ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମାଜିକ ସଂଗଠନ “ଜୟ ରାଷ୍ଟ୍ର’ ପକ୍ଷରୁ ମହାନ କ୍ରାନ୍ତିକାରୀ ନେତା ବିନାୟକ ଦାମୋଦର ସଭରକରଙ୍କ ଜୟନ୍ତୀ ଅନୁଷ୍ଠିତ

ସାମାଜିକ ସଂଗଠନ “ଜୟ ରାଷ୍ଟ୍ର’ ପକ୍ଷରୁ ମହାନ କ୍ରାନ୍ତିକାରୀ ନେତା ବିନାୟକ ଦାମୋଦର ସଭରକରଙ୍କ ଜୟନ୍ତୀ ଅନୁଷ୍ଠିତ

କେନ୍ଦ୍ରାପଡ଼ା :=ସାମାଜିକ ସଂଗଠନ “ଜୟ ରାଷ୍ଟ୍ର’ ପକ୍ଷରୁ ମହାନ କ୍ରାନ୍ତିକାରୀ ତଥା ରାଷ୍ଟ୍ରବାଦୀ ନେତା ବିନାୟକ ଦାମୋଦର ସଭରକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ପବ୍ଲିକ ରିଡିଂ ରୁମ୍‌ଠାରେ ଅୟୋଜିତ ଏହି ଉତ୍ସବରେ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବୀର ସଭରକରଙ୍କ କ୍ରାନ୍ତିକାରୀ ଜୀବନ ଉପରେ ଆଲୋକପାତ କରିବା ସହିତ ତାଙ୍କ ଆଦର୍ଶରେ ଯୁବସମାଜ ଅନୁପ୍ରାଣିତ ହେବା ପାଇଁ ଆହ୍ୱାନ ଦେଇଥିଲେ । ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମାଜସେବୀ ଜ୍ୟୋତିରଞ୍ଜନ ନାୟକ ଦେଶ ପାଇଁ ବୀର ସଭରକରଙ୍କ ତ୍ୟାଗ ଅତୁଳନୀୟ ବୋଲି କହିଥିଲେ I ଦୀର୍ଘକାଳ ଧରି ଜେଲର କଳାକୋଠରୀ ଭିତରେ ବନ୍ଧୀ ରହି ସେ ଭାରତମାତାର ମୁକ୍ତି ପାଇଁ ସଂଗ୍ରାମ ଜାରି ରଖୁଥିଲେ । ବୀର ସଭରକର ଏକାଧାରରେ ଜଣେ ସ୍ବାଧୀନତା ସଂଗ୍ରାମୀ, କବି, ସାମ୍ବାଦିକ, ସଂସ୍କାରବାଦୀ ଜନନେତା ଥିଲେ ବୋଲି ମୁଖ୍ୟବକ୍ତା ତାଙ୍କର ମତବ୍ୟକୁ କରିଥିଲେ I ମାତୃଦତ୍ତ ମହାନ୍ତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଲକ୍ଷ୍ମୀକାନ୍ତି ସାହୁ, ଜ୍ଞାନ ରଞ୍ଜନ ଦାସ, ସୁଶାନୁ ନାୟକ,ନିରଞ୍ଜନ ମହାରଣା,ମଳୟ କୁମାର ସାହୁ, ବଳରାମ ବେହେରା, ରାଜେନ୍ଦ୍ର ମହାପାତ୍ର, ହରେକୃଷ୍ଣ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଶେଷରେ ବିରେନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ବୀର ସଭରକରଙ୍କ ଜୀବନୀକୁ ନେଇ କବିତା ପାଠ କରାଯାଇଥିଲା ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ସ୍ବାଧିନତା ସଂଗ୍ରାମ ପ୍ରାଣକୃଷ୍ଣ ପଢ଼ିହାରିଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ 

Sunil Chandra Nayak

ସ୍କୁଲ ପାଚିକା ସହାୟିକାଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲାପରେ ବଢୁଛି ଆକ୍ଷେପ ପ୍ରତ୍ୟାକ୍ଷେପ

Sunil Chandra Nayak

ସିଲିଯୋଡାରେ ରାମନବମୀ ପାଳିତ, ରାମ ନାମ ଧ୍ବନିରେ କମ୍ପିଲା ଖଣି ଅଞ୍ଚଳ

Sunil Chandra Nayak

Leave a Comment

error: Content is protected !!