ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁରରେ ବିଜେଡି ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ ଙ୍କ ବିଶାଳ ରୋଡ଼ ସୋ

ରାଇରଙ୍ଗପୁରରେ ବିଜେଡି ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ ଙ୍କ ବିଶାଳ ରୋଡ଼ ସୋ

 ମୟୂରଭଞ୍ଜ -୩୦/୦୫ ( ମସିହା)ଆଜି ନିର୍ବାଚନ ପ୍ରଚାରର ଅନ୍ତିମ ଦିବସ । ଏହି ଅବସରରେ ସବୁ ରାଜନୈତିକ ଦଳ ତରଫରୁ ରୋଡ଼ ସୋ, ବଡ଼ ବଡ଼ ହସ୍ତୀ ଙ୍କ ନିର୍ବାଚନ ପ୍ରଚାର,ସିନେ ତାରକାଙ୍କ ନିର୍ବାଚନ ପ୍ରଚାର ଜୋର ଧରିଥିଲା ।ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ସେବା ନିବୃତ ପୋଲିସ ପ୍ରଶାସକ ରାଇସେନ ମୁର୍ମୁ ସୁସଜ୍ଜିତ ଏକ ସୁସଜ୍ଜିତ କାର ରେ ଏବଂ ତାଙ୍କର ବହୁ ସମର୍ଥକ ବିଶାଳ ବାଇକ ରାଲିରେ ଆଜି ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳ ବହଳଦା,ଯାମଦା,ତିରିଂ ବିଭିନ୍ନ ଅଞ୍ଚଳକୁ ରୋଡ଼ ସୋରେ ମାରାଥନ ନିର୍ବାଚନ ପ୍ରଚାର କରିଥିଲେ। ତାଙ୍କ ସହିତ ଓଲିଉଡ ଅଭିନେତ୍ରୀ ସୁପ୍ରୀୟା ନାଏକ ମଧ୍ୟ ପ୍ରଚାର ସମୟରେ ସାମିଲ ହୋଇଥିଲେ । ସମସ୍ତ ଅଂଚଳ ବାସୀଙ୍କୁ କର ଯୋଡ଼ି ପ୍ରଣାମ କରିବା ସହ ଶୁଭ ଶଙ୍ଖରେ ଭୋଟ ଦେବା ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ ।ପରେ ଅପରାହ୍ନରେ ରାଇରଙ୍ଗପୁର ପୌରାଞ୍ଚଳର ବିଭିନ୍ନ ଓ୍ବାର୍ଡରେ ରୋଡ ସୋ ରେ ନିର୍ବାଚନ ପ୍ରଚାର କରିଥିଲେ ।ତଦସହ କିଛି କିଛି ସ୍ଥାନରେ ଲୋକମାନଙ୍କୁ ଭାରତର ସବୁଠାରୁ ସୁଦୃଢ ଆଂଚଳିକ ଦଳ ବିଜେଡ଼ି ଦଳର ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଙ୍କ ଜନ କଲ୍ୟାଣ କାର୍ଯ୍ୟକ୍ରମ ଉପରେ ସାଧାରଣ ଜନତାଙ୍କୁ ଅବଗତ କରାଇଥିଲେ । ଷଷ୍ଠ ଥର ପାଇଁ ସେ ନିର୍ବାଚନ ରେ ଲଢି ମୁଖ୍ୟମନ୍ତ୍ରୀ ପଦରେ ଅଳଙ୍କୃତ କରି ସାରା ବିଶ୍ଵରେ ଏକ ରେକର୍ଡ଼ କରିବେ ।ଏହି ଦଳ ମହିଳାଙ୍କ ପାଇଁ ସୁବର୍ଣ୍ଣ ଯୁଗ ଆଣିବା ସହ ୨୦୨୪ ନିର୍ବାଚନ ମଧ୍ୟବିତ୍ତଙ୍କ ନୂତନ ସଂଚାର ଆଣିଦେବ ବୋଲି କହିଥିଲେ।ଗୋଟାଏ ସମାଜର‌ ମେରୁଦଣ୍ଡ ହେଉଛି ମଧ୍ୟବିତ୍ତ ସମାଜ । ସେହି ମାନଙ୍କ କଠିନ ପରିଶ୍ରମ ପାଇଁ ସମାଜ ଆଗକୁ ବଢୁଛି ।ମଧ୍ୟବିତ୍ତଙ୍କ ପରିବାରରେ ସୁଖଶାନ୍ତି ଆଣିବା ସହ ସେମାନଙ୍କ ଉପରେ ଆର୍ଥିକ ବୋଝ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ବାଚନ ଇସ୍ତାହାରରେ ଗୃହଋଣ ପାଇଁ କମ ସୁଧରେ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇ ପାରିବେ , ୧୦୦ ୟୂନିଟ ବିଜୁଳି କର‌ଛାଡ,ସବୁ ଆଦିବାସୀ ବର୍ଗଙ୍କ ସାମାଜିକ, ଅର୍ଥନୈତିକ, ଆର୍ଥିକ,କଳା ,ସଂସ୍କୃତି, ଶିକ୍ଷା ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଠନ,ମିଶନ ଶକ୍ତି ମହିଳାଙ୍କୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବା,ଶତକଡା ନବେ ଭାଗ ଲୋକଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ କାର୍ଡ ଯୋଜନା,କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ୧୨ ହଜାର ଓ ଚଉଦ ହଜାର ଟଙ୍କା ଛାତ୍ର ବୃତ୍ତି,୩୦,୦୦୦ କଳାକାରଙ୍କ ପାଇଁ ଭତ୍ତା,ଶିଳ୍ପ ପ୍ରତିଷ୍ଠା,ଚାଷ ଜମିକୁ ଜଳ,ଘରେ ଘରେ ପିଇବା ପାଣି,ଭାଗବତ ଟୁଙ୍ଗି ଘର, ଭେଣ୍ଡି ଜୋନ,ଶିଳ୍ପ ପ୍ରତିଷ୍ଠା, ସରକାରୀ କାର୍ଯ୍ୟାଳୟରେ ଖାଲିପଦଵୀ ପୂରଣ,୫ ଟି ହସ୍ପିଟାଲ,ବିଦ୍ୟାଳୟ , ମହାବିଦ୍ୟାଳୟ ,ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା,ଓଡ଼ିଆ ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା, ଜଗନ୍ନାଥ ମନ୍ଦିର ପରିକ୍ରମା ଉନ୍ନତିକରଣ,ଯୁବକ/ ଯୁବତୀଙ୍କ ପାଇଁ ବଜେଟରେ ୧୦୦ କୋଟି ଟଙ୍କା, ଆଦିବାସୀଙ୍କ ଉପରେ ଥିବା ୫୦ ହଜାର ମାମଲା ଉଛେଦ , ମହିଳାଙ୍କ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ପ୍ରଦାନ,ପାଠାଗାର,ଭାଗବତ ଟୁଙ୍ଗି, ମସଜିଦ ,ଚର୍ଚ,ଜାହିରା, ପାଇଁ ଟଙ୍କା ପ୍ରଦାନଉପରେ ସାଧାରଣ ଜନତାଙ୍କୁ ଅବଗତ କରାଇଥିଲେ । ତେଣୁ ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଷଷ୍ଠ ଥର ପାଇଁ ଵିଜୟ ମୁକୁଟ ପିନ୍ଧାଇ ବାକୁ ହେଲ ସମସ୍ତେ ସାଂସଦ ପ୍ରାର୍ଥୀ ସୁଦାମ ମାରାଣ୍ଡି ଏବଂ ସେ ନିଜେ ବିଧାୟକ ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ । 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବାରିପଦା ନିର୍ବାଚନ ମଣ୍ଡଳୀରୁ ବିଜେପି ଛାଡି ବିଜେଡି ରେ ଯୋଗଦାନ

masiha

୧୧ ଦଫା ଦାବିକୁ ନେଇ ଲୋୱର୍ ପିଏମଜିରେ ରାଜ୍ୟ ଯୋଗଣ ସହାୟକ ସଂଘ କୁ ପହଞ୍ଚିଲେ ଆମ୍ ଆଦମୀ ପାର୍ଟି ରାଜ୍ୟ ସଭାପତି 

Sunil Chandra Nayak

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ ନେଇ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

Sunil Chandra Nayak

Leave a Comment

error: Content is protected !!