ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁର କୋର୍ଟ;ବିବାହିତା ମହିଳାଙ୍କୁ ବଳାତ୍କାର ମାମଲାରେ ଆସାମୀକୁ ୭ ବର୍ଷ କାରାଦଣ୍ଡ 

ରାଇରଙ୍ଗପୁର କୋର୍ଟ;ବିବାହିତା ମହିଳାଙ୍କୁ ବଳାତ୍କାର ମାମଲାରେ ଆସାମୀକୁ ୭ ବର୍ଷ କାରାଦଣ୍ଡ 

ମୟୂରଭଞ୍ଜ -୧୩/୧୨  //  ବିଶୋଇ ଥାନା ଅଂଚଳରେ ଜନୈକ ବିବାହିତା ମହିଳାଙ୍କୁ ବଳାତ୍କାର ମାମଲାରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ କୋର୍ଟରେ ଅଭିଯୁକ୍ତଙ୍କୁ ଏଡିଜେ ଡଃ ଭି ସୁଜାତା ୭ ବର୍ଷ କାରାଦଣ୍ଡ ଏବଂ ୫୦୦୦ ଟଙ୍କା ଜୋରିମାନା ଏବଂ ଅନାଦେୟ ୧ ବର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି । ସୂଚନାଯୋଗ୍ୟ ବିଶୋଇ ଥାନା ଅଂଚଳରେ ୧୧/୦୬/୨୦ ତାରିଖ ଦିନ ସଂନ୍ଧ୍ଯା ସମୟରେ ରେ ଜନୈକ ବିବାହିତା ମହିଳା ହାଟରୁ ପରିବା ପତ୍ର ନେଇ ଘରକୁ ରାସ୍ତାରେ ଏକୁଟିଆ ଚାଲି ଚାଲି ଫେରୁଥିଲେ । ରାସ୍ତାରେ ଯାଉଥିବା ସମୟରେ ବିଶୋଇ ଥାନା ଅନ୍ତର୍ଗତ ବାଢୁଣିଆ ଗ୍ରାମର ନରେନ୍ଦ୍ର ବେହେରା (୪୦) ମଟର ସାଇକେଲରେ ଆସୁଥିବା ସମୟରେ ମହିଳାଙ୍କୁ ଦେଖି ଅଟକାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କ ମନକୁ ପାପ ଛୁଇଁଲା ।ଛଳନାରେ କହିଲେ ମୁଁ ଯାଉଛି ତୁମକୁ ଘର ପାଖରେ ଛାଡି ଦେବି ।ମହିଳା ଜଣଙ୍କ ନରେନ୍ଦ୍ରରର ପାପ ମନର କଥାକୁ ବୁଝି ନ ପାରି ତାଙ୍କ ମଟର ସାଇକେଲରେ ବସି ଆସୁଥିବା ସମୟରେ ନିଛାଟିଆ ଜାଗାରେ ଜଙ୍ଗଲ ପାଖରେ ମଟର ସାଇକେଲ ଟିକୁ ଅଟକାଇ ମହିଳାଙ୍କୁ ଜଙ୍ଗଲ ବୁଦା ଭିତରକୁ ଟାଣି ନେଇ ବଳାତ୍କାର କରିଥିଲେ । ଏହାକୁ ନେଇ ମହିଳା ଜଣକ ପରିବାର ଲୋକଙ୍କୁ କାନ୍ଦି କାନ୍ଦି କହିଥିଲେ ।୧୩/୦୬/ ୨୦ ତାରିଖ ଦିନ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ନେଇ ଥାନାରେ ଏକ ମାମଲା କେଶ ନମ୍ବର ୫୧/୨୦ ରୁଜୁ କରି ତଦନ୍ତ କରିଥିଲେ ।ଆଜି ଶୁକ୍ରବାର ରାଇରଙ୍ଗପୁର କୋର୍ଟରେ କେଶ ମାମଲାର ପୋଲିସ ରିପୋର୍ଟ, ପାରିପାର୍ଶ୍ବିକ ଘଟଣା ଏବଂ ୯ ଜଣ ସାକ୍ଷୀଙ୍କ ବୟାନକୁ ବିଚାରକୁ ନେଇ ବିଚାରି କରି ଏଡିଜେ ଡଃ ଭି ସୁଜାତା ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ,୫୦୦୦ ଟଙ୍କା ଜୋରିମାନା ଏବଂ ଅନାଦେୟ ୧ ଵର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି । ପରିଚାଳନାରେ ସରକାରୀ ଏପିପି ଶ୍ରୀ ପଙ୍କଜ ଦାସ ସହଯୋଗ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

୫ ଚୋରି ମଟର ସାଇକେଲ ସହ ବିପୁଳ ଚୋରି ସାମଗ୍ରୀ ଜବତ : ୧ ଗିରଫ

Sunil Chandra Nayak

ମହୁମାଛି ଆକ୍ରମଣ ରେ ଜଣେ ଆହତ

masiha

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ ରେ ଜଣେ ଗିରଫ ପରେ କୋର୍ଟ ଚାଲାଣ 

Sunil Chandra Nayak

Leave a Comment

error: Content is protected !!