ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଶମ ଶ୍ରେଣୀ ପରୀକ୍ଷା ରେ ଜିଲ୍ଲାରେ ଦ୍ଵିତୀୟ ଅନ୍ଵେଷା ଠାକୁର

ଦଶମ ଶ୍ରେଣୀ ପରୀକ୍ଷା ରେ ଜିଲ୍ଲାରେ ଦ୍ଵିତୀୟ ଅନ୍ଵେଷା ଠାକୁର

 ପାଟଣାଗଡ଼ – ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ଦ୍ୱାରା ମ୍ୟାଟ୍ରିକ ପରୀକ୍ଷା ଫଳାଫଳ ଆଜି ପ୍ରକାଶ ପାଇଛି।ଏହି ପରିପ୍ରେକ୍ଷୀରେ ପାଟଣାଗଡ଼ ବ୍ଲକ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପାଟଣାଗଡ଼ ଲାଇନପଡାର ଦଶମ ଶ୍ରେଣୀ ଛାତ୍ରୀ ଅନ୍ଵେଷା ଠାକୁର ମ୍ୟାଟ୍ରିକ ପରୀକ୍ଷା ରେ ୯୪.୩୩ ପ୍ରତିଶତ ମାର୍କ ରଖି ବଲାଙ୍ଗୀର ଜିଲ୍ଲାରେ ଦ୍ଵିତୀୟ ଓ ପାଟଣାଗଡ଼ ଉପଖଣ୍ଡ ଟପ୍ପର ହୋଇଛନ୍ତି।ଅନ୍ଵେଷା ଙ୍କ ବାପା ଯୁକ୍ତ ତିନି ପାଟଣେଶ୍ୱରୀ ମହିଳା ଡିଗ୍ରୀ କଲେଜ ଅଧ୍ୟକ୍ଷ ଅମିତାଭ ଠାକୁର ଓ ମାତା ଜୟନ୍ତୀ ଠାକୁର ଙ୍କ ଝିଅ ଅଟନ୍ତି।ସେହିପରି ଭାବରେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ଆଦ୍ୟାଶା ପ୍ରିୟଦର୍ଶିନୀ ସୁନା ୯୧.୮୩ ପ୍ରତିଶତ ମାର୍କ ରଖି ସ୍କୁଲରେ ଦ୍ଵିତୀୟ ସ୍ଥାନ ଓ ଆରଜବ ପାଣିଗ୍ରାହୀ ୯୦.୫୦ ପ୍ରତିଶତ ମାର୍କ ରଖି ସ୍କୁଲରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଛାତ୍ରଛାତ୍ରୀ ଙ୍କ ଏହି ସଫଳତା ପାଇଁ ବିଦ୍ୟା ମନ୍ଦିର ର ଅଧ୍ୟକ୍ଷ ତଥା ଗୁରୁଜୀ ଗୁରୁମା ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି। ଏହି ତିନି ଜଣ ଛାତ୍ରଛାତ୍ରୀ ଭବିଷ୍ୟତରେ ଡାକ୍ତର ହୋଇ ଲୋକଙ୍କ ସେବା କରିବେ ବୋଲି ପ୍ରତିକ୍ରିୟା ରଖିଛନ୍ତି। 

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଜି ସାର୍ଥକର ଦିଦି ନଂ-୧ ସୋ ରେ ସୁନ୍ଦରଗଡ଼ ଜିଲ୍ଲା ରୁ ଉଦଘୋଷିକା ଦିଦି ନଂ- ୧ ମୋନାଲିସା ସାହୁ

masiha

ଲାୟନ୍ସ କ୍ଲବ ଅଫ୍ ରାଉରକେଲା ର ପ୍ରତିଷ୍ଠା ଦିବସ ପାଳନ

masiha

ନୂଆପଡ଼ାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ: ସହରାଞ୍ଚଳରେ ଭାରୀ ଯାନ ଚଳାଚଳ ଉପରେ କଟକଣା କଡ଼ାକଡ଼ି, ନୂଆପଡ଼ା,ପଦମପୁର ରାସ୍ତାରେ ଶୀଘ୍ର ଲାଗୁ ହେବ ଇଣ୍ଟେଲିଜେଣ୍ଟ ଟ୍ରାଫିକ ଏନଫୋର୍ସମେଣ୍ଟ ସିଷ୍ଟମ

Sunil Chandra Nayak

Leave a Comment

error: Content is protected !!