ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୃସିଂହନାଥ ଠାରେ ବିଂଝାଲ ସାମାଜ ପକ୍ଷରୁ ମହାସଭା ପାଇଁ ଏକ ପ୍ରସ୍ତୁତି 

ନୃସିଂହନାଥ ଠାରେ ବିଂଝାଲ ସାମାଜ ପକ୍ଷରୁ ମହାସଭା ପାଇଁ ଏକ ପ୍ରସ୍ତୁତି 

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ସ୍ଥିତ ମାଁ ବିନ୍ଧ୍ୟବାସିନୀ ଦୈବୀ ମନ୍ଦିର ପ୍ରାଙ୍ଗଣରେ ଥିବା ବିନ୍ଧ୍ୟବାସିନୀ ସଭା ଗୃହରେ ସର୍ବ ଭାରତୀୟ ସ୍ୱାଲାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସାମାଜ ପକ୍ଷରୁ ମହାସଭା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଲାଟ ସଭାପତି ହୃଷୀକେଶ ବରିହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଉପଲାଟ ସଭାପତି ଚନ୍ଦ୍ରଶେଖର ବାଗ, ସଂପାଦକ ଆଶାରାମ ବରିହା, ପଦ୍ମପୁର ଚେୟାର୍‌ମେନ୍‌ ରଞ୍ଜିତ ସିଂ ବରିହା, ଛତିଶଗଡ଼ରୁ କଲ୍ୟାଣୀ ସିଂ ବରିହା, ପୁଷ୍ପରାଜ ସିଂ ବରିହା, ସିନ୍ଦାର ସିଂ ବରିହା, ବଲାଙ୍ଗିର ଜିଲ୍ଲା ସଂପାଦକ ଗନ୍ଧର୍ବ ବରିହା, କଳାହାଣ୍ଡିରୁ ହିମାନ୍ଦ୍ର ବରିହା, ଜୀବର୍ଦ୍ଧନ ବରିହା, ଦାର ସିଂ ସିନ୍ଦାର, ବଲାଙ୍ଗିର ବ୍ଲକ ସଭାପତି କୁଶ ବରିହା, ଛବିଲାଲ ବରିହା, ଅଷ୍ଟରତ୍ନ ବରିହା, ପରମାନନ୍ଦ ବରିହା, ଦେବିଲାଲ ବରିହା, କିଶୋର ଚନ୍ଦ୍ର ବରିହା, ସଂପଦ ବରିହା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଆଗାମୀ ୨୦୨୪ ଡ଼ିସେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ସମାଜ ମହାସଭାରେ ସମାଜ ଆହୁରି ଆଗକୁ ବଢ଼ିବାରେ ଶିକ୍ଷାକୁ ବାଧ୍ୟତାମୂଳକ ଭାବେ ଗ୍ରହଣ କରିବା, ନିଶାକୁ ସମ୍ପୂର୍ଣ୍ଣ ବନ୍ଦ୍ କରିବା, କ୍ରିମିନାଲ ଲୋୟର୍‌ ନିଷ୍ପତ୍ତିକୁ ତିବ୍ର ନିନ୍ଦା କରିବା, ସମାଜର ସାମଗ୍ରୀ ବିକାଶ ପାଇଁ ରାଜନୈତିକ କ୍ଷେତ୍ରରେ ମଧ୍ୟ ଆଗେଇ ଆସିବା, ଅର୍ଥନୈତିକ ସ୍ଥିତି କିପରି ସୁଦୃଢ଼ ହୋଇପାରିବ, ସମାଜର ସମ୍ବିଧାନର ବ୍ୟବସ୍ଥାର ସଂଶୋଧନ କରିବା, ସମାଜର ସ୍ୱାଧୀନତା ସଂଗ୍ରାମୀ ସହୀଦ ବୀର ମାଧୋସିଂ ବରିହା ଓ ବାରଭାଇ ବେଣ୍ଟକାରଙ୍କ ଜୀବନକୁ ପାଣ୍ଡୁଲିପି ପୁସ୍ତକ ଛପାଇବା ଏକତା ଅଖଣ୍ଡତା, ଭାଷା ସଂସ୍କୃତ, ଐତିହ୍ୟ ପରମ୍ପରାକୁ କିପରି ବଜାୟ ରଖିବାକୁ ହେବ ସେନେଇ ଅତିଥି ମାନେ ମତ ପୋଷଣ କରିଥିଲେ । ଏଥିରେ ବଲାଙ୍ଗିର ଜିଲ୍ଲା ମିଡ଼ିଆ ସେଲ୍ ସଂଯୋଜକ ଗୋରେଖନାଥ ବରିହା, କରୁଣାକର ବରିହା, ଭକ୍ତ ବରିହା, ବିଜୟ ବରିହା ସମର ସିଂ ବରିହା, ଗୋକୁଳ ବରିହା, ହରସିଂ ବରିହା, ସୁରୁବରିହା, ମହାଦେବ ବରିହା, ଲୋକନାଥ ବରିହା, ବିଶ୍ଵନାଥ ବରିହା, ମଧୁବରିହା, ଯୁବରାଜ ବରିହା, କ୍ଷମା ବରିହାଙ୍କ ସମେତ ବରଗଡ଼, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ଜିଲ୍ଲା ସମେତ ପଡୋଶୀ ଛତିଶଗଡ ରାଜ୍ୟରୁ ବିଂଝାଲ ସାମାଜର ଶତାଧିକ କର୍ମକର୍ତ୍ତା ସଦସ୍ୟ ମାନେ ଉପସ୍ଥିତ ଥିଲେ । ଉପଲାଟ ସଭାପତି ଚନ୍ଦ୍ରଶେଖର ବାଗ ସଭା ପରିଚାଳନା କରିଥିବା ବେଳେ ପ୍ରେମାନନ୍ଦ ବରିହା ସ୍ୱାଗତ ଭାଷଣ ଦେଇଥିଲେ । ଆଶାରାମ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ବ୍ରହ୍ମାକୁମାରୀଜ୍ ବଡ଼ବିଲ ଶାଖା ଦ୍ୱାରା ଧୂମଧାମରେ ପାଳିତ ହେଲା ପବିତ୍ର ରାକ୍ଷୀବନ୍ଧନ ପର୍ବ: ବିଭିନ୍ନ ଅନୁଷ୍ଠାନ ଓ ଗଣ୍ୟମାନ୍ୟ ବ୍ୟକ୍ତିଙ୍କୁ ବନ୍ଧାଗଲା ରାକ୍ଷୀ

Sunil Chandra Nayak

ରାୟଗଡ ନୂତନ ଜିଲ୍ଲାପାଳ ଭାବେ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି ,ଭl.ପ୍ର.ସେଙ୍କ ଯୋଗଦାନ

Sunil Chandra Nayak

ବିବେକ ଜଳ ତରଫରୁ ଜଳଛତ୍ର ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!