ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣି ପାଇଁ ତାତିଲେ ତେନ୍ତୁଳିଖୁଣ୍ଟି ଗ୍ରାମବାସୀ : ଧାରଣା ଦେଲେ

ପାଣି ପାଇଁ ତାତିଲେ ତେନ୍ତୁଳିଖୁଣ୍ଟି ଗ୍ରାମବାସୀ : ଧାରଣା ଦେଲେ

ତେନ୍ତୁଳିଖୁଣ୍ଟି , ୧୭/୦୫/୨୪ : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡ଼ା ପଞ୍ଚାୟତ ସଦର ମହକୁମା ଠାରେ ଥିବା ମେଗାଜଳଯୋଗାଣ ପ୍ରକଳ୍ପ ଅଫିସ ଠାରେ ତେନ୍ତୁଳିଖୁଣ୍ଟି ଗ୍ରାମର ଆବାଳବୃଦ୍ଧବନିତା ମୁଖ୍ୟ ଫାଟକ ପାଖରେ ଧାରଣା ଦେଇଥିଲେ ।ସୂଚନା ପ୍ରକାରେ ଗତ କିଛି ଦିନ ମଧ୍ୟରେ ସମ୍ପୃକ୍ତ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କୌଣସି ପ୍ରକାର ପଦେକ୍ଷେପ ନେଇନଥିବା ବେଳେ ଶୁକ୍ରବାର ଦିନ ତେନ୍ତୁଳିଖୁଣ୍ଟି ଗ୍ରାମବାସୀ ଏଭଳି ମୁଖ୍ୟ ଫାଟକ ପାଖରେ ଧାରଣା ଦେଇଥିବା ଦେଖାଯାଇଛି । ପ୍ରକାଶ ଥାଉକି ଉକ୍ତ ଗ୍ରାମରେ ଚଳିତ ମାସରେ ଘୋର ଜଳ ସଙ୍କଟ ପରିସ୍ଥିତିର ସାମ୍ନା କରୁଥିବା ବେଳେ ସମ୍ପୃକ୍ତ କମ୍ପାନୀର ଚରମ ଅବହେଳା କରୁଥିବା ପ୍ରକାଶ କରିଛନ୍ତି ଗ୍ରାମର ମହିଳାମାନେ । ଅନ୍ୟ ପକ୍ଷରେ କମ୍ପାନୀ କର୍ମଚାରୀ ମାନେ ଉକ୍ତ ଗ୍ରାମରେ କାର୍ଯ୍ୟ କରିବାକୁ ଯାଇଥିବା ବେଳେ ଗ୍ରାମର କିଛି ବ୍ୟକ୍ତି କର୍ମଚାରୀଙ୍କୁ ଗଣ୍ଡଗୋଳ କରିଥିବା କମ୍ପାନୀ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି । ଏଥିପାଇଁ କୌଣସି କର୍ମଚାରୀ କାର୍ଯ୍ୟ କରିବା ପାଇଁ ରାଜି ହେଉନାହାନ୍ତି ବୋଲି କହିଛନ୍ତି । ଜଳ ଯୋଗାଣ କରି ୫/୬ମାସ ବିତି ଯାଇଥିଲେ ମଧ୍ୟ ପାନୀୟ ଜଳର ଅଭାବର ଶିକାର ହୋଇ ତେନ୍ତୁଳିଖୁଣ୍ଟି ଗ୍ରାମବାସୀ ଦୂଷିତ ପାଣି ପିଇବାକୁ ବ୍ୟବହାର କରୁଥିବା ପ୍ରକାଶ କରିଛନ୍ତି । ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରି ପଚାରି ବୁଝିବାରୁ ସେ ଖୁବଶୀଘ୍ର ତଦନ୍ତ କରି ତେନ୍ତୁଳିଖୁଣ୍ଟି ବାସୀଙ୍କ ପାନୀୟ ଜଳର ଅଭାବ ଦୂର କରାଯିବ ବୋଲି କହିଛନ୍ତି । କିନ୍ତୁ କମ୍ପାନୀ କର୍ମଚାରୀ ମାନେ କାର୍ଯ୍ୟ କରିବାକୁ ଗଲେ ତେନ୍ତୁଳିଖୁଣ୍ଟି ଗ୍ରାମବାସୀ ସହଯୋଗ କରିବାକୁ ବିଭାଗୀୟ ଅଧିକାରୀ କହିଛନ୍ତି । ଆଗାମୀ ୭ଦିନ ମଧ୍ୟରେ ତେନ୍ତୁଳିଖୁଣ୍ଟି ଗ୍ରାମକୁ ପାନୀୟ ଜଳଯୋଗାଣ ନହେଲେ ଉତ୍ୟକ୍ତ ଗ୍ରାମବାସୀ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଖ୍ୟ ଫାଟକ ଆଗରେ ଧାରଣା ଦେବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି । ବ୍ଲକର କିଛି ଅଞ୍ଚଳ ରେ ପାନୀୟ ଜଳ ଯୋଗାଣ ହେଉଥିବା ବେଳେ ତେନ୍ତୁଳିଖୁଣ୍ଟି ସଦର ମହକୁମା ଭଳିବକିଛି ଅଞ୍ଚଳ ରେ ପାନୀୟ ଜଳ ଯୋଗାଣ କାହିଁକି ହୋଇପାରୁନାହିଁ ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। କମ୍ପାନୀ ପାଇପ ବିଛାଇ ରାସ୍ତାଘାଟ ବେହାଲ କରୁଥିବା ବେଳେ ପାନୀୟଜଳ ଯୋଗାଣରେ ପା ତର ଅନ୍ତ୍ରର ନିନ୍ଦନୀୟ ବୋଲି କହିଛନ୍ତି ଗ୍ରାମବାସୀ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ଵିଜାତଳା ରେ ପଶ୍ଚିମ ମୟୂରଭଂଜ ନୂତନ ବିଜେଡି ଜିଲ୍ଲା ସଭାପତି ଏବଂ ଵିଜାତଳା ବ୍ଳକ ସଭାପତିଙ୍କୁ ବ୍ଲକ ବିଜେଡି ତରଫରୁ ଭବ୍ୟ ସମ୍ଵର୍ଧନା

Sunil Chandra Nayak

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀଙ୍କ ପ୍ରୟାସରେ ରାଇରଙ୍ଗପୁରରେ କ୍ବେସ୍ କର୍ପ ପ୍ରାଇଭେଟ୍ ଲିମିଟେଡ ଆନୁକୁଲ୍ୟରେ ବୃହତ ନିଯୁକ୍ତି ମେଳା

Sunil Chandra Nayak

ନିର୍ମାଣର ୨ ମାସ ନହେଉଣୁ ଦବି ଗଲାଣି ରାସ୍ତା, ନିମ୍ନମାନର କାର୍ଯ୍ୟ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!