ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିପିଏଲ କ୍ରିକେଟ ଖେଳର ଚମ୍ଫିୟନ ହେଲା ରୟାଲ ଷ୍ଟ୍ରାଇକର ଦଳ 

ଡିପିଏଲ କ୍ରିକେଟ ଖେଳର ଚମ୍ଫିୟନ ହେଲା ରୟାଲ ଷ୍ଟ୍ରାଇକର ଦଳ 

ବନ୍ଧୁଗାଁ ତା ୨/୬/୨୪, ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଗାରିଡି ପଞ୍ଚାୟତର ଉଚ୍ଚ ବିଦ୍ୟାଳୟ ଡ଼ୁମା ଡଙ୍ଗର ଖେଳ ପଡିଆ ଠାରେ ଗତ ତା ମେ ୧ ରିଖ ଦିନ ୬ ଗୋଟି ଦଳକୁ ନେଇ ନାଲି ଟେନିସ ବଲ ମାଧ୍ୟମରେ କ୍ରିକେଟ ଖେଳର ଟୁର୍ନାମେଣ୍ଟ ଆରମ୍ଭ ହୋଇଥିଲା I ଆଜି ଅନ୍ତିମ ତଥା ଶେଷ ଡିପିଏଲ କିଙ୍ଗସ ଓ ରୟାଲ ଷ୍ଟ୍ରାଇକେର ଦୁଇଦଳ ମଧ୍ୟରେ ଖେଳ ହୋଇଥିଲା I ଏଥିରେ ରୟାଲ ଷ୍ଟ୍ରାଇକେର ପ୍ରଥମେ ବେଟିଙ୍ଗ କରି ୧୨ ଓଭର ବିନିମୟରେ ୫ଟି ଉଇକେଟ ହରାଇ ୧୫୯ ରନ କରିବାରେ ସକ୍ଷମ ହୋଇଥିଲେ I ଉକ୍ତ ୧୫୯ ରନକୁ ବିଜୟ ହାସଲ କରିବା ପାଇଁ ପିଛା କରି ଡିପିଏଲ କିଙ୍ଗସ ୧୨ ଓଭର ଖେଳିବା ପାଇଁ ମୋଇଦାନକୁ ଓଳାଇ ଖେଳ ଆରମ୍ଭ କଲେ I ଡିପିଏଲ କିଙ୍ଗସ ଦଳ ୧୧.୨ ଓଭର ଖେଳି ୧୦ଗୋଟି ଉଇକେଟ ହରାଇ ୧୨୧ ରନ କରିବାରେ ସୋକ୍ଷମ ହୋଇପାରିଥିଲେ I ରୟାଲ ଷ୍ଟ୍ରଇକର ୩୮ ରନରେ ବିଜୟ ସହ ଡିପିଏଲ ଟୁର୍ନାମେଣ୍ଟ ର ଚମ୍ଫିଆନ ହୋଇ ସର୍ଭାଦିକ ୨୫ ହଜାର ଟଙ୍କା ସହ ଟ୍ରଫି ଅକ୍ତିଆର କରି ନେଇଥିଲେ I ଡିପିଏଲ କିଙ୍ଗସ ଦଳ ପରାଜୟ ହବା ସହ ୨୦ ହଜାର ଟଙ୍କା ସହ ଟ୍ରଫି, ଉକ୍ତ ଡିପିଏଲ କ୍ରିକେଟ ଟୁର୍ନାମେଣ୍ଟ ଶେଷ ଖେଳରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ଜିଲ୍ଲା ସାଂସଦ ପ୍ରାର୍ଥୀନୀ ଶ୍ରୀମତି କୌଶଲ୍ୟା ହିକକା ମୁଖ୍ୟ ଭାବେ ଯୋଗଦେଇ ଦୁଇଦଳକୁ ପ୍ରାଇଜ ବିତରଣ କରିଥିଲେ ଓ ପରାଜୟ ଦଳକୁ ଏକ ଛୋଟ ଉପଦେଶ ଦେଲେକି ଖେଳ ଖେଳି ପରାଜୟ ହବା ବଡ଼ କଥା ନୁହଁ କିନ୍ତୁ କାହିଁକି ପରାଜୟ ହେଲୁ ତାକୁ ନେଇ ଦୋଳିୟ ମଧ୍ୟରେ ସେଇ ଭୁଲଟା ଆଗକୁ ନ ହଉ ଯେମିତି ଆଜି ଭୁଲ କରି ଖେଳ ଖରାପ ଯୋଗୁଁ ପରାଜୟର ସ୍ୱୀକାର ହେଲୁ ତାକୁ ବୁଝିନେବା ପାଇଁ ଦଳକୁ ବୁଝାଇଥିଲେ I ଉକ୍ତ ଡିପିଏଲ କ୍ରିକେଟ ଟୁର୍ନାମେଣ୍ଟ ର ମୁଖ୍ୟ ଆୟୋଜକ ହେଲେ ରିଙ୍ଗୁ ମିନିଆକା, ସୁଶୀଲ ଖରା ମୁଖ୍ୟ ଭୂମିକା ନିଭାଇ ଥିବା ବେଳେ ଅନ୍ୟାନ୍ୟ ଖେଳାଳୀ ସହଯୋଗ କରିଥିଲେ I ଆଜିର ଅନ୍ତିମ ଖେଳରେ ଗାରିଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ଗୋପୀ ବିଡ଼ିକା,ଅନାମ ବିଡ଼ିକା, ଦୋଷମତି ପ୍ରାସ୍କା,ଓ ଚୌବନ ଖସଲା ଏବଂ ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ଉପସ୍ଥିତ ରହିଥିଲେ I

ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ୍ 

Related posts

ଭାରତର ସର୍ବବୃହତ୍ ମୁକ୍ତ ନବସୃଜନ ମଡେଲ,ସ୍ମାର୍ଟ୍ ଓଡ଼ିଶା ଜିଲ୍ଳାସ୍ତରୀୟ ହାକାଥନ୍ ୩.୦ ଡ଼ାୟାପ୍ରିନ୍ୟୁଅର୍ -୨୦୨୬ ଉଦ୍ ଘାଟିତ 

Sunil Chandra Nayak

ଧର୍ମଗଡ ଠାରେ ସହରାଞ୍ଚଳ ଜନ ଆରୋଗ୍ୟ କେନ୍ଦ୍ର ର ବୈଠକ ଓ ସମିତି ଗଠନ

ସାନ ପୋଡ଼ାଗୁଡା ପଞ୍ଚାୟତରେ ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!