାଣ୍ଡି ର ଦିବ୍ୟାଙ୍ଗ ଅନାଥ ଛୁଆ

କଳାହାଣ୍ଡି: ଦୁଇ ସନ୍ତାନ ଥାଇ ବି କଳାହାଣ୍ଡିର ଏକ ଦିବ୍ୟାଙ୍ଗ ଅନାଥ ଛୁଆ ଙ୍କୁ ନିଜର କରିଛନ୍ତି ଏକ ବିଦେଶୀ ଦମ୍ପତି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଧର୍ମଗଡ ବ୍ଲକ ଗମ୍ଭାରୀଗୁଡା ଯଶୋଦା ଅନାଥ ଆଶ୍ରମରେ।ୟୁଏସଏ ଆମେରିକା ର ଟେସ୍ସସେସ (କାଲିଫର୍ଣ୍ଣିଆ)ସହର ରୁ ଏକ ବିଦେଶୀ ଦମ୍ପତ୍ତି ଆସି ଗୁରୁବାର ଯଶୋଦା ଅନାଥ ଆଶ୍ରମ ରେ ଥିବା ଏକ ଅନାଥ ଦିବ୍ୟାଙ୍ଗ ଶିଶୁ କନ୍ୟା କୁ ପୋଷ୍ୟ ପୁତ୍ର ଗ୍ରହଣ କରିବା ସହିତ ତାଙ୍କୁ ନିଜ ଦେଶ କୁ ନେଇଛନ୍ତି। ଫଳରେ ଏବେ ଓଡ଼ିଆ ଶିଶୁ ବିଦେଶ ରେ ବଢିବା ସହିତ ନିଜର ପରିଚୟ ପାଇବ।ନିଜ ଛୁଆ କୁ ଦେଇ ତାର ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ଭଗବାନ ଙ୍କୁ ଆଶୀର୍ବାଦ ମାଗିଛନ୍ତି ଅନାଥ ଆଶ୍ରମ ର ପୁରୋଧା ଶ୍ୟାମ ସୁନ୍ଦର ଜାଲ ତାଙ୍କ ପତ୍ନୀ କସ୍ତୁରୀ । ସେପଟେ ଦିବ୍ୟଙ୍ଗ ଛୁଆ କୁ ପୋଷ୍ୟ ପୁତ୍ର ଗ୍ରହଣ କରିବା ପରେ ଉତ୍ସାହିତ ହୋଇଛନ୍ତି ଦୁଇ ବିଦେଶୀ ଦମ୍ପତି । ଏହି ଆଶ୍ରମରେ ୭୮ ଜଣ ଶିଶୁ ରହିଛନ୍ତି।ଗତ ୩୨ ବର୍ଷ ହେଲା ଯଶୋଦା ମା କସ୍ତୁରୀ ନିଜ ସ୍ନେହ ଓ ମମତାର ବାନ୍ଧି ରଖିଛନ୍ତି ସମସ୍ତଙ୍କୁ। ପୂର୍ବରୁ ମଧ୍ୟ ଜଣେ ବିଦେଶୀ ଏଠାରୁ ଜଣେ ଶିଶୁ ଙ୍କୁ ପୋଷ୍ୟ ପାଇଁ ନେଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ,କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିକଟସ୍ଥ ଗମ୍ଭାରୀଗୁଡା ଗ୍ରାମର ଯଶୋଦା ଅନାଥ ଆଶ୍ରମ । ଧର୍ମଗଡରୁ ମାତ୍ର କିଛି ଦୁରରେ ଥିବା ଏହି ଅନାଥ ଆଶ୍ରମ କୋମଳମତି ଶିଶୁଙ୍କ ଭବିଷ୍ୟତ ଗଢିବାରେ ପ୍ରମୁଖ ଭୁମିକା ବହନ କରିଛି । ଆଶ୍ରମର ପ୍ରତିଷ୍ଠାତା ଶ୍ୟାମସୁନ୍ଦର ଜାଲଙ୍କ ଧର୍ମପତ୍ନୀ କସ୍ତୁରୀ ଜାଲ । ବୟସ ତାଙ୍କର ପାଖାପାଖି ୫୦ । ତାଙ୍କର ଜନ୍ମିତ ୩ଟି ସନ୍ତାନ ବ୍ୟତୀତ ତାଙ୍କ ପାଖରେ ଅଛନ୍ତି ୭୩ ଶିଶୁ । ବର୍ଷେ ନୁହେଁ ଦୁଇ ବର୍ଷ ନୁହେଁ ଦୀର୍ଘ ୩୫ ବର୍ଷ ହେଲା ଯଶୋଦା ମା କସ୍ତୁରୀ ନିଜେ ସ୍ନେହ ଓ ମମତାରେ ବାନ୍ଧି ରଖିଛନ୍ତି ସମସ୍ତଙ୍କୁ । ଅନାଥ ଅବସ୍ଥାରେ ରାସ୍ତା କଡରେ ପଡିଥିବା କୋମଳମତି ଶିଶୁ ମାନଙ୍କୁ ସାହାରା ଦେଇ ମା କସ୍ତୁରୀ ନିଜ ପରିଚୟରେ ସେମାନଙ୍କୁ ବଞ୍ଚିବାର ରାହା ଦେଖାଇଛନ୍ତି ।

ନିଜ ଛୁଆକୁ ପର କରି ଅନାଥ ପିଲାଙ୍କୁ ନିଜର କରିଛନ୍ତି ଏହି ଦମ୍ପତି, ଅନାଥାଶ୍ରମ ଗଢି ସୃଷ୍ଟି କରିଛନ୍ତି ଅନନ୍ୟ ଉଦାହରଣ….

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଓଡିଶା ସାମ୍ବାଦିକ ସଂଘ କଳାହାଣ୍ଡି ଶାଖା ପକ୍ଷରୁ ଜାତୀୟ ପ୍ରେସ ଦିବସ ପାଳିତ

masiha

ମେଡ଼ିକାଲରେ ରୋଗୀ ଓ ପ୍ରସୂତି ମହିଳାମାନଙ୍କୁ ଫଳ ବାଣ୍ଟିଲେ ଯୁବଶକ୍ତି ର ଅଧ୍ୟକ୍ଷ ହିମାଂଶୁ

Sunil Chandra Nayak

ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଜଙ୍ଗଲରୁ ଉଦ୍ଧାର, ହାତୀ ଆକ୍ରମଣ ସନ୍ଦେହ

Sunil Chandra Nayak

Leave a Comment

error: Content is protected !!