ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୌଚ ସାରି ଫେରୁଥିବା ବେଳେ ବଜ୍ରପାତରେ ନାବାଳିକା ମୃତ,ଜଣେ ଗୁରୁତର

ଶୌଚ ସାରି ଫେରୁଥିବା ବେଳେ ବଜ୍ରପାତରେ ନାବାଳିକା ମୃତ,ଜଣେ ଗୁରୁତର

ଜୁନାଗଡ଼,୧୨/୬(ମ ନି ସ)ଜୁନାଗଡ଼ ବ୍ଲକ ଅନ୍ତର୍ଗତ କାଲୋପଲା ଗ୍ରାମରେ ଆଜି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଦୁଇ ନାବାଳିକା ସାଙ୍ଗ ଶୌଚସାରି ଫେରୁଥିବା ବେଳେ ବଜ୍ରପାତରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ଡାକ୍ତର ଖାନାରେ ଚିକିତ୍ସିତ ହେବା ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଜୁନାଗଡ଼ ବ୍ଲକ ଅନ୍ତର୍ଗତ କାଲୋପଲା ଗ୍ରାମର ଦୁଇ ନାବାଳିକା ମମିତା ଶବର, ପ୍ରମୋଦିନି ଶବର ସନ୍ଧ୍ୟାରେ ଶୌଚ ସାରି ଘରକୁ ଫେରିଥିଲେ । ସେହି ସମୟରେ ହଟାତ ଘଡ଼ଘଡି ଓ ବର୍ଷା ହେବା ସହ ବଜ୍ରପାତ ହୋଇଥିଲା । ଏହି ବଜ୍ରପାତରେ ମମିତା ଓ ପ୍ରମୋଦିନି ଗୁରୁତର ହୋଇଥିଲେ । ଦୁହେଁଙ୍କୁ ଚିକିତ୍ସା ପାଇଁ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ମମିତା ଶବରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ପକ୍ଷରେ ପ୍ରମୋଦିନି ଶବରଙ୍କୁ ଗୁରୁତର ଭାବେ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସିତ କରାଯାଉଥିବା ଜଣାପଡିଛି ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ପୋଡି ଗଲା ଟ୍ରାନ୍ସଫର୍ମର, ସାତ ଦିନ ହେଲା ଅନ୍ଧାରରେ ସମରଚଚରା ଗ୍ରାମ 

masiha

ସସ୍ମିତା ଓ ଡ଼ଃ ସୁଚିତ୍ରା ଙ୍କୁ କଳିଙ୍ଗ ଗୈାରବ ଶ୍ରେଷ୍ଠ ଲେଖିକା ସମ୍ମାନ 

masiha

ଗୋପାଳପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ୟାରିଆର କାଉନସେଲି

masiha

Leave a Comment

error: Content is protected !!