ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ଶ୍ରମିକ ଦିବସ ପାଳିତ

ଶିଶୁ ଶ୍ରମିକ ଦିବସ ପାଳିତ

ଜୁନାଗଡ଼,୧୨/୬(ମ ନି ସ)ସ୍ଥାନୀୟ ସ୍ବେଛାସେବୀ କର୍ତବ୍ୟ ଅନୁଷ୍ଠାନ ପରିସର ମଧ୍ୟରେ ଜୁନାଗଡ଼ ତାଳୁକ ଲିଗାଲ ସେଲ ଓ କର୍ତ୍ତବ୍ୟ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଶିଶୁ ଶ୍ରମିକ ଦିବସ ପାଳିତ ହୋଇଯାଇଛି।ପୂର୍ବତନ ଜୁନାଗଡ଼ ଓକିଲ ସଂଘ ସଭାପତି ଅଶୋକ ପାତ୍ର ଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଶିଶୁ ଶ୍ରମିକ ମାନଙ୍କ ଅଧିକାର ଓ ସେମାନଙ୍କ ପାଇଁ ରହିଥିବା ଆଇନ ବିଷୟରେ ସଚେତନ କରାଯାଇଥିଲା।ଏଥିସହ ସେମାନଙ୍କୁ ଉଦ୍ଧାର କରାଯାଇ କିପରି ଥଇଥାନ ସହ ମୁଖ୍ୟ ସ୍ରୋତରେ ସାମଲ କରାଯିବ ଏହିନେଇ ଉପସ୍ଥିତ ଅତିଥିମାନେ ପ୍ରାଞ୍ଜଲ ଭାବେ ବୁଝାଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ବାଳକୃଷ୍ଣ ଆଚାରି, ଓକିଲ ସଂଘ ସଭାପତି,କୈଳାସ ଚୌଧୁରୀ,ମିଳାପ ଜୈନ,ଲୋକନାଥ ମଙ୍ଗରାଜ,ତଥା କର୍ତ୍ତବ୍ୟ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଶୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।ଆଇନଜୀବୀ ବାଳକୃଷ୍ଣ ଆଚାରି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ମୋ ଓଡିଶା ଗୀତରେ ରାଉରକେଲାର ତରୁଣ କୁମାର

Sunil Chandra Nayak

ପ୍ରଜ୍ଞା ପ୍ରିୟଦର୍ଶିନୀଙ୍କୁ ରାଜ୍ୟ ସ୍ତରୀୟ କଳା ଉତ୍ସବରେ ଦ୍ଵିତୀୟ ପୁରସ୍କାର

masiha

ଭବାନୀପାଟଣା ଠାରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୪ଉପଲକ୍ଷେ ଜିଲ୍ଲା ସ୍ତରୀୟ ପଥଉତ୍ସବ ଏବଂ ପଦଯାତ୍ରା

masiha

Leave a Comment

error: Content is protected !!