ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦୁମୁଣ୍ଡି ଗ୍ରାମରେ ଜଳକଷ୍ଟ 

କେନ୍ଦୁମୁଣ୍ଡି ଗ୍ରାମରେ ଜଳକଷ୍ଟ 

ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲା ଗ୍ରୀଷ୍ମକାଳରେ ତାପମାତ୍ରା ପାଇଁ ରେକର୍ଡ ସୃଷ୍ଟି କରୁଛି । ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେଉଥିବା ବେଳେ ଜଳକଷ୍ଟ ଜୀବନକୁ ଦୁର୍ବିସହ କରିଦେଉଛି । ବଲାଙ୍ଗୀର ଜିଲ୍ଲା କେନ୍ଦୁମୁଣ୍ଡି ଗ୍ରାମପଞ୍ଚାୟତ ରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା । ଏନେଇ ଗ୍ରାମର ସତାଧିକ ମହିଳା ସ୍ଥାନୀୟ  ସରପଞ୍ଚ କୁ ଜଣାଇଲେ ମଧ୍ୟ୍ୟ କିଛି ସଫଳ ହେଉନି । ଏଠି ନଳକୂଅ ମଧ୍ୟ୍ୟ କିଛି ଅଚଳ ହୋଇଛି ହେଲେ କେତେକ ନଳକୂପ ରେ ଅଳ୍ପ ପାଣି ବାହାରୁଛି ତ କେତେକ ପୁରା ଅଚଳ ରହିଥିବା ବେଳେ ବସୁଧା ଯୋଜନା ମଧ୍ୟ ତିନି ଦିନ ଧରି ବନ୍ଦ ରହିଛି ।ପାଣି ଟୋପାଏ ପାଇଁ ଗ୍ରାମ ବାସି ଅସୁବିଧା ରେ ସମ୍ମୁଖୀନ ହେଉଛନ୍ତି । ପ୍ରାୟ ଏକ ହଜାର ଜନସଂଖ୍ୟା ବିଶିଷ୍ଟ କେନ୍ଦୁମୁଣ୍ଡି ଗ୍ରାମରେ ପାନୀୟ ଜଳର ଉତ୍କଟ ଅଭାବ ଦେଖା ଦେଇଛି । ଗ୍ରାମରେ ହଜାରେ ଲୋକଙ୍କ ପାଇଁ ରହିଛି ମାତ୍ର ନଳକୂପ । ସମୁଦାୟ ଗ୍ରାମବାସୀଙ୍କ ଆଶା ଓ ଭରସା ସାଜିଥିବା ଏହି ନଳକୂପ ଦ୍ୱୟ ମଧ୍ୟରୁ କିଛି ଅଚଳ ଅବସ୍ଥାରେ । ଗ୍ରାମ ମଧ୍ୟରେ ଜଳ ଯୋଗାଣ ପାଇଁ ବିଛା ଯାଇଛି ପାଇପ୍ ଲାଇନ୍ କିନ୍ତୁ ଜଳ ଯୋଗାଣର ନା ଗନ୍ଧ ନାହିଁ ବୋଲି ଅଭିଯୋଗ କରିଥିଲେ ଗ୍ରାମ ମହିଳା ମାନେ । ତେବେ ଜିଲ୍ଲା ପ୍ରଶାସନ ଏହି ଗାଁ ଲୋକଙ୍କ ସମସ୍ଯା ସମାଧାନ କେବେ କରୁଛି ଦେଖିବାକୁ ବାକି ରହିଲା।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଲେଡି ଲାୟନ ର ଦୁଇଦିନିଆ ଶିଶୁ ମହୋତ୍ସବ ସମ୍ପନ୍ନ

masiha

୧- ରାଇଘର ବ୍ଲକରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର, ୨- ଭାରୀରୁ ଅତିଭାରୀ ବର୍ଷା ଓ ବଜ୍ରପାତ ଆଶଙ୍କା: ୨୪ ଅଗଷ୍ଟରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ବନ୍ଦ , ୩- ନବରଂଗପୁର ଠାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୬ ପାଇଁ ପ୍ରସ୍ତୁତି 

Sunil Chandra Nayak

ରାଇରଙ୍ଗପୁର ବ୍ଳକ ସ୍ତରୀୟ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କର ବାକ୍ ଶକ୍ତି ଓ ଭୌତିକ ଚିକିତ୍ସା ଶିବିର ଶୁଭାରମ୍ଭ

Sunil Chandra Nayak

Leave a Comment

error: Content is protected !!