ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରlଗୁଡ଼ା ଗ୍ରାମରେ ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ 

ସରlଗୁଡ଼ା ଗ୍ରାମରେ ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ 

ଡାବୁଗାଁ, ୨୮/୫ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ କୋଇଲାରି ଗ୍ରାମ ପଞ୍ଚାୟତ ଅଧୀନ ସରlଗୁଡା ଗ୍ରାମ ଠାରେ ମଙ୍ଗଳବାର ମହାସମାରୋହରେ ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ ହୋଇଯାଇଛି l ଏହି ଅବସରରେ ଆଖ ପାଖ ଗ୍ରାମର ଦେବା ଦେବୀଙ୍କ ପ୍ରତୀକ ଲାଠି, କୁର୍ଚ୍ଚି ଗ୍ରାମ ପରିକ୍ରମା କରି ମା ପେଣ୍ଡ୍ରାଣୀ ଠାକୁରାଣୀ ମନ୍ଦିର ନିକଟରେ ପହଞ୍ଚି ଜଗଦୀଶ ପୁଝାରୀ ଙ୍କ ଦ୍ଵାରା ପୂଜାର୍ଚ୍ଚନା କରାଯାଇଥିଲା l ପୂଜାରୀ, ଶିରା ମାନେ ଉପସ୍ଥିତ ରହି ପୂଜାକାର୍ଯ୍ୟ ସମାପନ କରି ଥିବା ବେଳେ ଉକ୍ତ ଯାତ୍ରାରେ ବହୁ ଉଠା ଦୋକାନୀ ମାନଙ୍କ ଭିଡ ସାଙ୍ଗକୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭିଡ ଦେଖିବାକୁ ମିଳିଥିଲା l ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ପାଇଁ ରାତ୍ରୀରେ ମନୋରଞ୍ଜନ ନିମନ୍ତେ କୋରାପୁଟ ଜିଲାର କୋଟପାଡ ବ୍ଲକ ଅଧୀନ ଶୁଣ୍ଢୀଗୁଡା ଗ୍ରାମର ମା ମାଁ ଦନ୍ତେଶ୍ଵରୀ ନାଟ୍ୟ ସଂଘ କର୍ଣ୍ଣ ଗୁରୁ ଙ୍କ ” ଭଲ ପାଉଥିଲି କାହିଁକି” ନାଟକ ପ୍ରଦର୍ଶନ କରାଯାଇଛି l ଉକ୍ତ ଯାତ୍ରାର କମିଟି ମଧ୍ୟରେ କପୁର ଚନ୍ଦ୍ର ମାଝି, ଲାଇବନ ଭତ୍ରା, ଚୈତନ୍ୟ ଭତ୍ରା, ଚନ୍ଦ୍ର ଭତ୍ରା, ଶୁକଦେବ ଭତ୍ରା, କୈଳାଶ ମାଝି, ସଦା ଭତ୍ରା, ଅଭି ଭତ୍ରା, ନରହରି ପୂଜାରୀ, ସନlଧର ଭତ୍ରା, ନରସିଂ ଭତ୍ରା, ଗୁରୁବାରୁ ଭତ୍ରା, ପଦମସାଏ ଭତ୍ରା, ଭଇସୁ ଗୌଡ ପ୍ରମୁଖ ଗ୍ରାମର ଅନ୍ୟ ଭଦ୍ର ବ୍ୟକ୍ତି ସହଯୋଗ ରେ ସରସ ସୁନ୍ଦର ହୋଇ ପାରି ଥିଲା l ଉକ୍ତ ଯାତ୍ରା ପ୍ରତି ବର୍ଷ ସରlଗୁଡା, ଝାଲିଆଗୁଡl ଓ କେନ୍ଦୁଗୁଡl ୩ ଟି ଗ୍ରାମ ମିଶି କାହିଁ ଆଦିମ କାଳରୁ ହୋଇ ଆସୁଛି l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ବାୟୁ ସେନାରେ ନିଯୁକ୍ତି ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

masiha

୩ମାସ ବଦଳ ରେ ୨ମାସ ଚାଉଳ ବଣ୍ଟନ ମାମଲା ରେ ଏମ୍ ଆଇ ଫସିବା ସହିତ, ପିଇଓ ଓ ଯୋଗାଣ ସହାୟକ ଙ୍କୁ ବି ଫସାଇଦେଲେ। ହିତାଧିକାରୀ ନିଜ ହକ ଚାଉଳ ପାଇବେ କେବେ?

Sunil Chandra Nayak

ବିଭିନ୍ନ ସ୍ଥାନରେ ୭୮ତମ ସ୍ବାଧୀନତା ଦିବସ ପାଳିତ

masiha

Leave a Comment

error: Content is protected !!