ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କେନ୍ଦ୍ର ମନ୍ତ୍ରୀଙ୍କ ଫୋକସରେ ମୟୂରଭଞ୍ଜ ଲୋକସଭା

କେନ୍ଦ୍ର ମନ୍ତ୍ରୀଙ୍କ ଫୋକସରେ ମୟୂରଭଞ୍ଜ ଲୋକସଭା

 ମୟୂରଭଞ୍ଜ -୨୧/୦୫ ( ମସିହା)ଆସନ୍ତା ଜୁନ ୧ ରେ ଶେଷ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ ମୟୂରଭଞ୍ଜ ଲୋକସଭା ମଧ୍ୟ ଅନୁଷ୍ଠିତ ହେବ । ଏଥିପାଇଁ ବିଜେପି ତରଫରୁ ବ୍ୟାପକ ରଣନୀତି ସହ ପ୍ରଚାର ଓ ପ୍ରସାର କାର୍ଯ୍ୟକ୍ରମ ଜୋରଦାର କରିଛି । ଆଜି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଗୋରୁମହିଷାଣୀ ଅଂଚଳର ଲୋଧାବଣୀଖେଳ ପଡ଼ିଆରେ ବିଜେପି ତରଫରୁ ସଂକଳ୍ପ ସମାଵେଶ ରାଜ୍ୟ ସଂପାଦକ ନବୀନ ରାମଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଝାଡ଼ଖଣ୍ଡ ରାଜ୍ୟର ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ ନବ ଚରଣ ମାଝି,ଖଣ୍ଡଓ୍ବା ସାଂସଦ ଗଣେଶ୍ୱର ପାଟିଲ, ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ଜଲେନ ନାଏକ,ସାରସକଣା ବିଧାୟକ ପ୍ରାର୍ଥୀ ଭାଦବ ହାଁସଦା,ମହିଳା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାନ୍ତ,ଆଡଭୋକେଟ ଉପେନ୍ଦ୍ର ମଣ୍ଡଳ,ଜିଲ୍ଲା ସଂପାଦକ ମନୋଜ ଦାସ,ଅଶୋକ ମହାନ୍ତ,ଉମେଶ ସାହୁ,ବିଜୁ ଗୋପାଲ ଗୋପ, ପ୍ରମୁଖ ଉପସ୍ଥିତ ଥିଲେ ।ଦଳ ତରଫରୁ ମୁଖ୍ୟ ଅତିଥିଙ୍କୁ ଫୁଲମାଳ ଦେଇ ସମ୍ବର୍ଦ୍ଧିତ କରା ଯାଇଥିଲା । ମୁଖ୍ୟ ଅତିଥି କହିଥିଲେ ଓଡ଼ିଶା ବର୍ତ୍ତମାନ ପରିବର୍ତ୍ତନ ମୁହାଁ । ଲୋକଙ୍କ ଘରେ ଘରେ ମୋଦୀଙ୍କ ବାର୍ତ୍ତା ‘ ଦୁଇଟି ପଦ୍ମ ଦୁଇଗୁଣ ବିକାଶ’ ନାରା ପହଞ୍ଚାଇବାକୁ ସମସ୍ତ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଥିଲେ । ନବୀନ ସରକାରଙ୍କ ଅମଳରେ ଯୁବାଵର୍ଗ ହତୋତ୍ସାହିତ,ମହିଳା ଓ ଶିଶୁ ଶୋଷିତ ଓ ନିର୍ଯାତିତ, ଚାଷୀ ଅବହେଳିତ । କେନ୍ଦ୍ର ଓଡ଼ିଶାକୁ ରେଳ ବଜେଟ ଅଧିକା ଟଙ୍କା, ଅଧିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କୃଷକଙ୍କୁ ସହାୟତା,ଉଜ୍ବଳା ଯୋଜନା,ସ୍ବଛ ଭାରତ ଯୋଜନା,ପାନୀୟ ଜଳ, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା,ଚନ୍ଦ୍ରାୟନ ଭଳି ବହୁ ଯୁଗାନ୍ତକାରୀ ଯୋଜନା କରିଛନ୍ତି । ତେଣୁ ସମସ୍ତେ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ପାଇଁ ସାଂସଦ ପ୍ରାର୍ଥୀ ନବ ଚରଣ ମାଝୀ,ବିଧାୟକ ପ୍ରାର୍ଥୀ ଜଲେନ ନାୟକଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ଅନୁରୋଧ କରିଥିଲେ । କାର୍ଯ୍ୟକ୍ରମରେ ପ୍ରବଳ ଗ୍ରୀଷ୍ମ ସତ୍ବେ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଯୋଗ ଦେଇଥିଲେ ।ପରେ ମିଶ୍ରଣ ପର୍ବରେ କୁଲେଇଶିଳା ପ୍ରାକ୍ତନ ସରପଞ୍ଚ ସନତ ପାହାଡି, ରାମଚନ୍ଦ୍ର ନାଏକ,ମଙ୍ଗଲ ହାଁସଦା ଏବଂ ଅନ୍ୟମାନେ ସାମିଲ ହୋଇଥିଲେ । ସେମାନଙ୍କୁ ଅତିଥିଗଣ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ରେ ଭାରତ ଯୋଡ ଯାତ୍ରା

Sunil Chandra Nayak

ରାୟଗଡ଼ା ଜିଲ୍ଲା ବିଜେଡିର ସାମ୍ବାଦିକ ସମ୍ମିଳନୀ — ମହାଭାରତ ଶେଷ ଧର୍ମର ଜୟ ସୁଧୀର ଙ୍କ କଟଷ

Sunil Chandra Nayak

ଭାରତୀୟ ଜନତା ପାର୍ଟି ଧର୍ମଗଡ ଉପଖଣ୍ଡ ଶାଖା ପକ୍ଷରୁ ମଦ ମାଫିଆ ଙ୍କ କୁଶପୁତ୍ତଳା ଦାହ

masiha

Leave a Comment

error: Content is protected !!