ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପାନପୋଷରେ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଉଦ୍‌ଘାଟିତ

ସରକାରୀ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପାନପୋଷରେ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଉଦ୍‌ଘାଟିତ

ରାଉରକେଲା: ଯୁକ୍ତ ଦୁଇ ବର୍ଗର ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଯୋଜନା। ଏହି କୌଶଳ ଶିକ୍ଷା କରିଥିଲେ ଯେକୌଣସି ପରିସ୍ଥିତିରେ ବାଳିକାମାନେ ନିଜକୁ ରକ୍ଷା କରି ପାରିବେ। ଏହି କୌଶଳ ମାଧ୍ୟମରେ ଛାତ୍ରୀମାନଙ୍କୁ ସଶକ୍ତ କରାଯିବା ସହ ସେମାନଙ୍କ ଉପରେ ହେଉଥିବା ଶାରିରୀକ ଆକ୍ରମଣକୁ ସେମାନେ ପ୍ରତିହତ କରିବା ସହ ନିଜକୁ ସୁରକ୍ଷିତ ରଖିପାରିବେ। ଏହା ସହିତ ବାଳିକାମାନେ ନିଜକୁ ବିଭିନ୍ନ ସମୟରେ ସୁରକ୍ଷିତ ରଖିବା ପାଇଁ ନିଜ ମଧ୍ୟରେ ମାନସିକଭାବେ ଦୃଢ଼ ହୋଇପାରିବେ । ଏହି କ୍ରମରେ ସରକାରୀ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପାନପୋଷରେ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଡ ସସ୍ମିତା ସାମଲ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ମମତା ବାକ୍ସଲା ଏବଂ ସହ ସଂଯୋଜିକା ଅଧ୍ୟାପିକା ନମିତା ସ୍ବାଇଁଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଆସନ୍ତା ୧୫ଟି କାର୍ଯ୍ୟଦିବସ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁକ୍ତ ଦୁଇ ବର୍ଗର ଛାତ୍ରୀମାନେ ଲାଭାନ୍ବିତ ହେବେ ବୋଲି ଡ ସାମଲ ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ପ୍ରଥମ ଦିନରେ ହୋଇଥିବା ଶିବିରରେ ମୋଟ ୧୧୨ଜଣ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ଯୋଗଦେଇଛନ୍ତି। ଓସେପା ଏବଂ ସମଗ୍ର ଶିକ୍ଷା ଅଭିଯାନ ସୁନ୍ଦରଗଡ଼ ଜିଲ୍ଲା ଶାଖା ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିଯୁକ୍ତ ପ୍ରଶିକ୍ଷିକା ଦୁଲାଣି ମୁଣ୍ଡାରି ଓ ମହିମା ସୁନ୍ଦରୀ ମଲ୍ଲିକ ଏଥିରେ ପ୍ରଶିକ୍ଷଣ ଦେଉଛନ୍ତି। ଆସନ୍ତା ଦିନରେ ଏଥିରେ ଅଧିକରୁ ଅଧିକ ଛାତ୍ରୀ ଯୋଗଦେବା ପାଇଁ ଅଧ୍ୟାପିକା ମମତା ବାକ୍ସଲା ଆହ୍ବାନ ଦେଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଘରୋଇ ଯାତ୍ରୀବାହୀ ବସ ଓଲଟି ୨୦ ରୁ ଉର୍ଦ୍ଧ୍ବ ଆହତ ହୋଇଥିବା ବେଳେ ଦୁଇ ଗୁରୁତର

Sunil Chandra Nayak

ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ

masiha

ନବରଙ୍ଗପୂର ଠାରେ ଜିଲ୍ଲା ସ୍ତରୀୟ “ନିପୁଣ ଓଡ଼ିଶା ମେଳା”

masiha

Leave a Comment

error: Content is protected !!