ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାର ପ୍ରତିଶ୍ରୁତି ପାଣିରେ ଗାର ! ରାଇରଙ୍ଗପୁର ରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ରାଜସ୍ଵ ଅମଲା ସଂଘର ୧୦ ଦଫା ଦାବି ନେଇ ସମୂହ ଛୁଟି; ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ସରକାର ପ୍ରତିଶ୍ରୁତି ପାଣିରେ ଗାର ! ରାଇରଙ୍ଗପୁର ରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ରାଜସ୍ଵ ଅମଲା ସଂଘର ୧୦ ଦଫା ଦାବି ନେଇ ସମୂହ ଛୁଟି; ରାଇରଙ୍ଗପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ମୟୂରଭଂଜ – ୧୧/୦୮ — ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର ରାଜସ୍ବ ଅମଲା ସଂଘର ୧୦ ଦଫା ଦାବି ନେଇ ଜୁଲାଇ ୭ ରୁ ୧୪ ପର୍ଯ୍ୟନ୍ତ ବିଭିନ୍ନ ଦାବି ନେଇ କଳଵ୍ଯାଚ୍ ପିନ୍ଧି ପ୍ରତିବାଦ କରାଯାଇଥିଲା ।ସେମାନଙ୍କ ମୁଖ୍ୟ ଦାବି ହେଲା ରାଜସ୍ଵ କର୍ମଚାରୀଙ୍କ ପ୍ରାଥମିକ ଦରମା ଓଏସ ପି ୨୦୧୭ ଅନୁଯାୟୀ ଲେଭେଲ ୯କୁ ବୃଦ୍ଧି,ନୂତନ ପଦସୃଷ୍ଟି ଏବଂ ଖାଲାଥିବଖ ପଦରେ ନିଯୁକ୍ତି,କ୍ୟାଡ଼ର ପୁନର୍ଗଠନ,,ସମସ୍ତ କର୍ମଚାରୀଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ସେସ୍ୱାସ୍ଥ୍ୟବୀମା,୨୦୨୦ ଥଇଥାନ ସଂରକ୍ଷିତ ବନ୍ଦ କରି ୧୯୯୦ ଅନୁଯାୟୀ ଲାଗୁ କରିବା,ମୃତ କର୍ମଚାରୀଙ୍କୁ ଥଇଥାନ କରିବା,ଜିଲ୍ଲା କ୍ଯାଡର ରାଜସ୍ଵ କର୍ମଚାରୀଙ୍କୁ ଶତ ପ୍ରତିଶତ ପଦୋନତି ନୂତନ ପେନସନ ସ୍ଥଗିତ କରି ପୁରୁଣା ପେନସନ ସଂରକ୍ଷିତ ଲାଗୁ କରିବା,ଜୁନିଅର ରେଭେନ୍ଯୁ ଆସିଷ୍ଟାଣ୍ଟ ରୁ ସିନିୟର୍ ରେଭେନ୍ଯୁ ଆସିଷ୍ଟାଣ୍ଟ କୁ ପଦୋନ୍ନତି,ପାଇଁ ସମୟ ଅବଧି ୪ ବର୍ଷ କରିବା ଦାବି ସମୂହ । କିନ୍ତୁରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ୧୫ ଦିନ ମଧ୍ୟରେ ସମସ୍ୟା ଉପରେ ତର୍ଜମା କରି କିଛି ଠୋସ୍ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେବାପରେ ରାଜସ୍ବ ଅମଲା ସଂଘ କାମବନ୍ଦ ଆନ୍ଦୋଳନରୁ ଓହରି ଥିଲେ ।ଇତି ମଧ୍ୟରେ ସମୟ ଅତିବାହିତ ହୋଇଗଲାଣି ସରକାର ପ୍ରତିଶ୍ରୁତି ଦେଇ କଥା ନ ରଖିବାରୁ ଆଜି ଅଗଷ୍ଟ ୧୧ ତାରିଖରୁ ରାଜସ୍ବ ଅମଲା ସଂଘ ତରଫରୁ କର୍ମଚାରୀଵୃନ୍ଦ ସମୂହ ଛୁଟି ନେଇଛନ୍ତି ।ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ଯକ୍ରମ ଥିବାରୁ ରାଇରଙ୍ଗପୁର ତହସିଲ ସମ୍ମୁଖରେ ପ୍ରତିବାଦ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା ।ଆସନ୍ତାକାଲିଠାରୁ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ଧାରଣା ଦିଆଯିବ ଯେପର୍ଯ୍ଯନ୍ତ ଦାବି ପୂରଣ ନ ହେଵ ସେତେଦିନ ପରଯ୍ଯନ୍ତ ଧାରଣା ଚାଲୁ ରହିବ ବୋଲି ରାଜ୍ୟ ରାଜସ୍ବ ଅମଲା ସଂଘ ଉପସଭାପତି ତଥା ମୟୂରଭଂଜ ଜିଲ୍ଲା ସଭାପତି ଅମିତ ମହାକୁଡ଼ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ସେମାନେ ହେଲେ ବାମନଘାଟୀ ଉପଖଣ୍ଡର ସଂଘ ଉପସଭାପତି ଗୌରୀଶଙ୍କର ସାମନ୍ତରାୟ, ଜିଲ୍ଲା ଉପଦେଷ୍ଟା ଚାମ୍ଵରୁ ଚରଣ ବେଶ୍ରା, ଜିଲ୍ଲା କୋର‌ କମିଟି ସଦସ୍ୟ ଗଗନ ବିହାରୀ ସାହୁ,ଲକି ପାଣି,ପ୍ରିୟଙ୍କା ଗୁପ୍ତା,ଦେବଦତ୍ତ ମହାନ୍ତ,ପ୍ରସାଦ ଵେହେରା,ଦୀପକ ମହାନ୍ତ,କେଶବ ନାଏକ,ମିନତୀ ସର୍ଦାର, ମାଝୀ,ସୁଗଦା ମାଝୀ ,ସିଂଜତ ପାନପତ୍ର ମାରାଣ୍ଡି ଙ୍କ ସମେତ ଵାମନଘାଟୀ ଉପଖଣ୍ଡର ବିଭିନ୍ନ‌ବ୍ଳକର କର୍ମଚାରୀ,ଆଇସିଡିଏସର କର୍ମଚାରୀ,ଅନ୍ୟାନ୍ୟ ବିଭାଗର କାର୍ଯ୍ୟରତ କର୍ମଚାରୀ , ବିଭିନ୍ନ ରାଜସ୍ବ କାର୍ଯ୍ୟାଳୟରେ କର୍ମଚାରୀମାନେ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ଆନ୍ଦୋଳନ ଦ୍ବାରା ଜନସାଧାରଣଙ୍କ ଅସୁବିଧା ହେଲେ ସରକାର ସେଥିପାଇଁ ଦାୟୀ ରହିବେ ବୋଲି ସଂଘ ନେତୃବୃନ୍ଦ କହିଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

ପ୍ରକାଶ ହେଲା ମେଧାଅନ୍ବେଷଣ ଫଳାଫଳ, ପ୍ରଥମ ସ୍ଥାନରେ ପୂଜାରାଣୀ

masiha

ରାଇରଙ୍ଗପୁର ବ୍ଳକ ପରିସରରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ମେଳା ଏବଂ ଶ୍ରୀ ଅନ୍ନ ଅଭିଯାନ

Sunil Chandra Nayak

ଗୋଡ଼ ଭାଙ୍ଗି ଯିବାରୁ ରୋଜଗାର ହରାଇଥିଲେ, ସ୍ୱାଧୀନତା ଦିବସରେ ସରପଞ୍ଚ ଦେଲେ ଟ୍ରାଇ ସାଇକଲ 

masiha

Leave a Comment

error: Content is protected !!