ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସାଇବର କ୍ରାଇମ ପୋଲିସ ର ଆଶ୍ରୟ ନେବା ଯାହା ପବନ ରେ ବାଡ଼ି ବୁଲାଇବା ତାହା , ଠକେଇ ର ଶିକାର ଙ୍କ ଅସ୍ଥା କମି ଯାଉଛି

ସାଇବର କ୍ରାଇମ ପୋଲିସ ର ଆଶ୍ରୟ ନେବା ଯାହା ପବନ ରେ ବାଡ଼ି ବୁଲାଇବା ତାହା , ଠକେଇ ର ଶିକାର ଙ୍କ ଅସ୍ଥା କମି ଯାଉଛି

 ରାୟଗଡା ଜିଲ୍ଲା ର ଦୈନିକ ଖବର କାଗଜ ର ପ୍ରତିନିଧି ଗୁରୁ ପ୍ରସାଦ ସାହୁ ଙ୍କ ପୁଅ ଓଲା ଇଲେଟ୍ରିକ ସ୍କୁଟର ଅନ ଲାଇନ ମାଧ୍ୟମରେ ବୁକିଙ୍ଗ କରି ସାଇବର ର ଶିକାର ହୋଇ ଛନ୍ତି, ପ୍ରକାଶ ଥାଉକି ଓଲା କମ୍ପାନୀ ର ସମସ୍ତ ଜିଏସଟି ବିଲ ଓଲା ଆପ ୱାଟ୍ସଅପ ମାଧ୍ୟମରେ ଆସିଥିଲା, ପ୍ରତିନିଧି ଙ୍କ ପୁଅକୁ କମ୍ପାନୀ ଦ୍ୱାରା ଫୋନ ଆସିଲା ଓ ଲା କମ୍ପାନୀ ର ନମ୍ବର 8100569937 ମୋବାଇଲରେ ଭି ଓ ଲା କମ୍ପାନୀ ଟ୍ରୁ କଲର ରେ ଆସିଥିବା ଦେଖି ଓ ଫୋନ କରୁଥିବା ବ୍ୟକ୍ତି ଙ୍କ କହିବା ପ୍ରକାରେ ପ୍ରଥମ କିସ୍ତି ଗାଡି ବୁକିଙ୍ଗ ପାଇଁ 999 ଟଙ୍କା ଦେବା ପାଇଁ କହି ଏକ ୟୁପିଆଇ ଆଇଡି ୱାଟ୍ସଅପ ରେ ପଠାଇ ଥିଲା, ସେହି ୱାଟ୍ସଅପ ରେ ପୁଣି ସେହି ନମ୍ୱନ 8100569937 ରୁ କଲ ଆସିଥିଲା ଓ ସେ ବ୍ୟକ୍ତି 20000 ହଜାର ଟଙ୍କା ଗାଡି ର ପ୍ରଥମ କିସ୍ତି ଡାଉନ ପେମେଣ୍ଟ ଡିପୋଜିଟ କରିବାପାଇଁ କହିଥିଲା, ଓ ବଳକା ଟଙ୍କା ଆପଣଙ୍କ ଗାଡିର ଫାଇନ୍ନାଂସ ହୋଇ ଯିବ କହି ପୁଣି ସେହି ୟୁପିଆଇ ଆଇଡି ରେ ନେବା ପରେ ପୁଣି ସେ କିଛି ସମୟ ପରେ ସେହି ନମ୍ବର ଦ୍ୱାରା ପୁଣି କଲ କରି କହିଲା, ଆପଣଙ୍କ, ଟ୍ରାନ୍ସଫର ଓ ଆରଟିଓ କ୍ଲିୟ୍ରାରନ୍ସ ପାଇଁ ଆପଣଙ୍କୁ 28600 ଟଙ୍କା ଜମା କାରିବାକୁ ଓ ଏହି ଜମା ରାଶି 28600 ଟଙ୍କା ଆପଣଙ୍କ ଆକାଉଣ୍ଟ କୁ 20 ମିନିଟ ପରେ ପୁଣି ପେରି ଆସିଯିବ ବୋଲି ଏକ ଓ ଲା ଜିଏସଟି ବିଲ ମଧ୍ୟ ପଠାଇଥିଲା ସେ କହିବା ପରେ ଏକ ଘଣ୍ଟା ପର୍ଯ୍ୟନ୍ତ ଟଙ୍କା ନ ଫେରିବା ପରେ ପୁଣି ସେହି ନମ୍ବର ରେ କଲ କରିବାରୁ ସେ କହିଲା ଆପଣଙ୍କ ଫାଇନାନ୍ସ ହୋଇ ପାରିବ ନାହିଁ ତେଣୁ ଗାଡିର ବଳକା ଟଙ୍କା ପଠାଇବା ପରେ ଆପଣଙ୍କ ଗାଡି କମ୍ପାନୀ ରୁ ବାହାରିବ,କମ୍ପାନୀ ର କଥା ତାଳ ମେଳ ହେଉନଥିବାରୁ ସେତେ ବେଳେ ଏହା ଏକ ଠକ ସଂସ୍ଥା ର ଶିକାର ହୋଇଥିବା ଜାଣିବା ପରେ ତୁରନ୍ତ ସାଇବର କ୍ରାଇମ ନମ୍ବର 1930 କୁ ଫୋନ କରି ଘଟଣା ସମର୍କ ରେ ସମସ୍ତ ତଥ୍ୟ ଦେଇ ଏକ କେଶ ରୁଜୁ କରିଥିଲେ କେସ ନମ୍ବର 32405240014007 କରାଯିବା ସହ ଶିକାର ହୋଇଥିବା ବ୍ୟକ୍ତି ନିଜ ବ୍ୟାଙ୍କ ଯେଉଁ ଆକଉଣ୍ଟ ରୁ ଟଙ୍କା ପଠାଇ ଥିଲେ ଓ କେଉଁ ଆକଉଣ୍ଟ କୁ ଟଙ୍କା ଯାଇଛି ତାହାର ସମସ୍ତ ତଥ୍ୟ ନିଜ ବ୍ୟାଙ୍କ ରୁ ତୁରନ୍ତ ସେହି ଦିନ ବାହାର କରି ସାଇବର କ୍ରାଇମ ନମ୍ବର ରେ ୱାଟ୍ସଅପ ରେ ସମସ୍ତ ତଥ୍ୟ ପଠାଇବା ପରେ ବି ସାଇବର କ୍ରାଇମ କିଛି ପଦକ୍ଷେପ ନ ନେଇ ହାତ ବାନ୍ଧି ବସିଥିବା ଦେଖିବାକୁ ମିଳିଛି. ଯେଉଁ ଆକଉଣ୍ଟ ରେ ଟଙ୍କା ଯାଇଛି ଓ ସମସ୍ତ ଟଙ୍କା ଗୋଟିଏ ଆକଉଣ୍ଟ ରେ ଯାଇଛି, ସେହି ବ୍ୟକ୍ତି ଙ୍କ ସମସ୍ତ ଠିକଣା, ଫୋନ ନମ୍ବର ଓ ସେ ବ୍ୟକ୍ତି ଙ୍କ କେଉଁ ବ୍ୟାଙ୍କ ରେ ଆକଉଣ୍ଟ ଅଛି ତାହାର ସମ୍ପୂର୍ଣ ବିବରାଣୀ ସାଇବର କ୍ରାଇମ କୁ ମିଳିଲେ ମଧ୍ୟ କିଛି ବି କାର୍ଯ୍ୟାନୁଷ୍ଠାନ ନ କରିବା ଦ୍ୱାରା ଜନସାଧାରଣଙ୍କ ସାଇବର କ୍ରାଇମ କୁ ଯଉଁ ବିଶ୍ୱାସ ଓ ଭରସା କରି ଆସୁଥିଲେ ତାହା ତାଙ୍କ ଉପରୁ ଉଠି ଯାଉଛି, ଠକେଇ ର ଶିକାର ହୋଇଥିବା ବ୍ୟକ୍ତି ସାଇବର କ୍ରାଇମ ସହ ଫୋନ ଯୋଗେ ଯାଞ୍ଚ କାର୍ଯ୍ୟ କେତେ ଦୂର ଗଲା ବୋଲି ଆଜକୁ 7 ଦିନ ହେବ ପଚାରି ପଚାରି ଶେଷରେ ସାଇବର କ୍ରାଇମ ଯଂଚ ତ କରିବା ଦୂର କଥା, ସେ କହୁଛନ୍ତି, ତମେ ପଠାଈ ଥିବା ଟଙ୍କା ସେ ବ୍ୟକ୍ତି ବାହାର କରି ଦେଇଛି, ତେଣୁ ଆପଣ ନିଜ ଲୋକାଲ ଥାନାରେ କେସ କରନ୍ତୁ, ଦୀର୍ଘ 7ଦିନ ପରେ ସାଇବର କ୍ରାଇମ ଯାହା କହିଲା ଠକେଇ ର ଶିକାର ହୋଇଥିବା ବ୍ୟକ୍ତି ସେହି ଦିନ ହିଁ ସେ ବ୍ୟାଙ୍କ ମାଧମ ରୁ ଜାଣି ପାରିଥିଲେ ତ ସାଇବର କ୍ରାଇମ ଅଉ କଣ ଟା ଅଧିକ କରିଲା,ଏହି ଘଟଣା ରୁ ଜଣା ପଡୁଛି ସାଇବର କ୍ରାଇମ ଏକ ପ୍ରହସନ, ଓ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ମିଳିତ ଏହି ସଂସ୍ଥା ଖୋଲିଛି ନିରୀହ ଜନସାଧାରଣ ଙ୍କୁ ଭକୁଆ ବନାଇବା ପାଇଁ , ଘଟଣା ର ଯାଞ୍ଚ ଠିକ ରୂପେ କରିବା ଓ ଠକେଇ ଶିକାର ହୋଇଥିବା ବ୍ୟକ୍ତି ଙ୍କୁ ନ୍ୟାୟ ମିଳିବା ପାଇଁ ବୁଦ୍ଧି ଯିବି ମହଲ ରେ ଜୋର ଧରିଛି. ନ୍ୟାୟ ଦେବା ରେ ସାଇବାର କ୍ରାଇମ ପୋଲିସ କେତେ ଦୂର ସଫଳତା ହାସଲ କରିପାରିବି ତାହା ସମୟ ହିଁ କହିବ।

ଗୌରୀ ଶଙ୍କର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅବକାରୀ ବିଭାଗ ର ସଫଳତା, ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ, ପିକଅପ ଭ୍ୟାନ ସହ ବିପୁଳ ପରିମାଣ ଚୋରା ଦେଶୀ ମଦ ଜବତ, ଦୁଇ ଗିରଫ,ଗାଡି ଛାଡି ଘଟଣା ସ୍ଥଳରୁ ଚାଳକ ଫେରାର 

Sunil Chandra Nayak

୧୩ ବର୍ଷ ବିବାହିତା ନାବାଳିକାର ସନ୍ଧେହ ଜନକ ଆତ୍ମହତ୍ୟା  !

ଫାଇନାନ୍ସ ଆଳରେ ଗ୍ରାହକଙ୍କୁ ଠକେଇ ,ଦୋକାନ ମାଲିକ କୋର୍ଟ ଚାଲାଣ

masiha

Leave a Comment

error: Content is protected !!