ନର୍ଲାବ୍ଲକ୍ ଅଧିନ ମାଣ୍ଡେଲ୍ ଗ୍ରାମ ପଞ୍ଚାୟତ ସରପଞ୍ଚ ପଦ୍ମଲୋଚନ ଜାଲ୍ ଙ୍କ ଅକାଳ ବିୟୋଗ, ଅଞ୍ଚଳରେ ଶୋକର ଛାୟା
ରୁପ୍ରା, ୨୩/୪ : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅଧିନ ମାଣ୍ଡେଲ୍ ଗ୍ରାମ ପଞ୍ଚାୟତର ଯୁବ ସରପଞ୍ଚ ପଦ୍ମଲୋଚନ ଜାଲ୍ ୫୬ବର୍ଷ ଆଉ ନାହାନ୍ତି। ସରପଞ୍ଚ ପଦ୍ମଲୋଚନ ଜାଲ୍ ୧୫ ମେ ୧୯୬୯ ମସିହାରେ ଜନ୍ମଗ୍ରହଣ କରିଥିବା ବେଳେ ଛାତ୍ର ଜୀବନରୁ ତାଙ୍କର ସମାଜସେବା କାର୍ଯ୍ୟ ଅନବରତ ଭାବରେ ଜାରୀ ରଖିଥିଲେ। ସେ ଭାରତୀୟ ଜନତା ପାର୍ଟିର ଜଣେ ଆଗଧାଡ଼ିର ନେତା ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ, ସେହିପରି ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ସହ ଜଡିତ ରହି ଅନେକ ଜନହିତକର କାର୍ଯ୍ୟ
ସବୁ କରି ଆସୁଥିଲେ। ତାଙ୍କରି ପ୍ରଚେଷ୍ଟାରେ ନର୍ଲା ଠାରେ ୨୦୨୪ ମସିହାରେ ନୂତନ ଯାଦବ ଭବନର ନିର୍ମାଣ ହୋଇଥିବା ବେଳେ ନିଜ ସମାଜର ଉନ୍ନତି ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ସେହିପରି ସେ ଜଣେ ମେଳାପି ତଥା ମିଷ୍ଟଭାଷୀ ଥିଲେ। କିଛିଦିନ ହେଲା ଅସୁସ୍ଥ ଅନୁଭବ କରିବାରୁ ଚିକିତ୍ସା ନିମନ୍ତେ ବିଶାଖାପଟନମ ଯାଇଥିଲେ, ସେଠାରେ ତାଙ୍କର ପେଟରେ ଅପରେସନ୍ ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳେ ତାଙ୍କର
ପରଲୋକ ଖବର ଜଣାପଡିବା ପରେ ନର୍ଲାବ୍ଲକ୍ ତଥା ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ପଛରେ ଦୁଇପୁଅ ଓ ପତ୍ନୀଙ୍କ ସହ ଆତ୍ମୀୟ ସ୍ୱଜନଙ୍କୁ ଛାଡି ପରଲୋକ ଗମନ କରିଛନ୍ତି। ତାଙ୍କ ପରଲୋକରେ ନର୍ଲା ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି, ନର୍ଲା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ମହାନ୍ତି, ନର୍ଲା ବିଡିଓ ଶ୍ରୀଯୁକ୍ତ ବିପିନ୍ ବିହାରୀ ଦୀପ୍, ନର୍ଲା ସରପଞ୍ଚ ସଂଘ ସଭାପତି ତଥା ଭାନପୁର୍ ସରପଞ୍ଚ ଶ୍ରୀଯୁକ୍ତ ଅନନ୍ତରାମ ମାଝୀ, ନର୍ଲା ସରପଞ୍ଚ ଶ୍ରୀମତୀ ତନୁଜା ହରପାଲ୍, ଜିଲ୍ଲା ବିଜେପି ସଭାପତି ଶ୍ରୀଯୁକ୍ତ ଯୁଗଳ କିଶୋର ପୋଢ, ପୂର୍ବ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ମହାପାତ୍ର, ବିଜେପିର ବରିଷ୍ଠ ନେତା ଅନିରୁଦ୍ଧ ପଧାନ, ମନ୍ମୟ ଚାନ୍ଦ, ବିଷ୍ଣୁ ଚରଣ ବଡପଣ୍ଡା, ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ପ୍ରଦୀପ କୁମାର ନାଏକଙ୍କ ସମେତ ସାମ୍ବାଦିକ ଅଜୟ ସେନାପତି ଓ ନର୍ଲାବ୍ଲକ୍ ର ସମସ୍ତ ଗଣମାଧ୍ୟମ ପ୍ରତିନିଧି ତଥା ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଶୋକ ପ୍ରକାଶ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଛନ୍ତି ଶଏହା ସହ ଘଣ୍ଟମାଲ୍ ସରପଞ୍ଚ ଶ୍ରୀ ଦେବେନ୍ଦ୍ର ସା, ରୁପ୍ରାରୋଡ୍ ସରପଞ୍ଚ ଶ୍ରୀ ହେମନ୍ତ ଭୋଇ, ରୁପ୍ରା ସରପଞ୍ଚ ଶ୍ରୀମତୀ ଡଲି ବେହେରା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି। ବର୍ତ୍ତମାନ ବିଶାଖାପଟନମରୁ ମୃତ ଶରୀର ପୈତୃକ ଗାଁ ମାଣ୍ଡେଲ୍ ଅଭିମୁଖେ ଆସୁଥିବା ବେଳେ ସନ୍ଧ୍ୟା ସୁଦ୍ଧା ଗାଁ ରେ ପହଞ୍ଚିବ ବୋଲି ସୂଚନା ମିଳିଛି।
ଅଜୟ ସେନାପତି ଙ୍କ ରିପୋର୍ଟ୍

