ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନଟାକଟାରେ ବିଜେପିର ମୋଦୀ ମହୋତ୍ସବ ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର 

ନଟାକଟାରେ ବିଜେପିର ମୋଦୀ ମହୋତ୍ସବ

ବିଧାୟକ ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର 

ବସ୍ତା ,୨୮।୫: ଜଳେଶ୍ବର ନିର୍ବାଚନ ମଣ୍ଡଳୀ ତଥା ବସ୍ତା ବ୍ଲକ୍ ନଟାକଟା ପଞ୍ଚାୟତ ଅନ୍ତର୍ଗତ ପାଣିନଗର ଗ୍ରାମରେ ମଙ୍ଗଳବାର ବିଜେପି ପକ୍ଷରୁ ମୋଦୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ରାଉଳ ଅଧ୍ୟକ୍ଷତା କରି ମୋଦୀ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ ଯୋଗ ଦେଇ ରାଜ୍ୟ ଓ ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି ବୋଲି କହିଥିଲେ।ରାଜ୍ୟରେ ବିଜେପି ସରକାର ଆସିଲେ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ପ୍ରଦାନ କରାଯିବ। ସ୍ୱାସ୍ଥ୍ୟ, ଶିକ୍ଷା,କୃଷି,ଗମନାଗମନ, ରେଳ, ନିଯୁକ୍ତି କ୍ଷେତ୍ରରେ ଐତିହାସିକ ବିକାଶ ସହ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ଶାସନ ପାଇଁ ବିଜେପିର ଏମପି ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ନିବେଦନ କରିଥିଲେ।ବିଜେପି ନେତା ପରମାନନ୍ଦ ମହାପାତ୍ର,ରାଜେଶ କୁମାର ଖଟୁଆ,ଜିଲା କୃଷକ ମୋର୍ଚ୍ଚା ସଭାପତି ଅନିଲ ସାହୁ, ଉପଦେଷ୍ଟା କୃଷ୍ଣମୋହନ ଗିରି, ଭରତ ଚନ୍ଦ୍ର ଗିରି, କୋର କମିଟି ସଦସ୍ୟ ରମେଶ ଚନ୍ଦ୍ର ଦାସ ଓ ଶିଶିର ପ୍ରଧାନ, ଶିବ ସେନାପତି, ଉପଦେଷ୍ଟା ପ୍ରବୋଧ କୁମାର ଦାସ, ପଞ୍ଚାୟତ ସଭାପତି ଅକ୍ଷୟ ସ୍ୱାଇଁ ପ୍ରମୁଖ ମଞ୍ଚାସିନ ହୋଇ କେନ୍ଦ୍ରର ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଅନ୍ୟ ଦଳରୁ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଥିଲେ। ସେମାନଙ୍କୁ ବିଧାୟକ ପ୍ରାର୍ଥୀ ପ୍ରଧାନ ଦଳୀୟ ଟୋପି ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ଏକ ବିଶାଳ ବାଇକ ଶୋଭାଯାତ୍ରାରେ ପ୍ରାର୍ଥୀ ପ୍ରଧାନ ବିଭିନ୍ନ ଗାଁ ପରିକ୍ରମା କରି ଭୋଟ ଭିକ୍ଷା କରିଥିଲେ। ଚଳଚିତ୍ର ଅଭିନେତ୍ରୀ ପିଙ୍କି ପ୍ରଧାନ ଡାଇଲଗ,ଅଭିନୟ ଓ ଗୀତ ମାଧ୍ୟମରେ ଭୋଟରଙ୍କୁ ସଚେତନ କରିବା ସହ ବିଜେପିକୁ ଭୋଟ ଦେବା ପାଇଁ ପ୍ରଚାର କରିଥିଲେ।ପଞ୍ଚାୟତ ଅନ୍ତର୍ଗତ ୨୦ ଟି ୱାର୍ଡରୁ ହଜାର ହଜାର କର୍ମୀ, ଶୁଭେଛୁ ଓ ସମର୍ଥକଙ୍କ ସମେତ ଜନସାଧାରଣ ଉପସ୍ଥିତ ଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ନାରୀ ନିର୍ଯାତନା,୬୦ ହଜାର ମହିଳା ନିଖୋଜ ନେଇ ବାଦାମ ପାହାଡ଼ରେ କଂଗ୍ରେସ ଦଳ ତରଫରୁ ମଶାଲ ଶୋଭାଯାତ୍ରା 

masiha

ଡ଼ୁମେରପଡା ଗ୍ରାମ ରେ ବିଜେଡିର ମିଶ୍ରଣ ପର୍ବ 

masiha

୧୧ ଦଫା ଦାବି ନେଇ ବ୍ଲକ କଂଗ୍ରେସର ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ 

Leave a Comment

error: Content is protected !!