ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫

ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫

ନବରଙ୍ଗପୁର:(୦୮/୦୩) (ରବି ନାରାୟଣ ମହାନ୍ତି) ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଦୌରାଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁରର ଅଧ୍ୟକ୍ଷ ସୁବ୍ରତ ମହାନ୍ତିଙ୍କ ନିର୍ଦ୍ଧେଶ କ୍ରମେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୫ ଅନୁଷ୍ଟିତ ହୋଇଯାଇଛି। ଜିଲ୍ଲା ଦୌରାଜର୍ଜ ସୁବ୍ରତ ମହାନ୍ତି ୦୧ (ଗୋଟି) ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ଦାବି (MACT) ବାବଦକୁ ଫଇସଲା କରି ଟ.୭,୫୦,୦୦୦/- ଓ ୦୬ (ଗୋଟି) ଅନ୍ୟାନ୍ୟ ଦେବ।ନି କେସ ବାବଦକୁ ଫଇସଲାକରି ଟ.୧୯,୨୭,୫୬୭/- କ୍ଷତିପୁରଣ ଆଦାୟ କରିଛନ୍ତି। ପରିବାର ବିଚାର ବିଭାଗୀୟ ଜର୍ଜ ଲିଲିପ୍ତା ପସାୟତ ୧୫ (ଗୋଟି) ପାରିବାରିକ ବିବାଦ କେସ ସମାଧାନ କରିଛନ୍ତି ସେଥିମଧ୍ୟରୁ (୦୨) ଦୁଇ (ଗୋଟି) କେସରେ ଦୀର୍ଘ ଦିନ ବିବାଦର ଅନ୍ତ ଘଟାଇ ଦମ୍ପନ୍ତୀଙ୍କ ମଧ୍ୟରେ ଆପୋଷ ମିଳାମିଶା କରାଇଛନ୍ତି । ଅତିରିକ୍ତ ଜିଲ୍ଲା ଜର୍ଜ ବିଷ୍ଣୁ ପ୍ରସାଦ ମିଶ୍ର ୦୧ (ଗୋଟି) ଅନ୍ୟାନ୍ୟ ଦେବ।ନି କେସ ଫଇସଲା କରିଛନ୍ତି। ବରିଷ୍ଟ ଦେବାନୀ ଜର୍ଜ ମୋନିତା ତ୍ରିପାଠୀ ୦୨ ଟି ବ୍ୟ।ଙ୍କ ଋଣଦେୟ ସମ୍ବଦ୍ଧିୟ ବିବାଦର ଫଇସଲା କରି ଟ.୯,୦୯,୯୨୬॰୬୦ ଟଙ୍କା ରୁଣ ଆଦାୟ କରିଛନ୍ତି, ବରିଷ୍ଟ ଦେବାନୀ ଜର୍ଜ (ମହିଳା କୋର୍ଟ) ୦୬ ଟି ଫୌଜଦାରୀ ମକଦ୍ଦମା ଫଇସଲା କରିଛନ୍ତି, ସେହିଭଳି ଉପଖଣ୍ଡ ବିଚାର ବିଭାଗୀୟ ଦଣ୍ଡାଧିକାରୀ, ନବରଙ୍ଗପୁର ସୌମ୍ୟ ଶଙ୍କର ମହନ୍ତ ୧୧୮ ଟି ଫୌଜଦାରୀ ମକଦ୍ଦମାର ଫଇସଲା କରି ଟ॰ ୧୧,୫୦,୦୦୦/- ଜୋରିମାନା ଆଦାୟ କରିଛନ୍ତି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ସର୍ବମୋଟ ୨୩୯ ଗୋଟି କୋର୍ଟ କେସ ଓ ୧୧,୭୭୬ ଗୋଟି ରାଜସ୍ୱ କେସର ଫଇସଲା କରାଯଇ ଟ.୧୫,୮୨,୬୨୩/- ରାଜସ୍ୱ ଆଦାୟ କରାଯାଇଛି। ସେହିପରି ବ୍ୟାଙ୍କର ୨୨ ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ.୨,୭୭,୦୦୦/- ରୁଣ ଆଦାୟ କରାଯାଇଛି ସେହିଭଳି ବିଏସଏନଏଲ (BSNL) ଓ ଟିପିଏସଓଡ଼ିଏଲ (TPSODL) ର ୧୯ ଟି ପ୍ରାକ ମକଦ୍ଦମା ମଧ୍ୟ ଫଇସଲା କରାଯାଇ ଟ. ୫,୨୩,୪୯୮/- ରୁଣ ଆଦାୟ କରାଯାଇଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ରେ ଅନ୍ୟାନ୍ୟ ଅତିଥି ରୂପେ ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରି ସୀମା ତ୍ରିପାଠୀ ଓ ରେଜିଷ୍ଟ୍ରାର ଜିଲ୍ଲାକୋର୍ଟ ସୁକାନ୍ତ କିଶୋର ଜେନା ଯୋଗ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭିସ୍ପା ଗୋଛାୟତ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ପରିଚାଳନା କରିଥିବା ବେଳେ କୋର୍ଟର ଆଇନଜୀବୀ ଓ କର୍ମଚାରୀ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମେ’ରୁ କଳାହାଣ୍ଡି ଜିଲ୍ଲା ଉତ୍କେଲା ରୁ ଉଡ଼ିବ ବିମାନ

Sunil Chandra Nayak

ଡୁମୁରିକୁଦର ଗାଁ ରେ ସାରହୁଲ ପର୍ବ ପାଳିତ 

masiha

ସରପଞ୍ଚଙ୍କ ସ୍ୱାମୀ ତଥା ବିଜେପି ମଣ୍ଡଳ ସଭାପତି ନାଁରେ ସାଙ୍ଘାତିକ ଦୁର୍ନୀତି ଅଭିଯୋଗ, ଶ୍ରମିକଙ୍କ ଟଙ୍କା ହଡ଼ପ କରିଥିବା ଗୁରୁତର ଅଭିଯୋଗ ଆଣିଲେ ଶ୍ରମିକ l ଅଭିଯୋଗ ପରେ , ତଦନ୍ତ କଲେ ବିଡିଓ

masiha

Leave a Comment

error: Content is protected !!