ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ସେପ୍ଟେମ୍ୱର 26 ରୁ 30 ମାଉଣ୍ଟଆବୁ ଠାରେ ରାଷ୍ଟ୍ରୀୟ ମିଡିଆ ସମ୍ମିଳନୀ

ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ସେପ୍ଟେମ୍ୱର 26 ରୁ 30 ମାଉଣ୍ଟଆବୁ ଠାରେ ରାଷ୍ଟ୍ରୀୟ ମିଡିଆ ସମ୍ମିଳନୀ

ବ୍ରହ୍ମପୁର,18/5 : ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ ପକ୍ଷରୁ ରାଷ୍ଟ୍ରୀୟ ମିଡିଆ ସମ୍ମିଳନୀ ରାଜସ୍ଥାନର ମାଉଣ୍ଟଆବୁ ସ୍ଥିତ ବ୍ରହ୍ମାକୁମାରୀ ଆଶ୍ରମର ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଆଗାମୀ 2024 ସେପ୍ଟେମ୍ୱର 26 ରୁ 30 ତାରିଖରେ ଅନୁଷ୍ଠିତ ହେବ ବୋଲି ବ୍ରହ୍ମାକୁମାରୀ ବିଶ୍ଵବିଦ୍ୟାଳୟର ମିଡିଆ ୱିଙ୍ଗର ଚେୟାରମ୍ୟାନ ବି.କେ କରୁଣା ଓଡ଼ିଶା ରାଜ୍ୟ ଶାଖାକୁ ସୂଚନା ଦେଇଛନ୍ତି। ଏହି ରାଷ୍ଟ୍ରୀୟ ସମ୍ମିଳନୀରେ ‘ସୁସ୍ଥ ଓ ସୁଖୀ ସମାଜ ପାଇଁ ଆଧ୍ୟାତ୍ମିକ ସଶକ୍ତିକରଣ-ଗଣମାଧ୍ୟମର ଭୂମିକା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଭାରତ ବର୍ଷର ବିଭିନ୍ନ ରାଜ୍ୟରୁ ପ୍ରାୟ ଏକ ହଜାର ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମ୍ୱାଦପତ୍ରର ସମ୍ପାଦକ ଓ ସାମ୍ୱାଦିକ ପ୍ରତିନିଧିମାନେ ଏହି ସମ୍ମିଳନୀରେ ଯୋଗଦେବାକୁ ଇଚ୍ଛୁକ ଅଛନ୍ତି, ସେହି ସହରରେ ଥିବା ବ୍ରହ୍ମାକୁମାରୀ ଈଶ୍ଵରୀୟ ବିଶ୍ଵବିଦ୍ୟାଳୟ କେନ୍ଦ୍ର ସହ ଯୋଗାଯୋଗ କରିପାରିବେ। ମାଉଣ୍ଟଆବୁରେ ପହଞ୍ଚିବା ପାଇଁ ପୂର୍ବରୁ ରେଳ ସଂରକ୍ଷଣର ଆବଶ୍ୟକତା ରହିଛି। ସେଠାରେ ପହଞ୍ଚିବା ପରେ ଅନୁଷ୍ଠାନ ପକ୍ଷରୁ ରହିବା ଓ ଖାଇବା ବ୍ୟବସ୍ଥା କରାଯାଇଛି। ସମ୍ମିଳନୀର ଗୁରୁତ୍ଵ ଦୃଷ୍ଟିରୁ ଆପଣମାନେ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘ ସଭାପତି ରବି ରଥ ଅନୁରୋଧ କରିଛନ୍ତି।

 ରବି ରଥ

ସଭାପତି
ଓଡ଼ିଶା ରାଜ୍ୟ କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘ

Related posts

ବଡଓଲମା ଓ ଘୋଡାଖୁଣ୍ଟା ଗ୍ରାମ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ 

masiha

ବିଜ୍ଞାନ ଓ ଗଣିତ ପ୍ରତିଯୋଗିତା ଉତ୍ସବ 

masiha

ଘୁମୁରାର ତାଳେ ତାଳେ ଦୁଲୁକିଵ ମା ଲଙ୍କେଶ୍ୱରୀ ମଞ୍ଚ

masiha

Leave a Comment

error: Content is protected !!