ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତ ବିକାଶ ପରିଷଦର ଶାଖା ସ୍ତରୀୟ କାର୍ଯ୍ୟଶାଳା

ଭାରତ ବିକାଶ ପରିଷଦର ଶାଖା ସ୍ତରୀୟ କାର୍ଯ୍ୟଶାଳା

ରାଉରକେଲା: ଭାରତ ବିକାଶ ପରିଷଦ ରାଉରକେଲା ଶାଖା ତରଫରୁ କର୍ମକର୍ତ୍ତାଙ୍କ ଶାଖା ସ୍ତରୀୟ କାର୍ଯ୍ୟଶାଳା କୋଏଲନଗର ସ୍ଥିତ ମାରୁତି ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଅଶୋକ କକ୍କଡଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦିକା ବନ୍ଦିତା ମାହାତୋ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପରିଷଦର ରାଜ୍ୟ ସାଧାରଣ ସମ୍ପାଦକ ଆଇନଜୀବୀ ପ୍ରକାଶ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ କାର୍ଯ୍ୟଶାଳାର ଆଭିମୁଖ୍ୟ, ଲକ୍ଷ୍ୟ, ସଭାପତି, ସମ୍ପାଦକ ଙ୍କ ଦାୟିତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଞ୍ଚଳିକ ସମ୍ପାଦିକା ରଶ୍ମିରେଖା ଜେନା ଓ ଅନୁପମ ଗୁପ୍ତା, ସମ୍ପର୍କ ପ୍ରମୁଖ ଡାକ୍ତର ଆର ସି ମେହେର ପ୍ରମୁଖ ଏହି ଅବସରରେ ବକ୍ତବ୍ୟ ରଖିଥିଲେ। ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ପର୍ଯ୍ୟାବରଣ, ସଂସ୍କାର, ସେବା, ସମ୍ପର୍କ ଓ ମହିଳା ବିଭାଗ ସମ୍ପର୍କରେ ଆଲୋଚନା ସହ ଗୁରୁତ୍ୱାରୋପ କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ କକ୍କଡ ସ୍ବାଗତ ଭାଷଣ ଓ ଶେଷରେ ସମ୍ପାଦିକା ଶ୍ରୀମତୀ ମାହାତୋ ଧନ୍ୟବାଦ ଅର୍ପଣ କରିଥିଲେ। ପରିଷଦର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଜିତେନ୍ଦ୍ର ପ୍ରସାଦ, ସୁଷମା ପ୍ରସାଦ,ଅଞ୍ଜୁ କକ୍କଡ, ପ୍ରଦୀପ ପଟ୍ଟନାୟକ, ମଧୁସୂଦନ ମହାପାତ୍ର, ନଳିନୀ ମହାପାତ୍ର,ରବି ଦାସ, ଗୀତା ଦାସ,ମାନା ନାୟାର,ମଞ୍ଜୁ ମେହେର, ଶିବପ୍ରସାଦ ତ୍ରିପାଠୀ, ପ୍ରାଞ୍ଜଳୀ ନାଗ୍,ଭାରତୀ ଗୁପ୍ତା, ବିଷ୍ଣୁ ଅଗ୍ରୱାଲ, ସତ୍ୟବ୍ରତ ମିଶ୍ର,ବିଜେନ୍ଦ୍ର ଗୈ।ର ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା ମାଧ୍ୟମିକ ପରିଷଦ ପରୀକ୍ଷା ର ବ୍ଲକ ଟପ୍ପର ସ୍ନେହାସିନୀ ଭୋଇଙ୍କୁ ବିଜୁ ଜନତା ଦଳର ସମ୍ବର୍ଦ୍ଧନା

ଗୁଡାରି ବନାଞ୍ଚଳରେ ବ୍ୟାପକ ଦୁର୍ନୀତି ଅଭିଯୋଗ: ବନ ବିଭାଗ ତଥ୍ୟ ଲୁଚାଉଛି କି ?

Sunil Chandra Nayak

ଅନୁକୂଳଚଂଦ୍ର ସଂଘର ବୃକ୍ଷ ରୋପଣ କାର୍ଯ୍ୟକ୍ରମ।

Sunil Chandra Nayak

Leave a Comment

error: Content is protected !!