ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସବାନା ମେମରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ

ସବାନା ମେମରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟନ 

ବନ୍ଧୁଗାଁ ତା,୨୩/୫/୨୪, କୋରାପୁଟ ଜିଲ୍ଲା ର ଅନେକ ବ୍ଲକରେ ଟାଏଁ ଟାଏଁ ଖରା ଯେତେ ହେଉଛି ଖେଳାଳୀଙ୍କ ମନ ଖେଳ କୁଦ ପାଇଁ ସେତେ ଆଗ୍ରହ ବଡ଼ି ଚାଲିଛି ଓ ଜାଗା ଜାଗାରେ କ୍ରିକେଟ ଟୁର୍ନାମେଣ୍ଟ ଖେଳର ଆୟୋଜନ ମଧ୍ୟ କରା ଯାଉଥିବାର ଦେଖିବାକୁ ମିଳୁଚି I ବର୍ତମାନ କିଛିଦିନ ପୂର୍ବେ ଗାରିଡି ଗ୍ରାମ ପଞ୍ଚାୟତ ର ଡ଼ୁମାଡଙ୍ଗର ବିଦ୍ୟାଳୟ ର ଖେଳ ପଡିଆ ଠାରେ (DPL) ନାମରେ ଟୁର୍ନାମେଣ୍ଟ ଖେଳର ଆୟୋଜନ କରାଯାଇ ଵର୍ତମାନ ଚାଲିଛି ଏଥିରେ ଶେଷଦିନ ବିଜୟ ଦଳକୁ ୨୫ ହଜାର ଓ ପରାଜୟ ଦଳକୁ ୨୦ହଜାର ଟଙ୍କା ରଖା ଯାଇଅଛି I ଏଥି ମଧ୍ୟରେ ବନ୍ଧୁଗାଁ ମଧ୍ୟ ବାଦ ପଡିନାହିଁ I ବନ୍ଧୁଗାଁ ବ୍ଲକର ତହସିଲ କାର୍ଯ୍ୟାଳୟର ସାମ୍ନା ପଡିଆ ଠାରେ ବନ୍ଧୁଗାଁ ଓ ସାନ ସରପଲି ଗ୍ରାମର ଖେଳାଳୀ ମିଶି ସୋରପୋଲି ପଞ୍ଚାୟତ ର ବିଜେଡି ସଭାପତି ସଭାନା ମେଲେକାଙ୍କ ନାମରେ ମେମରିଆଲ କ୍ରିକେଟ ଟୁର୍ନାମେଣ୍ଟ ର ଆୟୋଜନ କରାଯାଇ ଅଛି I ଏଥିରେ ୧୬ ଟି ଦଳକୁ ନେଇ ସାମିଲ କରା ଯାଇଛି I ଆଜି ତଥା ୨୩ ରିଖ ସକାଳ ୮:୩୦ରୁ ପ୍ରତ୍ୟକ ଦିନ ଗୋଟିଏ ଲେଖାଏଁ ଖେଳ କରାଯିବ I ଏଥିରେ ରହିଛି ଖେଳିବାର ଇଛୁକ ଦଳ ପ୍ରତି ୧୫୫୫ ଟଙ୍କାର ଫିଜ ଦେୟ ଦେଇ ନିଜ ବଲ ରେ ନିଜେ ଖେଳିବା ପାଇଁ ନିର୍ଧାରିତ କରା ଯାଇଅଛି I ଏଥି ସହ ନକ ଆଉଟ ମେଚ ୧୨ ଓଭର ଓ ସେମି ଫାଇନାଲ ମେଚ ୧୨ ଓଭର ଓ ଫାଇନାଲ ମେଚ ୧୫ ଓଭର ରଖା ଯାଇଅଛି, ଏଥିସହ ଖେଳର ଶେଷ ଦିନ ତଥା ଦୁଇଦଳ ମଧ୍ୟରେ ଅନ୍ତିମ ମେଚ ଖେଳାଯିବ ସେଥିରୁ ଜିଏ ବିଜୟ ହବ ସେହି ଦଳକୁ ୨୦. ହଜାର ଟଙ୍କା ସହ ଟ୍ରଫି ଏବଂ ପରାଜୟ ଦଳକୁ ୧୦ ହଜାର ଟଙ୍କା ସହ ଟ୍ରଫି ଦିଆଯିବା ସହ ମେନ ଅଫ ଦି ମେଚ ପାଇବା ଖେଳାଳୀକୁ ୫୦୧ ଟଙ୍କା ସହ ଟ୍ରଫି ଦିଆଯିବାର ଆୟୋଜନ ହୋଇଅଛି I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ୍ 

Related posts

ଘାଟି ରାସ୍ତାରେ ଟ୍ରକ୍ ଚକା ଫାଟି ଲାଗିଲା ନିଆଁ

Sunil Chandra Nayak

ଇପିଏଫ ପେନସନର୍ସ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ , ୨୯ ତାରିଖରେ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯିବ

masiha

ପର୍ଯ୍ୟଟନ ସଚିବ ଙ୍କୁ ଦାବି ପତ୍ର .

Sunil Chandra Nayak

Leave a Comment

error: Content is protected !!