ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି 

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି 

ବନ୍ଧୁଗାଁ ତା ୨୨/୪/୨୫ ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅଭିଯୋଗରେ ବିଡିଓ ମିନତୀ ଜଗଦେବ ସଭାପତିତ୍ବ କରିଥିଲେ। ଏଥିରେ ସ୍ଥାନୀୟ ପୋଲିସ ଥାନା ଆଇଆଇସି ପ୍ରସନ୍ନ କୁମାର ମିଶ୍ର, ସିଡ଼ିପିଓ ଗୀତାଞ୍ଜଳୀ ମହାରଣା, ବ୍ଲକ କୃଷି ବିଭାଗ ଅଧିକାରୀ ସୂର୍ଯ୍ୟକାନ୍ତ ନାହକ,ୱିଇଓ ଚନ୍ଦନ କୁମାର ସ୍ବାଇଁ, ବିଏସଏସଓ ଦୀପକ କୁମାର ବେଉରିଆ, ସିଆରସିସି ସଞ୍ଜୟ ସିଂ, ଓଏଲଏମ ଚୈତନ୍ୟ ସାଗରିଆ , ଯନ୍ତ୍ରୀ ମହେଶ୍ୱର ପାତ୍ର, ଏଏନଏମ, ନାଇବ ସରପଞ୍ଚ ସନ୍ୟା ମାଣ୍ଡିଙ୍ଗୀ, ଏମବିକେ ରଶ୍ମିତା ବାଙ୍ଗାରି,ୱାର୍ଡ ମେମ୍ବର ସୁରେନ୍ଦ୍ର, ପଞ୍ଚାୟତର ଅଙ୍ଗନୱାଡ଼ି, ପିଇଓ ବୃନ୍ଦାବନ କଲେକା, ଏଡିଇଓ ଲିଙ୍ଗରାଜ ସାହୁକାର, ଯୋଗାଣ ସହାୟକ ବି ଚନ୍ଦନ କୁମାର , ମୁକୁନ୍ଦ ବେବରା ଉପସ୍ଥିତ ଥିଲେ। ସମସ୍ତ ବିଭାଗୀୟ ଅଧିକାରୀ ନିଜସ୍ୱ ବିଭାଗର ଯୋଜନା ଓ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ସଚେତନ କରିଥିଲେ। ଶୁଣାଣି ସମୟରେ କାଳବୈଶାଖୀ ବର୍ଷା ପବନ ହେବାରୁ ଦୁଇ ଦିନ ଧରି ବିଜୁଳୀ ସଂଯୋଗ ବିଚ୍ଛିନ୍ନ ହେବା ଯୋଗୁଁ ତୁରୁକୁପେଟା କସ୍ତୁରବା ଗାନ୍ଧି ବାଳିକା ବିଦ୍ୟାଳୟ ୨୦୦ ଛାତ୍ରୀ ନିବାସରେ ପିଇବା ଓ ରୋସେଇ ପାଇଁ ପାଣି ନ ଥିବା, ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ଥିବା ୩୦୦ ଜଣ ଛାତ୍ରଛାତ୍ରୀ ନିବାସ ରେ ପାଣି ସମସ୍ୟା କୁ ସମାଧାନ ପାଇଁ ଆଲୋଚନା, ଆଶ୍ରମ ସ୍କୁଲ ଗୁଡିକରେ ପାଠ ପଢିବା ପାଇଁ ଅନେକ ଛାତ୍ରଛାତ୍ରୀ ସିଟ ନ ମିଳିବାରୁ ଘରେ ରହିଛନ୍ତି ସେମାନ ଙ୍କୁ ହଷ୍ଟେଲରେ ପାଠ ପଢିବା ବ୍ୟବସ୍ଥା କରିବା, ଟ୍ରାକ୍ଟର ଗୁଡ଼ିକରେ ବାଲି ଆଣି ୩୦୦୦ ହଜାର ଟଙ୍କାରୁ ଅଧିକ ଟଙ୍କା ନେବା ଓ ରାତିରେ ଚରା ବାଲି ଯାଉଛି ଅତି ଶୀଘ୍ର ପୋଲିସ ପେଟ୍ରୋଲିଂ କରିବେ ଓ ଯେଉଁ ୪ ଟ୍ରାକ୍ଟର ବାଲି ରହିଛି ଥାନାରେ କେସ ହୋଇଛି କୋର୍ଟରେ ଯାଇ ଆଣିବା ପରେ ଛଡାଯିବ। ପ୍ରଧାନ ମନ୍ତ୍ରୀ ଆବାସ ଗୃହ ନିର୍ମାଣ ପାଇଁ ପାଇଥିବା ପ୍ରମାଣ ପତ୍ର ଦେଖାଇଲେ ବାଲି ଛଡାଯିବ। ସ୍କୁଲ ଗୁଡିକରେ ଗୋଟିଏ କୋଠରୀ ରେ ୮୨ ପିଲା ଥିଲା ବେଳେ ବାଲ ବାଟିକା ପିଲା ମାନେ କେଉଁ ଠାରେ ବସିବେ, ଯେଉଁ ଗାଁ ରେ ସ୍କୁଲ ନାହିଁ ବାଲ ବାଟିକା ପିଲା ପାଠ ପଢିବା ପାଇଁ ଚାଲି ଚାଲି ଯିବେ କି ଓ କିଏ ପାଠ ପଢ଼ାଇବେ ଉପରେ ଆଲୋଚନା ହୋଇଥିଲା।ଅନ୍ୟ ପଟେ ତହସିଲ, ଆରଡି, ଓ ଉଦ୍ୟାନ କୃଷି ବିଭାଗ ତରଫରୁ କିଏ ମଧ୍ୟ ଉପସ୍ଥିତ ନ ଥିଲେ।

  ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଶିଶୁ କବି କୁମୁଦିନୀ ଘିଙ୍କ “ଫୁଲ ହୋଇ ଫୁଟିବି” କବିତା ସଙ୍କଳନ ଉନ୍ମୋଚନ ଉତ୍ସବ

Sunil Chandra Nayak

ରାଇରଙ୍ଗପୁରରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ

masiha

ପ୍ରଧାନମନ୍ତ୍ରୀ ମୋଦୀ ଜୀ ଙ୍କ ଜନ୍ମଦିନ ଅବସରରେ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜନ ଓ ଶୁଭ ଖୁଣ୍ଟି ସ୍ଥାପନ

masiha

Leave a Comment

error: Content is protected !!