ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଷଧର ସର୍ପାଘାତରେ ଜଣେ ଯୁବକ ମୃତ

ବିଷଧର ସର୍ପାଘାତରେ ଜଣେ ଯୁବକ ମୃତ

ଥୁଆମୁଳ ରାମପୁର:୧୫/୦୬ – (ମନିସ):- ବିଷଧର ସର୍ପାଘାତରେ ଜଣେ ଯୁବକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଥାନାରେ ଅଭିଯୋଗ କ୍ରମେ ଜଣାଯାଏ ଯେ କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ଅଡ୍ରି ଗ୍ରାମପଞ୍ଚାୟତ ଅଧିନରେ ଥିବା ଟାଙ୍ଗିରୀ ଗ୍ରାମର ଜନୈକ ଯୁବକ ନେପାଲ ମାଝୀ (୨୩) ବୋଲି ଜଣାପଡିଛି, ସେ ଆଜି ଯଥା ତା ୧୪/୦୬/୨୦୨୪ ରିଖ ସକାଳେ ଶୋଇଥିବା ସମୟରେ କେଉଁ ଆଡୁ ଏକ ବିଷଧର ସାପ ଆସି କାମୁଡି ଦେଇଥିବା କୁହାଯାଉଛି। ନେପାଲ ମାଝୀ ଗୁରୁତର ହେବାରୁ ସାଙ୍ଗେ ସାଙ୍ଗେ ସାପ କେଲାଙ୍କୁ ଡକାଇ ଝଡାପୁଙ୍ଖା କରୁଥିବା ସମୟରେ ଘଟଣା ସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା ବୋଲି ପରିବାର ଲୋକେ ପ୍ରକାଶ କରିଥିଲେ। ତେବେ ମୃତ ଯୁବକଙ୍କ ବଡ ବାପାଙ୍କ ପୁଅ ବିରିସିଂ ମାଝୀ ଥୁଆମୁଳ ରାମପୁର ଥାନାରେ ଲିଖତ ଜଣାଇଥିଲେ। ଖବର ପାଇ ଥୁଆମୁଳ ରାମପୁର ଥାନା ଏଏସଆଇ ରଶ୍ମିରଞ୍ଜନ ବାଗ ଓ ସହକର୍ମୀ ଟାଙ୍ଗିରୀ ଗ୍ରାକୁଯାଇ ଘଟଣା ସ୍ଥଳରୁ ମୃତ ଯୁବକଙ୍କ ଶବ ଉଦ୍ଧାର କରି ଏକ ଅପମୃତ୍ଯୁ ମାମଲା ଋଜୁ କରି ଶବ ବ୍ଯବଛେଦ ପାଇଁ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଥିଲେ, ସଂନ୍ଧ୍ୟା ହେବା ଯୋଗୁଁ ଆସନ୍ତା କାଲି ତା ୧୬/୦୬/୨୦୨୪ ରିଖ ଦିନ ଶବ ବ୍ଯବଛେଦ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି। ଘଟଣା କୁ ନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରିରଖିଥିବା ଏଏସଆଇ ପ୍ରକାଶ କରିଥିବା ଜଣାପଡିଛି।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଏଣିକି ଛେଣ୍ଡ ମୁଖ୍ୟ ମାର୍ଗରେ ଜନ ଔଷଧି କେନ୍ଦ୍ର  ଖୋଲିଲା ପ୍ରଧାନମନ୍ତ୍ରୀ ଭାରତୀୟ ଜନ ଔଷଧି କେନ୍ଦ୍ର 

masiha

କିଞ୍ଜିରକେଲା ରେ ଅଷ୍ଟ ପ୍ରହର ନାମଯଜ୍ଞ ଉଦଯାପିତ 

୭୪ ତମ ବନ ମହୋତ୍ସବ ପାଳନ ଉପଲକ୍ଷେ ଗୁଡ଼ାରୀ ବନାଞ୍ଚଳ ପକ୍ଷରୁ ଦୁଇଟି ସ୍ଥାନରେ ୧୦୦ ଚାରା ରୋପଣ

Leave a Comment

error: Content is protected !!