ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ପୁନର୍ଗଠିତ: ନୂତନ କର୍ମକର୍ତ୍ତା ଙ୍କୁ ସାମିଲ

ନବରଙ୍ଗପୁର ଜିଲ୍ଲା କିନ୍ନର ସଂଘ ପୁନର୍ଗଠିତ: ନୂତନ କର୍ମକର୍ତ୍ତା ଙ୍କୁ ସାମିଲ

ନବରଙ୍ଗପୁର: (୧୩|୬ )(ରବି ନାରାୟଣ ମହାନ୍ତି)ଗାନ୍ଧୀନଗର ସ୍ଥିତ ତପୋବନ ପରିସରରେ ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକଙ୍କ ସଭାପତିତ୍ବରେ ଜିଲ୍ଲା କିନ୍ନର ସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକରେ କିନ୍ନର ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। କିନ୍ନର ସଂଘରେ ନୂତନ ଭାବେ କର୍ମକର୍ତ୍ତା ଚୟନ ନିମନ୍ତେ ଏକ ପ୍ରସ୍ତାବ ସଂଘର ସଭାପତି କାଜଲ କିନ୍ନର ପ୍ରସ୍ତାବ ଦେଇଥିବା ବେଳେ ସମ୍ପାଦକ ଚୁମୁକୀ କିନ୍ନର ଉକ୍ତ ପ୍ରସ୍ତାବ କୁ ସମର୍ଥନ ଜଣାଇଥିଲେ। ସଂଘର କୋଷାଧ୍ୟକ୍ଷ ଭାବରେ ସଂଘର ବରିଷ୍ଠ ସଦସ୍ୟ ଗୁଗୁ କିନ୍ନର କୁ ଚୟନ କରାଯାଇଥିଲା। ସେହିପରି ସଂଘର ମୁଖ୍ୟ ଉଦେଷ୍ଟା ଭାବେ ବିଶିଷ୍ଟ ସମାଜସେବୀ ଶ୍ରୀ ଜଗନ୍ନାଥ ମହାପାତ୍ରଙ୍କୁ ଓ ଆଇନ ଉପଦେଷ୍ଟା ଭାବରେ ବରିଷ୍ଠ ଅଧିବକ୍ତା ରାମ ପ୍ରସାଦ ପାତ୍ରଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇଥିଲା ।ମହିଳା ଉପଦେଷ୍ଟା ଭାବରେ ସମାଜସେବୀ ସୁଷମା ଜୈନ ଏବଂ ଅଧ୍ୟାପିକା ଡକ୍ଟର ସଂଯୁକ୍ତା ପଣ୍ଡାଙ୍କୁ ମନୋନୀତ କରାଯାଇଥିଲା। ପ୍ରୋଜେକ୍ଟ ଲିଡର ଭାବରେ ବରିଷ୍ଠ କ୍ରୀଡାବିତ୍ ଏମ. ବାଲା କ୍ରୀଷ୍ଣା ରାଓ, ପ୍ରୋଗ୍ରାମ କୋର୍ଡିନେଟର ଭାବରେ ଅଧ୍ୟାପକ ଅଖିଳ ଭଟ୍ଟ ଙ୍କୁ ମନୋନୀତ କରାଯାଇଥିଲା। ସଭାରେ ସର୍ବସମ୍ମତି କ୍ରମେ ବିଭିନ୍ନ ବ୍ଲକ ପାଇଁ ଉପଦେଷ୍ଟା ଚୟନ କରାଯାଇଥିଲା । ଉପଦେଷ୍ଟା ଭାବରେ ଉମରକୋଟ ବ୍ଲକ ପାଇଁ ବରିଷ୍ଟ ଅଧିବକ୍ତା ଶ୍ରୀନିବାସ ପଟ୍ଟନାୟକ, ସମାଜ ସେବୀ ଇଂ. ଚନ୍ଦନା ମଲ୍ଲିକ, ଝରିଗାଁ ବ୍ଲକ ପାଇଁ ଅଧିବକ୍ତା ସୁବାସ ପଟ୍ଟନାୟକ, ରାଇଘର ବ୍ଲକ ପାଇଁ ସମାଜ ସେବୀ ଦେବେନ୍ଦ୍ର ମିଶ୍ର, ଚନ୍ଦାହାଣ୍ଡି ପାଇଁ ସମାଜସେବୀ ପୁଣ୍ୟ ଶେଖର ପରୀ, ତେନ୍ତୁଳିଖୁଣ୍ଟି ବ୍ଲକ ପାଇଁ ସମାଜସେବୀ ଏଲ୍. ସନ୍ତୋଷ ରାଓ, ନନ୍ଦାହାଣ୍ଡି ବ୍ଲକ ପାଇଁ ସମାଜସେବୀ ଶିବ ଶଙ୍କର ପାଢ଼ୀ, ଡାବୁଗାଁ ବ୍ଲକ ପାଇଁ ସମାଜସେବୀ ଭଗବାନ ମହାନ୍ତି, ପାପଡ଼ାହାଣ୍ଡି ବ୍ଲକ ପାଇଁ ସମାଜସେବୀ ସୁଶାନ୍ତ କୁମାର ବେହେରା, କୋଷାଗୁମୁଡ଼ା ବ୍ଲକ ପାଇଁ ଅଧିବକ୍ତା ଅମରେଶ ପାଣିଗ୍ରାହୀ, ନବରଙ୍ଗପୁର ବ୍ଲକ ପାଇଁ ଅଧିବକ୍ତା ସିରାଜୁଦିନ ଅହମ୍ମଦ ଏବଂ ସମାଜସେବୀ ଭନ୍ଦ୍ରାଞ୍ଚଲ ତ୍ରିପାଠୀ ପ୍ରମୁଖ ଙ୍କୁ ମନୋନୀତ କରାଯାଇଥିଲା। ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ କର୍ଯ୍ୟନିର୍ବାହୀ ସଭ୍ୟ କୃଷ୍ଣ ରଥ, ତୁଷାର କାନ୍ତି ଖୋସଲା ପ୍ରମୁଖ ଉପସ୍ଥିତ ଥିବା ବେଳେ ବର୍ଷା , ଅନିତା , ଶ୍ରୁତି, ବଇଦି, କୁନି , ଇପ୍ସିତା ଏବଂ ସନା କିନ୍ନର ପ୍ରମୁଖ ବୈଠକ ରେ ଉପସ୍ଥିତ ରହି ସହଯୋଗ କରିଥିଲେ।

ମସିହା ନିୟୁଜ ସର୍ଭିସ୍

Related posts

ଉତ୍କଳ ଗୋଶାଳା ସମିତି ପକ୍ଷରୁ ନୂତନ ଗୋଶାଳା ଉଦଘାଟିତ

ସେକ୍ଟର ୧୯ ଥାନାରେ ଶାନ୍ତି ବୈଠକ ଅନୁଷ୍ଠିତ 

masiha

ସିଲିଯୋଡାରେ ରାମନବମୀ ପାଳିତ, ରାମ ନାମ ଧ୍ବନିରେ କମ୍ପିଲା ଖଣି ଅଞ୍ଚଳ

Sunil Chandra Nayak

Leave a Comment

error: Content is protected !!