ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂର୍ବତନ ପ୍ରଧାନ ଶିକ୍ଷକ ସୋଭାନ ଖାନଙ୍କ ଦେହାନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଭୀର ଶୋକ 

ପୂର୍ବତନ ପ୍ରଧାନ ଶିକ୍ଷକ ସୋଭାନ ଖାନଙ୍କ ଦେହାନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଭୀର ଶୋକ 

ଥୁଆମୂଳ ରାମପୁର:୦୭/୦୫ – (ମିନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ସଦର ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ସମାଜ ସେବୀ ସୋଭାନ ଖାନ(୬୫) ଙ୍କ ଅକାଳ ବିୟୋଗରେ ସୋମବାର ସନ୍ଧ୍ୟାରେ ବିଦ୍ୟାଳୟ ପରିସରରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପୁରାତନ ଛାତ୍ର ତଥା ଯୁବ ସାମ୍ବାଦିକ ଦୁର୍ଗା କୀର୍ତ୍ତି ଏବଂ ପୁରାତନ ଛାତ୍ରୀ ଅବନ୍ତି ନାଏକଙ୍କ ଆବାହନରେ ଅନୁଷ୍ଠିତ ଏହି ଶୋକ ସଭାରେ ସ୍ବର୍ଗତ ପ୍ରଧାନ ଶିକ୍ଷକ ଶୋଭାନ ଖାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଏବଂ କ୍ୟାଣ୍ଡେ ଜାଳିବା ସହିତ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ ପୁରାତନ ଛାତ୍ର ପ୍ରହରାଜ ଦୁର୍ଗା, ଟୁନା ପରିଚ୍ଛା, ହିତେଶ କୁମାର ନାଏକ, ଗୋମୟ ରଞ୍ଜନ ନାଏକ, ମହେଶ ଧଙ୍ଗଡା ମାଝୀ, ସୂର୍ୟା ନାଏକ, ବୈକୁଣ୍ଠ ବାଗ, ହାସିନ୍ ନାଏକ, କ୍ଷେତ୍ରମଣୀ ପାତ୍ର, ଅମିତ୍ ନାଏକ, ସପ୍ନିଲ୍ ପାଣିଗ୍ରାହୀ, ରୋସନ୍ ନାଏକ, ଲଳିତ ରଣା ପ୍ରମୁଖ ଯୋଗଦେଇ ଶକୋ ସଭାରେ ଭାଗ ନେଇଥିବା ବେଳେ ପୁରାତନ ଛାତ୍ରୀଙ୍କ ମଧ୍ୟରେ ଡ଼ଲି ନାଏକ, ସାରଦା ନାଏକ, ଖିତେଶ୍ୱରି ନାଏକଙ୍କ ସମେତ ବିଦ୍ୟାଳୟର ରାତ୍ର ଜଗୁଆଳି, ପୁରାତନ ଛାତ୍ରଛାତ୍ରୀ, ଥୁଆମୂଳ ରାମପୁର ଗ୍ରାମବାସୀ ତଥା ପଞ୍ଚାୟତର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇ ଶ୍ରଦ୍ଧାଞ୍ଜଳୀଜ୍ଞାପନ କରିବା ସହିତ ମୃତ ଶ୍ରୀ ଖାନଙ୍କ ସ୍ମୃତିଚାରଣ କରିଥିଲେ । ସୂଚନା ଯୋଗ୍ୟ ଯେ, ଗତ ରବିବାର ଭବାନୀପାଟଣା ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଥିଲା। ରବିବାର ତାଙ୍କ ଝିଅର ବାହାଘର ହୋଇଥିଲ ବିବାହ କାର୍ଯ୍ୟକ୍ରମ ଶେଷର ପରବର୍ତ୍ତୀ ଏକ ଘଣ୍ଟା ପରେ ସେ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ଭବାନୀପାଟଣା ଜିଲ୍ଲା ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେବା ବେଳେ ତାଙ୍କ ମୃତ୍ୟୁ ଘଟିଥିଲା। ସନ୍ଧ୍ୟାରେ ଭବାନୀପାଟଣା ଠାରେ ହିଁ ତାଙ୍କୁ କବର ଦିଆଯାଇଥିଲା। ପ୍ରାୟ ବର୍ଷେ ହେବ ସୋଭାନ୍ ଖାଁ ରକ୍ତହୀନତା ହେତୁ ବିଭିନ୍ନ ସମୟରେ ଅସୁସ୍ଥ ହୋଇପଡ଼ୁଥିଲେ। ତାଙ୍କୁଦରକାର ବେଳେ ରକ୍ତ ଦିଆଯାଉଥିଲା। ତାଙ୍କର ମୃତ୍ୟୁ ହେତୁ ବରାତି ମାନେ ମଧ୍ଯ ଫେରି ପାରିନଥିଲେ। ଏପ୍ରିଲ ୨୩ ତାରିଖରେ ତାଙ୍କର ଏକମାତ୍ର ପୁତ୍ରଙ୍କ ଦେହାନ୍ତ ହୋଇଥିଲା । ଅଳ୍ପ ଦିନ ବ୍ୟବଧାନରେ ବାପ ପୁଅଙ୍କ ମୃତ୍ୟୁକୁ ନେଇ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି । ଏହି ଖବର ପାଇବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଘଟଣା ସ୍ଥଳରେ ପହଞ୍ଚି ଅନ୍ତିମ ଦର୍ଶନ କରିବା ସହ ପରିବାରକୁ ସମବେଦନା ଜଣାଇଥିଲେ । ସେ ଜଣେ ମେଳାପୀ ଓ ଛାତ୍ରବତ୍ସଳ ଉତ୍ସର୍ଗୀକୃତ ଶିକ୍ଷକଭାବେ ଶିକ୍ଷକ ମହଲରେ ପରିଚିତ ତାଙ୍କ ମୃତ୍ୟୁରେ ଛାତ୍ରଛାତ୍ରୀ, ଶିକ୍ଷକ ମହଲ, ଥୁଆମୂଳ ରାମପୁର ଅଞ୍ଚଳ ତଥା ସାରା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଅଷ୍ଟ-ଦିବସୀୟ ଆଚାର୍ଯ୍ୟ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ସମ୍ପନ୍ନ ବିଭିନ୍ନ ବିଷୟବସ୍ତୁକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ

masiha

କିନ୍ନର ସଂଘର ଦୁଇ ନୂତନ ସଭ୍ୟଙ୍କୁ ମନ୍ତ୍ରୀଙ୍କ ଦ୍ୱାରା କିନ୍ନର ପରିଚୟ ପତ୍ର ପ୍ରଦାନ

Sunil Chandra Nayak

ଅଭିଶପ୍ତ ଇନ୍ଦ୍ରାବତୀ : ସବୁ ଅଛି କିନ୍ତୁ କିଛିବି ଠିକ ନାହିଁ , ଖତ ଖାଉଛି ମେସିନ ଓ ବିସ୍ତୀର୍ଣ୍ଣ ଭୂମି ଅନାବଶ୍ୟକ ହୋଇ ପଡିଛି

Sunil Chandra Nayak

Leave a Comment

error: Content is protected !!