ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଅଧିନସ୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଯୁକ୍ତ ଦୁଇ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଅଧିନସ୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଯୁକ୍ତ ଦୁଇ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା

ରାଉରକେଲା:ରାଉରକେଲା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଅଧିନସ୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୁକ୍ତ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ବିଜ୍ଞାନ ବର୍ଗରେ ମୋଟ ୫୨୦ ନମ୍ବର ରଖି ମହମ୍ମଦ ରସିଦ ପ୍ରଥମ, ୫୦୮ ନମ୍ବର ରଖି ସଞ୍ଜୟ ସାହୁ ଦ୍ବିତୀୟ ଏବଂ ୫୦୧ ନମ୍ବର ରଖି ଖଗେଶ୍ବର ମହାନ୍ତି ତୃତୀୟ ସ୍ଥାନ ହାସଲ କରିଛନ୍ତି । ସେହିଭଳି କଳା ବର୍ଗରେ ମୋଟ ୫୩୭ ନମ୍ବର ରଖି ଉଜ୍ଜ୍ବଳା ଜୟପୁରିଆ ପ୍ରଥମ, ୫୩୩ ନମ୍ବର ରଖି ରିଶିକା କୁମାରୀ ଦ୍ବିତୀୟ ଏବଂ ୫୩୧ ନମ୍ବର ରଖି ଆଶିକା ସାହୁ ତୃତୀୟ ସ୍ଥାନ ହାସଲ କରିଛନ୍ତି। ସେହିପରି ବାଣିଜ୍ୟ ବର୍ଗରେ ୫୫୨ ନମ୍ବର ରଖି ସୁମନ ସେଠୀ ପ୍ରଥମ, ଚନ୍ଦନ କୁମାର ସିଂହ ୫୪୮ ନମ୍ବର ରଖି ଦ୍ବିତୀୟ ସ୍ଥାନରେ ଏବଂ ୫୪୪ ନମ୍ବର ରଖି ମୁକ୍ତି କୁମାରୀ ତୃତୀୟ ସ୍ଥାନରେ ରହିଛନ୍ତ । ଏହା ସହିତ ବିଭିନ୍ନ ବର୍ଗରେ ଉଲ୍ଲେଖନୀୟ ନମ୍ବର ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ବେହେରା ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଏହି ଅବସରରେ ସଫଳତା ପାଇଥିବା ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟକୁ ଆସି ଅଧ୍ୟକ୍ଷଙ୍କ ସମେତ ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଭେଟିଥିଲେ। ଏହି ସମୟରେ ମହାବିଦ୍ୟାଳୟର ପ୍ରଶାସନିକ ବିଭାଗର ଅଧିକାରୀ ଅଧ୍ୟାପକ ମାୟାଧର ବାରିକ, ଯୁକ୍ତ ଦୁଇ ବର୍ଗର ମୁଖ୍ୟ ସଂଯୋଜକ ଅଧ୍ୟାପକ ଅଜୟ କୁମାର ବେହେରାଙ୍କ ସମେତ ଯୁକ୍ତ ଦୁଇ ବର୍ଗର କାର୍ଯ୍ୟାଳୟ ସହକାରୀ ଦୀପେନ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଇସ୍ପାତ୍ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଉତ୍କଳ ଦିବସ ପାଳନ

Sunil Chandra Nayak

ଚତୁର୍ଥ ଜାତୀୟ ଇଏମଆରଏସ କ୍ରୀଡା ପ୍ରତିଯୋଗିତା ଉଦଯାପିତ , ତେଲେଙ୍ଗାନା ଚାମ୍ପିଅନ

Sunil Chandra Nayak

ସମଗ୍ର ଶିକ୍ଷା ପକ୍ଷରୁ ଢେଙ୍କାନାଳ ଜିଲ୍ଳାସ୍ତରୀୟ ପି ଏମ୍ ଶ୍ରୀ ସ୍କୁଲ୍ ସମୂହର ଏକଦିବସୀୟ ମଡେଲ୍ ସଂସଦ କାର୍ଯ୍ୟକ୍ରମ -୨୦୨୫ ଉଦ୍ ଯାପିତ 

Sunil Chandra Nayak

Leave a Comment

error: Content is protected !!