ଢ଼େଙ୍କାନାଳ : ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ଅନ୍ତରୀକ୍ଷ ଚାରିଟେବୁଲ ଟ୍ରଷ୍ଟ ର ବାର୍ଷିକ ଉତ୍ସବ ଆସନ୍ତା ତା ୨୪/୦୪/୨୦୨୨ ରିଖ ରବିବାର ଦିନ ଯାଜପୁର ଜିଲ୍ଲା ପାଣିକୋଇଲି ଅନ୍ତର୍ଗତ ବର୍ତ୍ତମଣା ଗ୍ରାମରେ ଅନୁଷ୍ଠିତ ହେବାର ସୂଚନା ଟ୍ରଷ୍ଟ ର ସଭାପତି ଆନନ୍ଦ କୁମାର ମାଇତି ଓ ଟ୍ରଷ୍ଟ ର ମନେଜିଂ ଟ୍ରଷ୍ଟି ଲକ୍ଷ୍ମୀପ୍ରିୟା ମାଇତିି ପ୍ରେସ ବିଜ୍ଞପ୍ତି ରେ ସୂଚନା ପ୍ରଦାନ କରିଛନ୍ତି।ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପାରାଦ୍ଵୀପ ଇଫିକୋ ଲିମିଟେଡ଼ ର ପ୍ରଶାସନିକ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ବେଉରା , ମୁଖ୍ୟ ବକ୍ତା ଶିକ୍ଷାବିତ୍ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା, ଗଞ୍ଜାମ।ବକ୍ତା ମେଜର ଭରତ ଚନ୍ଦ୍ର ଜେନା, ସୈନିକ ଶିକ୍ଷକ। ସମ୍ମାନୀତ ଅତିଥି ଶ୍ରୀ କାର୍ତ୍ତିକ ଚନ୍ଦ୍ର ଷଡ଼ଙ୍ଗୀ ସାହିତ୍ୟିକ,ପ୍ରାବନ୍ଧିକ,। ବରେଣ୍ୟ ଅତିଥି କଳିଙ୍ଗ ରତ୍ନ ଶ୍ରୀ ବ୍ରହ୍ମାନନ୍ଦ ମହାନ୍ତି ସମାଜସେବୀ, ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ଉତ୍ସବରେ ଟ୍ରଷ୍ଟ ର ମୁଖପତ୍ର “ଅନ୍ତରୀକ୍ଷ” ,କବି ଶ୍ରୀ ପ୍ରତାପ କୁମାର ପଣ୍ଡାଙ୍କ କବିତା ସଙ୍କଳନ “ସପ୍ତପର୍ଣ୍ଣୀ” ଲୋକାର୍ପଣ ହେବା ସହିତ ନୃତ୍ୟ ,ଗୀତ,ଓ ଅନ୍ତରୀକ୍ଷ ର ବିଭିନ୍ନ ସମ୍ମାନରେ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା,ଶ୍ରୀ ଜିତେନ୍ ମହାନ୍ତି,ଶ୍ରୀ ଦିନେଶ ମଲ୍ଲିକ, ଶ୍ରୀମତୀ ଗୀତା ଦାସ, ନୀଳାଦ୍ରି କେଶରୀ ସାହାଣୀ, ଇ ମାହେଶ୍ୱରୀ ଦୋରା,ଶ୍ରୀ ଶୁଭେନ୍ଦୁ ସ୍ୱାଇଁ, ସୁଶ୍ରୀ ଶୁଭଶ୍ରୀ ନାୟକ,ଶ୍ରୀ ବୁଦ୍ଧିରାମ ନାହାକ,ଶ୍ରୀ ପ୍ରତାପ କୁମାର ମହାପାତ୍ର,ଶ୍ରୀ ପ୍ରତାପ ଚନ୍ଦ୍ର ରଥ,ସାଇଶ୍ରୀ ପୃଷ୍ଟି,ଶ୍ରୀମତୀ ସ୍ନିଗ୍ଧା ନାୟକ,ଶ୍ରୀ ଅଶୋକ କୁମାର ସ୍ବାଇଁ,ଶ୍ରୀ ସୁକୁମାର ବିଶ୍ଵାଳ, ଡଃ ଶ୍ରୀଧର ସାମଲ,ଶ୍ରୀ ବିଜୟାନନ୍ଦ ମହାପାତ୍ର,ଶ୍ରୀମତୀ ମାଙ୍ଗଳିକା ଦାସ,ଶ୍ରୀ ଦିଲୀପ ଚମ୍ପତୀ, ଆଇନ୍ ଜିବୀ ପ୍ରଦ୍ୟୁମ୍ନ ମହାନ୍ତି, ଶ୍ରୀମତୀ ଶାନ୍ତିଲତା ପଣ୍ଡା,ଟିକି ଲତା ବେହେରା ଓ ଲିପିକା ନାୟକ ଙ୍କୁ ସମ୍ଭର୍ଦ୍ଧିତ କରାଯିବ। କାର୍ଯ୍ୟକ୍ରମକୁ ସଭାପତି ଆନନ୍ଦ କୁମାର ମାଇତି ପୌରୋହିତ୍ୟ କରିବା ସହ ସଂଯୋଜନା କରିବେ ରବୀନ୍ଦ୍ର ମଲ୍ଲ ଓ ଧନ୍ୟବାଦ୍ ଅର୍ପଣ କରିବେ ଶ୍ରୀ ପ୍ରଫୁଲ୍ଲ ରାୟ,ସମ୍ପାଦିକା ଲକ୍ଷ୍ମୀପ୍ରିୟା ମାଇତି ବାର୍ଷିକ ବିବରଣୀ ପାଠ କରିବେ।ଉତ୍ସବରେ ବହୁ ସଂଖ୍ୟାରେ ଯୋଗଦେବା ପାଇଁ ଟ୍ରଷ୍ଟ ରାଜ୍ୟ ର ସମସ୍ତ କବି, ସାହିତ୍ୟିକ ,କଳାକାର,ଶିକ୍ଷାବିତ୍, ସମାଜସେବୀ ଙ୍କୁ ନିବେଦନ କରିଛନ୍ତି। ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ।