ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାରକଟା ଶାଖା ଡାକଘର ଭବିଷ୍ୟତ ଅନ୍ଧାରରେ 

ଝାରକଟା ଶାଖା ଡାକଘର ଭବିଷ୍ୟତ ଅନ୍ଧାରରେ 

କଟକ : କଟକ ସଦର ୪୨ମୌଜା ସ୍ଥିତ ବେଣ୍ଟକାର ଉପ ଡାକଘର ଅଧୀନରେ ପାଞ୍ଚ ଗୋଟି ଶାଖା ଡାକଘର ଯଥା ଝିଙ୍କିରିଅା, ଦଧିବାମନପୁର,ଝାରକଟା,କଳପଡା ଓ ସରିଚୁଆଁ ଶାଖା ଡାକଘର କାର୍ଯ୍ୟ କରୁଅଛି । କେବଳ ଝାରକଟା ଶାଖା ଡାକଘର ବ୍ୟତୀତ ଅନ୍ୟ ଚାରୋଟି ଶାଖା ଡାକଘର ତାଙ୍କ ନିଜ ନିଜ ଏରିଆ ପରିସରରେ ଖୋଲାଯାଇ ଲୋକମାନଙ୍କୁ ଡାକ ସେବା ଯୋଗାଉଛନ୍ତି । ମାତ୍ର ଅକ୍ଟୋବର ୨୦୧୭ ମସିହାରୁ ଦୀର୍ଘ ଆଠବର୍ଷ ହେବ ଝାରକଟା ଶାଖା ଡାକଘର ବେଣ୍ଟକାର ଉପ ଡାକଘରେ ଚାଲୁଅଛି । ବେଣ୍ଟକାର ଉପ ଡାକଘରେ ସ୍ଥାନ ଅଭାବରୁ ଝାରକଟା ଶାଖା କାର୍ଯ୍ୟ ଉପ ଡାକଘରର ଦକ୍ଷିଣ ପଟ ଝରକା ବାଟେ ଚାଲୁଅଛି । ଫଳରେ ଝାରକଟା ଶାଖା ଡାକଘର ଅଧୀନରେ ଥିବା ଗ୍ରାମ ଝାରକଟା,ମଣିଵାଡ,ଗୋବିନ୍ଦପୁର, ଅଇନି,ନହରପଦା ଓ ପଟଣା ଆଦି ଗ୍ରାମର ଶହଶହ ହିତାଧିକାରୀ ମାନେ ବର୍ଷ ତମାମ ଖୋଲା ଆକାଶ ତଳେ ଖରା ବର୍ଷାରେ ଝରକା ପାଖେ ଠିଆ ହୋଇ ପୋଷ୍ଟ ଅଫିସରେ ଥିବା ତାଙ୍କ କାର୍ଯ୍ୟ କରୁଛନ୍ତି । ବିଭାଗୀୟ ଅଧିକାରୀଙ୍କୁ ଉକ୍ତ ବିଷୟ ଅବଗତ କରାଯାଇଥିଲେ ସୁଦ୍ଧା ଏହାର ପ୍ରତିକାର କରାଯାଇନାହିଁ । ଏଣୁ ଡାକ ବିଭାଗର ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ଏହାକୁ ଗୁରୁତର ସହ ବିଚାରକୁ ନେଇ ଝାରକଟା ଶାଖା ଡାକଘରକୁ ତାର ନିଜ ଏରିଆରେ ଖୋଲିବାର ବିହୀତ ଅନୁମତି ଦେବାକୁ ୪୨ ମୌଜା ବିକାଶ ପରିଷଦର ଉପଦେଷ୍ଟା ତଥା ୪୨ମୌଜା ଯାଦବ ମହାସଭା ସଭାପତି ବରିଷ୍ଠ ସମାଜସେବୀ ବୁଲେଇ ବେହେରା ପ୍ରେସ୍ ବିବୃତିରେ ଦର୍ଶାଇଛନ୍ତି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାୟଗଡା ବିଦୁତ୍ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ପୋଷାକ ବଣ୍ଟନ

Sunil Chandra Nayak

ଆଧୁନିକ ନାଟକର ବାର୍ତ୍ତାବହ କାଳୀଚରଣ ପଟ୍ଟନାୟକ ଓ ରକ୍ତମାଟି ସଂପର୍କରେ ଆଲୋଚନାଚକ୍ର

Sunil Chandra Nayak

ଲୋକକଳା ସାଂସ୍କୃତିକ ଦଳ ଚୟନ ଓ ବ୍ଲକ ସ୍ତରୀୟ ସଂସାଧନ ସଭ୍ୟଙ୍କ ପ୍ରଶିକ୍ଷଣ ଶିବିର ଉଦଘାଟିତ

masiha

Leave a Comment

error: Content is protected !!