ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ରେ ସୁରେନ୍ଦ୍ର ପରିବାର ଗଠନ 

ରାଉରକେଲା ରେ ସୁରେନ୍ଦ୍ର ପରିବାର ଗଠନ 

ରାଉରକେଲା: କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କର ସ୍ମୃତିକୁ ଉଜ୍ଜୀବିତ କରି ରାଉରକେଲା ସହରର କିଛି ସାହିତ୍ୟ ପ୍ରେମୀ ମାନଙ୍କୁ ନେଇ ଆଜି ଏକ ନୂତନ ଅନୁଷ୍ଠାନ ସୁରେନ୍ଦ୍ର ପରିବାର ନାମରେ ଗଠନ କରାଗଲା । ଏହାର ପ୍ରଥମ ସଭା ଓ ବନ୍ଧୁ ମିଳନ ଆମ୍ବାଗାନ ସ୍ଥିତ ସରୋବର ସଭା ଗୃହରେ ଅନୁଷ୍ଠିତ ହୋଇଥିଲା। ଏହି ବନ୍ଧୁ ମିଳନ ସଭାରେ ସଭାପତିତ୍ବ କରିଥିଲେ ସୁରେନ୍ଦ୍ର ମହାନ୍ତିଙ୍କ ସୁପୁତ୍ରୀ ପ୍ରଫେସର ଲୋପାମୁଦ୍ରା ମହାନ୍ତି। ଶ୍ରୀମତୀ ମହାନ୍ତି ତାଙ୍କର ଅଭିଭାଷଣରେ ସେ ଯୁବପିଢିଙ୍କୁ ସୁରେନ୍ଦ୍ର ମହାନ୍ତିଙ୍କର ଲୋକାଦୃତ କାଳଜୟୀ ଗଳ୍ପ ଉପନ୍ୟାସ ଦ୍ୱାରା ଅନୁପ୍ରାଣିତ ହେବା ସହିତ ଓଡ଼ିଆ ସାହିତ୍ୟ ଓ ଏହାର ଅସ୍ମିତା ପ୍ରତି ନିଜକୁ ଉତ୍ସର୍ଗୀକୃତ କରିବା ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଥିଲେ। ପରେ ପରେ କବି ରାଜୀବ ପାଣି ଓ ଡ. କୃପାସିନ୍ଧୁ ନାୟକ ଓଡ଼ିଆ ସାହିତ୍ୟ ଜଗତରେ ସୁରେନ୍ଦ୍ର ମହାନ୍ତି ଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ।

ଇଂ. ଅଶୋକ କୁମାର ପଟ୍ଟନାୟକ ସଭା ପରିଚାଳନା କରିବା ସହ ଏହା ଏକ ତ୍ରୈମାସିକ ସାହିତ୍ୟ ସଭାରୂପେ ପରବର୍ତ୍ତୀ ସମୟରେ କାର୍ଯ୍ୟକରି ଆଗକୁ ବଢିବ ବୋଲି ସୂଚନା ଦେଇଥିଲେ। ଡ. ସୁମନ୍ ଦତ୍ତ, ରାଧା ମୋହନ ନାୟକ, ବ୍ରଜେନ୍ଦ୍ର ଦାଶ, ରଶ୍ମି ସାହୁ,ସ୍ମିତା ମିଶ୍ର, ପୁଷ୍ପା ରାଣୀ ପଟେଲ, ସୁପ୍ତି କର, କାଶୀନାଥ ନନ୍ଦି, ସୁକାନ୍ତ ଖୁଣ୍ଟିଆ, ମୋନାଲିସା ମିଶ୍ର, ଅଶୋକ ରାଉତ, ନଳିନୀ କାନ୍ତ ଧର,ଶର୍ମିଲା ଦତ୍ତ ଆଦି ବୁଦ୍ଧିଜୀବି ଓ ସାହିତ୍ୟ ପ୍ରେମୀ ମାନେ ଉପସ୍ଥିତ ରହି ସଭାଟିକୁ ସଫଳ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶତାୟୁ,ବି.ବି.ହାଇସ୍କୁଲ, ଢେଙ୍କାନାଳରେ ବିମଳ କିଶୋର ମିଶ୍ର ସ୍ମାରକୀ ଶ୍ରେଷ୍ଠ ଛାତ୍ର -ଛାତ୍ରୀ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ

masiha

ଗରିମା ପରିବାରର କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା 

ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ 

masiha

Leave a Comment

error: Content is protected !!