ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସି ପି ଆଇ ଏମ୍ ପକ୍ଷରୁ ଲେନିନ୍ ଙ୍କ ୧୫୬ ତମ ଜନ୍ମ ଜୟନ୍ତୀ ପାଳିତ

ସି ପି ଆଇ ଏମ୍ ପକ୍ଷରୁ ଲେନିନ୍ ଙ୍କ ୧୫୬ ତମ ଜନ୍ମ ଜୟନ୍ତୀ ପାଳିତ

ରାଉରକେଲା ତା ୨୨/୦୪/୨୦୨୫ // ବିଶ୍ଵ ସର୍ବହରା ଶ୍ରେଣୀର ମହାନାୟକ,ଋଷ ବିପ୍ଳବ ର ରୂପକାର,ବିଶ୍ଵର ପ୍ରଥମ ସମାଜବାଦୀ ରାଷ୍ଟ୍ର ଋଷ ର ନିର୍ମାତା, ମହାନ୍ ବିପ୍ଳବୀ ଭି ଆଇ ଲେନିନ୍ ଙ୍କ ୧୫୬ ତମ ଜନ୍ମ ଜୟନ୍ତୀ ଆଜି ସି ପି ଆଇ ଏମ୍ ରାଉରକେଲା ଆଂଚଳିକ କମିଟି ପକ୍ଷରୁ ଶକ୍ତିନଗର ଜିଲ୍ଲା ପାର୍ଟି ଅଫିସ ଠାରେ ଅନୁଷ୍ଠିତ ହୋଇଯାଇଅଛି। ପାର୍ଟି ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଜୟନ୍ତୀ ସମାରୋହ ରେ ପ୍ରଥମେ ଲେନିନ୍ ଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ କରିବା ସହିତ ଲେନିନ୍ ଙ୍କ ସ୍ମୃତି ଚାରଣ କରାଯାଇଥିଲା। ଏହି ସମାରୋହରେ ସି ପି ଆଇ ଏମ୍ ସୁନ୍ଦରଗଡ଼ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି,ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ଜିଲ୍ଲା କମିଟି ସଦସ୍ୟ ବି ପି ମହାପାତ୍ର, ତାଜମୁନ ନେହାର ପ୍ରମୁଖ ବକ୍ତବ୍ୟ ରଖି କହିଥିଲେ ଯେ ଋଷ ରେ ମାର୍କସବାଦ କୁ ସଠିକ୍ ଭାବରେ କାର୍ଯ୍ୟକାରୀ କରିଥିଲେ। ମାର୍କସବାଦ ର ଜଣେ ମହାନ୍ ତତ୍ତ୍ଵବିତ୍ ଭାବରେ ବିଶ୍ଵରେ ସର୍ବହରା ବିପ୍ଳବ ପାଇଁ ଲେନିନ୍ ଙ୍କ ଅବଦାନ ଅବିସ୍ମରଣୀୟ। ଲେନିନ୍ ଆଜିର ଦିନରେ ୨୨ ଏପ୍ରିଲ ୧୮୭୦ ରେ ଜନ୍ମଗ୍ରହଣ କରିଥିଲେ। ରୁଷ ରେ ବଲସେଭିକ ପାର୍ଟି ର ନେତ୍ବତ୍ବ ନେଇ ଶ୍ରମିକ ଶ୍ରେଣୀ ନେତୃତ୍ୱ ରେ ଯେଉଁ ବିପ୍ଲବ କରିଥିଲେ ତାହା ସମଗ୍ର ବିଶ୍ୱକୁ ସ୍ତବ୍ଧ କରିଦେଇଥିଲା। ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ରୁଷ ବିପ୍ଲବ ସାମ୍ରାଜ୍ୟବାଦ ଓ ପୁଂଜିବାଦ ବିରୋଧରେ ଏବଂ ଗଣତନ୍ତ୍ର ପ୍ରତିଷ୍ଠା କରିବା ପାଇଁ ଖୋରାକ ଯୋଗାଇଥିଲା। ଏହି ବିପ୍ଲବ ପରେ ସମଗ୍ର ବିଶ୍ଵରେ ରୁଷ ଏକ ଶକ୍ତିଶାଳୀ ସମାଜବାଦୀ ରାଷ୍ଟ୍ର ରୂପେ ନିଜର ପତିଆରା ବୃଦ୍ଧି କରିଥିଲା । ଲେନିନ୍ ଙ୍କ ନେତୃତ୍ୱରେ ରୁଷର ରାଷ୍ଟ୍ରାୟତ ଉଦ୍ୟୋଗ,ସମବାୟ କୃଷି ବ୍ୟବସ୍ଥା ଓ ଭୂ ସଂସ୍କାର ଆଦି ନୀତି ଗ୍ରହଣ କରାଯାଇଥିଲା। ମଣିଷ ସମାଜର ବିକାଶ ପାଇଁ ପୁଞ୍ଜିବାଦ ନୁହେଁ ସମାଜବାଦ ହଁ ଏକମାତ୍ର ବିକଳ୍ପ ବୋଲି ନେତୃମଣ୍ଡଳୀ କହିବା ସହିତ ମହାନ୍ ବିପ୍ଳବୀ ଲେନିନ୍ ଙ୍କୁ ମାର୍କସ ବାଦ ର ସଫଳ ରୁପାୟନ କାରୀ ବୋଲି କହିଥିଲେ। ଏହି ସମାରୋହରେ ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଅଜୟ ଶର୍ମା, ଲକ୍ଷ୍ମୀଧର ନାୟକ, ଭାଗିରଥି ଟୁଡୁ, ଆଂଚଳିକ କମିଟି ସଦସ୍ୟ ଏନ୍ ଏନ୍ ପାଣିଗ୍ରାହୀ, ସୁରେନ୍ଦ୍ର ମହାନ୍ତି,ପ୍ରଭାତ ମହାନ୍ତି, ଅରୁଣ ମହାରଣା, ଦିବାକର ମହାରଣା , ଅନାଦି ସାହୁ,ଜି କେ ନାୟକ,ପ୍ରମୋଦ ପରିଡ଼ା, ଉମାକାନ୍ତ ରାୟ, ଅଜିତ୍ ରାୟ, ଜନ୍ମେଜୟ ଘୋଷ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଵଡ ଡାଳିମାରେରେ ବିକାଶର ବାର୍ତ୍ତା ନେଇ ବିଜେଡିର ମେଗା ଜନ ସଂପର୍କ ପଦଯାତ୍ରାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଯୋଗଦାନ 

masiha

ଜୁନାଗଡ଼ ରେ ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

masiha

ବହଳଦା ର ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଙ୍କୁ, ନୟାଗଡ଼ ଜିଲ୍ଲା ସଭାପତି ଚୟନ କମିଟିର ପର୍ଯ୍ୟବେକ୍ଷକ ସଦସ୍ୟ ମନୋନୀତ 

Sunil Chandra Nayak

Leave a Comment

error: Content is protected !!