ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଉରକେଲା ରେ ସାରଦା ଓ ରଘୁନାଥପାଲି ରେ ଦୁର୍ଗା, ବଣେଇ ରୁ ଲକ୍ଷ୍ମଣ, ବିରମିତ୍ରପୁର ରୁ ରୋହିତ, ସୁନ୍ଦରଗଡ ରୁ ଯୋଗେଶ, ତଳସରା ରୁ ଭବାନୀ, ରାଜଗାଙ୍ଗପୁର ରୁ ସିଂ ଏସ୍ ରାଜନ୍ ଓ ସୁନ୍ଦରଗଡ ଲୋକସଭା ଆସନରୁ ଜୁଏଲଙ୍କ ବାଜିମାତ 

ରାଉରକେଲା ରେ ସାରଦା ଓ ରଘୁନାଥପାଲି ରେ ଦୁର୍ଗା, ବଣେଇ ରୁ ଲକ୍ଷ୍ମଣ, ବିରମିତ୍ରପୁର ରୁ ରୋହିତ, ସୁନ୍ଦରଗଡ ରୁ ଯୋଗେଶ, ତଳସରା ରୁ ଭବାନୀ, ରାଜଗାଙ୍ଗପୁର ରୁ ସିଂ ଏସ୍ ରାଜନ୍ ଓ ସୁନ୍ଦରଗଡ ଲୋକସଭା ଆସନରୁ ଜୁଏଲଙ୍କ ବାଜିମାତ 

ରାଉରକେଲା: ବହୁ ଚର୍ଚ୍ଚିତ ୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ଏହି ନିର୍ବାଚନ ଆଶ୍ଚର୍ଯ୍ୟ ଜନକ ଫଳାଫଳ ପ୍ରକାଶ କରିଛି। ଚଳିତ ନିର୍ବାଚନରେ ବିରୋଧି ଆସନରେ ଥିବା ବିଜେପି ଏଥର ସରକାର ଗଢ଼ିବାକୁ ଯାଉଥିବା ବେଳେ ବିଜେଡି ଏବେ ବିରୋଧୀ ଆସନରେ ବସିବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀର ସବୁଠାରୁ ଗୁରତ୍ୱପୂର୍ଣ୍ଣ ତଥା ରୋଚକ ଲଢେଇ ରାଉରକେଲାରେ ଦେଖିବାକୁ ମିଳିଛି। ରାଉରକେଲା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାଥୀ ସାରଦା ପ୍ରସାଦ ନାୟକ ବିଜେପି ପ୍ରାର୍ଥୀ ଦିଲ୍ଲିପ ରାୟଙ୍କୁ ୩୫୭୯ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ସାରଦା ୬୪୬୮୭ ଖଣ୍ଡ ଭୋଟ ପାଇଥିବା ବେଳେ ଦିଲ୍ଲିପ ୬୧୧୦୮ ଖଣ୍ଡ ଭୋଟ ଓ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ବିରେନ୍ଦ୍ର ନାଥ ପଟ୍ଟନାୟକ ମାତ୍ର ୮୭୫୧ ଭୋଟ ପାଇଛନ୍ତି। ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଦୁର୍ଗାଚରଣ ତନ୍ତୀ ବିଜେଡି ପ୍ରାର୍ଥୀ ଅର୍ଚ୍ଚନାରେଖା ବେହେରା ଙ୍କୁ ୫୭୭୪ ଖଣ୍ଡ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ଦୁର୍ଗାଚରଣ ୫୧୧୮୯ ଖଣ୍ଡ ଭୋଟ ପାଇଥିବା ବେଳେ ଅର୍ଚ୍ଚନା ୪୫୪୧୫ ଖଣ୍ଡ ଭୋଟ ପାଇଥିଲେ। ତୃତୀୟ ସ୍ଥାନରେ କଂଗ୍ରେସ ପ୍ରାର୍ଥୀ ଗୋପାଳ ଦାସ ୧୭୦୩୮ ଭୋଟ ପାଇଛନ୍ତି। ବଣେଇ ନିର୍ବାଚନ ମଣ୍ଡଳୀରୁ ସିପିଆଇ ଏମ୍ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡା ବିଜେଡି ପ୍ରାର୍ଥୀ ଭୀମସେନ ଚୈ।ଧୁରୀ ଙ୍କୁ ୨୩୩୯୬ ଭୋଟରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ଲକ୍ଷ୍ମଣ ୮୦୭୦୦ ଖଣ୍ଡ ଭୋଟ ପାଇଥିବା ବେଳେ ଭୀମସେନ ୫୭୩୦୪ ଖଣ୍ଡ ଭୋଟ ପାଇଛନ୍ତି। ତୃତୀୟ ସ୍ଥାନରେ ଥିବା ବିଜେପି ର ସାବିତ୍ରୀ ନାଏକ ୨୯୭୯୩ ଖଣ୍ଡ ଭୋଟ ପାଇଛନ୍ତି। ବିରମିତ୍ରପୁର ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ରୋହିତ ଯୋଶେଫ ତିର୍କି ବିଜେପି ପ୍ରାର୍ଥୀ ଶଙ୍କର ଓରାମଙ୍କୁ ୭୬୭୯ ଖଣ୍ଡ ଭୋଟ ରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ରୋହିତ ୮୩୮୨୨ ଖଣ୍ଡ ଭୋଟ ପାଇଥିବା ବେଳେ ଶଙ୍କର ୭୬୯୪୩ ଖଣ୍ଡ ଭୋଟ ପାଇଛନ୍ତି। ତୃତୀୟ ସ୍ଥାନରେ ଥିବା ଝାଡ଼ଖଣ୍ଡ ପାର୍ଟି ତରଫରୁ ରେମିଶ ଜୋଜୋ ୮୮୨୦ ଖଣ୍ଡ ଭୋଟ ପାଇଛନ୍ତି। ସୁନ୍ଦରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଯୋଗେଶ କୁମାର ସିଂ ବିଜେପି ର ପ୍ରାର୍ଥୀ କୁସୁମ ଟେଟେ ଙ୍କୁ ୯୨୭୬ ଖଣ୍ଡ ଭୋଟ ରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ଯୋଗେଶ ୮୫୭୯୮ ଖଣ୍ଡ ଭୋଟ ପାଇଥିବା ବେଳେ କୁସୁମ ୭୬୫୨୨ ଖଣ୍ଡ ଭୋଟ ପାଇଛନ୍ତି। ତୃତୀୟ ସ୍ଥାନରେ ଥିବା କଂଗ୍ରେସର ସୁଧାରାଣୀ ରାଉଡିଆ ୮୧୬୫ ଖଣ୍ଡ ଭୋଟ ପାଇଛନ୍ତି। ତଳସରା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭବାନୀ ଶଙ୍କର ଭୋଇ ବିଜେଡି ପ୍ରାର୍ଥୀ ବିନୟ କୁମାର ଟୋପ୍ପୋ ଙ୍କୁ ୧୬୮୪୭ ଖଣ୍ଡ ଭୋଟ ରେ ପରାସ୍ତ କରି ବିଜୟୀ ହୋଇଛନ୍ତି। ଭବାନୀ ୬୮୩୦୪ ଖଣ୍ଡ ଭୋଟ,ବିନୟ ୫୧୪୫୭ ଓ ତୃତୀୟ ସ୍ଥାନରେ ଥିବା କଂଗ୍ରେସ ପ୍ରାର୍ଥୀ ଦେବେନ୍ଦ୍ର ଭିତିରିଆ ୩୫୦୦୨ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ପ୍ରାର୍ଥୀ ଡାକ୍ତର ସି ଏସ୍ ରାଜନ୍ ଏକ୍କା ୧୦୫୭୪ ଭୋଟରେ ବିଜେଡ଼ି ର ଅନିଲ ବରୁଆ ଙ୍କୁ ପରାସ୍ତ କରି ବିଜୟୀ ହୋଇଛନ୍ତି। ଡ ଏକ୍କା ୬୪୯୧୮ ଖଣ୍ଡ ଭୋଟ ପାଇଥିବା ବେଳେ ଅନିଲ ୫୪୪୪୪ ଖଣ୍ଡ ଓ ତୃତୀୟ ସ୍ଥାନରେ ଥିବା ବିଜେପି ପ୍ରାର୍ଥୀ ନରସିଂହ ମିଞ୍ଜ ୪୯୩୫୫ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ସୁନ୍ଦରଗଡ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ବିଜେଡି ପ୍ରାର୍ଥୀ ଦିଲ୍ଲିପ ତିର୍କୀ ଙ୍କୁ ପରାସ୍ତ କରି ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ରିପୋର୍ଟ ଲେଖା ହେଲା ବେଳକୁ କଂଗ୍ରେସ ପ୍ରାର୍ଥୀ ଜନାର୍ଦ୍ଦନ ଦେହୁରୀ ତୃତୀୟ ସ୍ଥାନରେ ରହିଛନ୍ତି। ଶ୍ରୀ ଓରାମ ୯୦୯୨୮, ଶ୍ରୀ ତିର୍କୀ ୭୦୮୫୯ ଓ ଶ୍ରୀ ଦେହୁରୀ ୧୦୩୨୯ ଖଣ୍ଡ ଭୋଟ ପାଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତ୍ରିଲୋଚନ ପାଣିଗ୍ରାହି , ଏକ ସଂକ୍ଷିପ୍ତ ବିବରଣୀ 

masiha

ନାରୀ ନିର୍ଯାତନା,୬୦ ହଜାର ମହିଳା ନିଖୋଜ ନେଇ ରାଇରଙ୍ଗପୁରରେକଂଗ୍ରେସ ଦଳ ତରଫରୁ ମଶାଲ ଶୋଭାଯାତ୍ରା 

masiha

କଂଗ୍ରେସ ଦଳ ର ବିଧାୟକ ପ୍ରାର୍ଥୀ ଙ୍କ ବିଜେଡି ରେ ଯୋଗ ଦାନ :ତେନ୍ତୁଳିଖୁଣ୍ଟି ବ୍ଲକ ଅଧ୍ୟକ୍ଷା ଙ୍କ ବିରୁଦ୍ଧରେ ଅନାସ୍ଥା ର ପାର୍ଶ୍ଵ ପ୍ରତିକ୍ରିୟା

masiha

Leave a Comment

error: Content is protected !!