ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କପାଡାଙ୍ଗ ଗ୍ରାମରେ ଜଳ କଷ୍ଟ ଚୁଆ ପାଣିରେ ଶୋଷ ମେଣ୍ଟୁଛି 

କପାଡାଙ୍ଗ ଗ୍ରାମରେ ଜଳ କଷ୍ଟ ଚୁଆ ପାଣିରେ ଶୋଷ ମେଣ୍ଟୁଛି 

ବନ୍ଧୁଗାଁ ତା ୧୦/୦୬/୨୪,କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ୍ ସୀମାନ୍ତ କୁ ଲାଗିକି ଥିବା ରାୟଗଡ଼ା ଜିଲ୍ଲାର ଇରୁକୁବାଡ଼ି ପଞ୍ଚାୟତ ଅନ୍ତର୍ଗତ କପାଡାଙ୍ଗୁ ଗ୍ରାମ ପାନୀୟ ଜଳ ସମସ୍ୟାରେ ଉବୁଟୁବୁ ହେଉଛି । ଗ୍ରାମରେ ପ୍ରାୟ ୧୮ ଘର ଆଦିବାସୀ ପରିବାର ବସ ବାସ କରୁଥିବା ବେଳେ ପାଣି ପାଇଁ ଟାଏଁ ଟାଏଁ ଖରାରେ ଘରର ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ମହିଳା ମାନେ ଘରର ହାଣ୍ଡି  ଧରି ଗୋଟିଏ କିଲୋମିଟର ଦୂର ଏକ ଚୁଆଁ ଉପରେ ନିର୍ଭର କରୁଛନ୍ତି । ଦୀର୍ଘ ୨୦ ବର୍ଷ ହେଲାଣି ଚୂଆଁ ପାଣି ତାଙ୍କର ଲାଇଫ ଲାଇନ ପାଲଟିଛି କହିଲେ ଅତ୍ୟୁକ୍ତି ହେବନି । ଏହା ଦେଖି ଗ୍ରାମରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ପ୍ରାୟ ସାତ ମାସ ତଳେ ଏକ ସୌର ପ୍ରକଳ୍ପ ନିର୍ମାଣ ସହ ଏକ ନଳ କୁପ ମଧ୍ୟ ଖୋଳା ଯାଇଥିଲା । ହେଲେ ନଳକୂପ ରୁ ପ୍ରଥମ ଦିନ ପରଠୁ ଆଜିଯାଏଁ ପାଣି ବାହାରୁ ନଥିବା ବେଳେ ସୌର ପ୍ରକଳ୍ପ ନିର୍ମାଣ ର କିଛି ଦିନ ପରେ ଅଚଳ ହୋଇ ପଡିଥିବା ଗ୍ରାମବାସୀ କହିଛନ୍ତି । ଅଧିକାଂଶ ସମୟରେ ଚୁଆଁ ପାଣି ବ୍ୟବହାର କରି ବିଭିନ୍ନ ପ୍ରକାର ରୋଗରେ ଗ୍ରାମବାସୀ ଆକ୍ରାନ୍ତ ହେଉଥିବା ମଧ୍ୟ କହିଛନ୍ତି।ଆମେ ଜଙ୍ଗଲ ଭିତରେ ରହୁଛୁ ବୋଲି ପ୍ରଶାସନ ଆଗରେ ଆମ ଜୀବନର ମୂଲ୍ୟ କଣ କିଛି ନାହିଁ..?ତେଣୁ ଜିଲ୍ଲା ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ କପାଡାଙ୍ଗୁ ଗ୍ରାମ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଉ ବୋଲି ଗ୍ରାମର ମାଲି ପୁଲାକା,କାତୁରୁ ପୁଲାକା, ବାରିକା ତାଡିଙ୍ଗି,ଦାଲିୟା ପୁଲାକା,ରାତୁନୁ ପୁଲାକା,ପଙ୍କ ତାଡିଙ୍ଗି,ଅମ୍ବିକା ପୁଲାକା,ରାଧା ମଣି ପୁଲାକା ପ୍ରମୁଖ ପ୍ରକାଶ କରିଛନ୍ତି । ଏଥିସହ ନିର୍ମାଣ ହୋଇଥିବା ସୌର ପ୍ରକଳ୍ପ ଓ ନଳକୂପ ପୁରା ନିମ୍ନମାନର ହୋଇଥିବାରୁ ତାହା ଖରାପ ହୋଇ ପଡ଼ିଲା ତେଣୁ ତାର ଏକ ନିରପେକ୍ଷ ତଦନ୍ତ ମଧ୍ୟ ଗ୍ରାମବାସୀ ଦାବି କରିଛନ୍ତି।

ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ୍ 

Related posts

ଉତ୍କଳ ସ୍ନେହୀ ମହିଳା ସମିତିର ରଜ  ମହୋତ୍ସବ

Sunil Chandra Nayak

ଭୁଷୁଡ଼ି ପଡିଲା ସ୍ମାର୍ଟ ସ୍କୁଲ ପାଚେରୀ : ନିମ୍ନମାନର କାମ ଅଭିଯୋଗ : ତଦନ୍ତ ଦାବୀ କଲେ ଗ୍ରାମବାସୀ 

Sunil Chandra Nayak

ରାୟଗଡ଼ା ବନବାସୀ ଅଞ୍ଚଳରେ ବାଳକ ବାଳିକାଙ୍କୁ ଶିକ୍ଷା ସଂସ୍କାର ଉପରେ ମାର୍ଗ ଦର୍ଶନ ସହ ବସ୍ତ୍ର ବଣ୍ଟନ

masiha

Leave a Comment

error: Content is protected !!