ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ଜିଲ୍ଲା ତରଫରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ଜିଲ୍ଲା ତରଫରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

ରାୟଗଡ଼ ୩.୫.୨୪ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡା ଜିଲ୍ଲା ତରଫରୁ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ବର୍ଜନ ନେଇ ଏକ ବକ୍ତୃତା ପ୍ରତିଯୋଗିତା କରାଯାଇ ପୁରସ୍କାର ବିତରଣ କରାଯିବା ସହ ବୃକ୍ଷ ରୋପଣ ଓ ଏହାର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରାଯାଇଥିଲା । ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡା ଜିଲ୍ଲାର ସଭାପତି ଶ୍ରୀ ଦୟାନନ୍ଦ ଖାଡାଙ୍ଗାଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ରାୟଗଡା ବନବିଭାଗର ସହକାରୀ ବନ ସରଂକ୍ଷକ ଶ୍ରୀ ଅଶୋକ କୁମାର ପ୍ରଧାନ, ଥେରୁବାଲି ସ୍ଥିତ ଇମ୍ଫାର ବରିଷ୍ଠ ଲୋକ ସଂପର୍କ ଅଧିକାରୀ ଶ୍ରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ , ସମ୍ମାନୀତ ଅତିଥି ଭାବେ ସମାଜସେବୀ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ପ୍ରଦୀପ କୁମାର ଦାଶ ଓ ସସ୍ମିତା ମହାନ୍ତି ଯୋଗ ଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ପରିବେଶର ସୁରକ୍ଷା, ମାନବ ସମାଜରେ ବୃକ୍ଷର କିଭଳି ଆବଶ୍ୟକତା ରହିଛି ସେନେଇ ବିସ୍ତୃତ ଭାବେ ବୁଝାଇଥିଲେ । ଏହି ଅବସରରେ ଉକ୍ତ ବିଦ୍ୟାଳୟର 21 ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ “ପରିବେଶର ସୁରକ୍ଷା ଓ ପ୍ଲାଷ୍ଟିକ ବର୍ଜନ” ବିଷୟ ବସ୍ତୁ ନେ଼ଇ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଏଥିରେ ନବମ ଶ୍ରେଣୀ ଛାତ୍ରୀ ସୁଭଶ୍ରୀ ପଣ୍ଡା , ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦଶମ ଶ୍ରେଣୀ କେ.ଭି ,ଜି ସାଇ ସେକେଟ ଛାତ୍ର , ସ୍ୱୟଂ ଶ୍ରୀ ପଣ୍ଡା ନବମ ଶ୍ରେଣୀ ଛାତ୍ରୀ ତୃତୀୟ ସ୍ଥାନ ହାସଲ କରିଛନ୍ତି । ଉକ୍ତ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ଓ ସମସ୍ତ ଅଥିତିଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯିବା ସହ ଉକ୍ତ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ଵନ୍ତନା ମୂଳକ ପୁରସ୍କାର ଭାବେ ମାନପତ୍ର ଅତିଥିଙ୍କଦ୍ୱାରା ପ୍ରଦାନ ଯାଇଥିଲା । ଏହି ଅବସରରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡା ଜିଲ୍ଲର ସମ୍ପାଦକ ମନୋଜ କୁମାର ସାହୁ, ସଭ୍ୟ କ୍ରିଷ୍ଣା ମୂର୍ତ୍ତି , ରୋହିତ ଜେନା, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୁଧୀର କୁମାର ନେଗି, ଶିକ୍ଷୟିତ୍ରୀ ମିନତୀ ନନ୍ଦ, ସଲୀଳା କୁମାରୀ ପଣ୍ଡା, ଗୀତାଞ୍ଜଳି ପ୍ରଧାନ ଓ ରାଜଲକ୍ଷ୍ମୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଖାତିଗୁଡ଼ାରେ ପଦରିଆ ଯାତ୍ରା ଅନୁଷ୍ଠିତ

masiha

ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ପରିମଳ ଓ ସ୍ୱାସ୍ଥ୍ୟ ସେବା ପରଖିଲେ କାୟାକଳ୍ପ ଟିମ୍ 

masiha

ଏସଏଚଜି ଗ୍ରୁପକୁ ୨୦ଲକ୍ଷ ଋଣ ପ୍ରଦାନ

Leave a Comment

error: Content is protected !!