ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପୁଳିଙ୍ଗି ଠାରେ ନବଦିନ ବ୍ୟାପୀ ରାମଚରିତ ମାନସ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ସନ୍ଥ ସମାବେଶ

ବିପୁଳିଙ୍ଗି ଠାରେ ନବଦିନ ବ୍ୟାପୀ ରାମଚରିତ ମାନସ କାର୍ଯ୍ୟକ୍ରମର ଶୁଭାରମ୍ଭ ଓ ସନ୍ଥ ସମାବେଶ

ବ୍ରହ୍ମପୁର, 29ା5: // ନିକଟସ୍ଥ ବିପୁଳିଙ୍ଗି ଗ୍ରାମରେ ନବଦିନ ବ୍ୟାପୀ କାର୍ଯ୍ୟକ୍ରମ ମହାସମାରୋହରେ ଅାରମ୍ଭ ହୋଇଯାଇଛି ା ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରାୟ 40 ଜଣ ସନ୍ଥ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ା ସାମାଜିକ ବିଶୃଙ୍ଖଳାକୁ ରୋକିବା ଦିଗରେ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଦର୍ଶନ ଓ ତ୍ୟାଗ ଅବିସ୍ମରଣୀୟ ବୋଲି ସାଧୁସନ୍ଥମାନେ ମତ ଦେଇଥିଲେ ା କାର୍ଯ୍ୟକ୍ରମରେ କଞ୍ଚୁଡ଼ୁ ମଠ ମହନ୍ତ ତଥା ବ୍ରହ୍ମପୁର ରାମାଧୀନ ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ହରିହର ଦାଶ ଅଧ୍ୟକ୍ଷତା କରିଥିଲେ ା ଭାଗବତ ଭାସ୍କର ପଣ୍ଡିତ ଜଗନ୍ନାଥ ପଣ୍ଡା ନବଦିନର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ା ସନ୍ଥପୂଜନ ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସ୍ବାମୀ ବ୍ରହ୍ମାନନ୍ଦ ସରସ୍ବତୀ, ସ୍ବାମୀ ଶ୍ରଦ୍ଧାନନ୍ଦ ସରସ୍ବତୀ, ସନ୍ଥ ମଦନ ଗୋପାଳ ମହାରାଜ, ସନ୍ଥ ରାମକୃଷ୍ଣ ଦାଶ ମହାରଜା, ପରମାନନ୍ଦ ଦାଶ ମହାରାଜ, ରାଧାକାନ୍ତ ଦାଶ ମହାରାଜ, ସୁନ୍ଦର ରାମଦାଶ ମହାରାଜ, ଚିନ୍ମୟ ମିଶନର ପ୍ରଚାରକ ସ୍ବାମୀ ଓଁକାରନନ୍ଦ ସରସ୍ବତୀ ପ୍ରମୁଖ ଉପସ୍ଥିତ ଥିଲେ ା ସ୍ବାମୀ ସଦାନନ୍ଦ ମହାରାଜ (ଜଟଣୀ) ପ୍ରବଚନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ା ଉପସ୍ଥିତ ଥିବା ସାଧୁସନ୍ଥମାନଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ା ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର ପ୍ରାକ୍ତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବରିଷ୍ଠ ସାମ୍ବାଦିକ ତଥା ନବୀନର ସଂପାଦକ ରବି ରଥ ମଞ୍ଚାସୀନ ଥିଲେ ା ଏହି କାର୍ଯ୍ୟକ୍ରମରେ ପାଞ୍ଚ ଜଣ ବିଶିଷ୍ଟ ଆଧ୍ୟାମତ୍ିକବାଦୀ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଥିଲା ା ଆଦିକନ୍ଦ ପାଣିଗ୍ରାହୀ (ଛତ୍ରପୁର), ପ୍ରକାଶ ଚନ୍ଦ୍ର ଅାଚାର୍ଯ୍ୟ (ଛତ୍ରପୁର), ଜି. ରଘୁନାଥ ରେଡ୍ଡୀ (କରାତଳି), ରାମକୃଷ୍ଣ ନାହାକ (ଦୁଅାଲପଲ୍ଲୀ) ଏବଂ ସୀମାଞ୍ଚଳ ଆଚାର୍ଯ୍ୟ ଙ୍କୁ ମରଣୋତ୍ତର ସମ୍ମାନ ତା’ଙ୍କ ପତ୍ନୀ ପ୍ରତିମା ଆଚାର୍ଯ୍ୟ ଗ୍ରହଣ କରିଥିଲେ ା ମନୋଜ କୁମାର ପଣ୍ଡା ଓ ସତ୍ୟନାରାୟଣ ଆଚାର୍ଯ୍ୟ, ଶମ୍ଭୁନାଥ ପଣ୍ଡା, ଶ୍ରୀମତୀ ରଞ୍ଜିତା ପଣ୍ଡାଙ୍କ ଦ୍ୱାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ା କାର୍ଯ୍ୟକ୍ରମ ପ୍ରାରମ୍ଭରେ କୁମାରୀ ସ୍ବପ୍ନାରାଣୀ ଆଚାର୍ଯ୍ୟଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ ବେଶ୍ ଚିତ୍ତାକର୍ଷକ ଥିଲା ା ନବଦିନ ବ୍ୟାପୀ ଚାଲିଥିବା ଥିବା ଏହି କାର୍ଯ୍ୟକ୍ରମର ଉଦ୍ଯାପନୀ ଦିବସରେ ବଡ଼କୋଦଣ୍ଡାର ହାଡ଼ିବନ୍ଧୁ ବିଷୋୟୀଙ୍କ ଦ୍ୱାରା ମା’ ବ୍ୟାଘ୍ରଦେବୀ କଣ୍ଢେଇ ଅପେରା ମାଧ୍ୟମରେ ସଂପୂର୍ଣ୍ଣ ରାମାୟଣ ପରିବେଷଣ ହେବ ା

ରବିରଥ

ସଂପାଦକ, ନବୀନ

Related posts

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୫,୨୬,୮୯୮ ପରିଗଣନା ଫର୍ମ ର ଡିଜିଟାଲାଇଯେସନ ପ୍ରକ୍ରିୟା ଶେଷ 

Sunil Chandra Nayak

ଆଦର୍ଶ ପାଠାଗାରର ୩୦ତମ ପୁସ୍ତକ ମେଳାର ଦ୍ବିତୀୟ ଦିନ…..

masiha

ଭବାନୀପାଟଣା ଠାରେ ସମ୍ଭାବ୍ୟ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତ ସମ୍ବନ୍ଧୀୟ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!