ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳସୀଯାତ୍ରାର ଶେଷ ଦିନରେ ବିଧାୟକଙ୍କ ବିଭିନ୍ନ ଗ୍ରାମ ଗସ୍ତ ଓ ମା ଠାକୁରାଣୀ ଶେଷ ଦର୍ଶନ

କଳସୀଯାତ୍ରାର ଶେଷ ଦିନରେ ବିଧାୟକଙ୍କ ବିଭିନ୍ନ ଗ୍ରାମ ଗସ୍ତ ଓ ମା ଠାକୁରାଣୀ ଶେଷ ଦର୍ଶନ 

ନବରଙ୍ଗପୁର:(ତା୧୫/୦୪)-ଝରିଗାଁ ବିଧାୟକ ନରସିଂହ ଭତରା ଆଜି ନିଜ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମ ଗସ୍ତ କରି ମା ଠାକୁରାଣୀ ଙ୍କ ଶେଷ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି |ବିଧାୟକ ଶ୍ରୀଯୁକ୍ତ ଭତରା ଝରିଗାଁ ବ୍ଲକ ଅନ୍ତର୍ଗତ ପୂର୍ଲା, କର୍ମରୀ, କୁଟ୍ରିଛାପର, ଭିତର କର୍ମରୀ ଆଦି ଗ୍ରାମ ସବୁ ଗସ୍ତକରି ଗ୍ରାମବାସୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ମା ଠାକୁରାଣୀଙ୍କ ଶେଷ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି |ବିଧାୟକ ଶ୍ରୀଯୁକ୍ତ ଭତରାଙ୍କ ଏହି ଗସ୍ତ ସମୟରେ ଝରିଗାଁ ସଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ବରିଷ୍ଠ ବିଜେପି ନେତା ଗଣପତି ସାହୁ, ଚଚା ମଣ୍ଡଳର ମଣ୍ଡଳ ସଭାପତି ମହେଶ୍ୱର ତିୱାରୀ, ଚିତ୍ରସେନ ତିୱାରୀ, ପଞ୍ଚାନନ ବାବଳୀଙ୍କ ସମେତ ସମସ୍ତ ଜୋନ ସଭାପତି, ପଂଚାୟତ ସଭାପତି ଓ ଅନ୍ୟାନ୍ୟ ଦଳୀୟ କର୍ମୀ ଓ କର୍ମକର୍ତାମାନେ ବିଧାୟକଙ୍କ ଉକ୍ତ ଗସ୍ତରେ ସାମିଲ ରହିଥିଲେ | 

ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ 

Related posts

ସିନାପାଲିରେ ଗୃହ ତାଳିକା ଓ ଗୃହ ଗଣନା ଆରମ୍ଭ 

Sunil Chandra Nayak

ବି.ବି. ହାଇସ୍କୁଲ,ଢେଙ୍କାନାଳରେ ନେତାଜୀ,ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀରେ ବର୍ଣ୍ଣାଢ଼୍ୟ ବିଦ୍ୟାଳୟ ସ୍ତରୀୟ ଆକାଂକ୍ଷୀ ପାଠ୍ୟକ୍ରମ ଓ ପ୍ରକଳ୍ପ ପ୍ରଦର୍ଶନ ଉତ୍ସବ -୨୦୨୪ ଅନୁଷ୍ଠିତ

masiha

ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!