ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସ୍ତରୀୟ ପେଞ୍ଚାକ ସିଲାଟ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲା ଦଳ ୨୬ ଟି ପଦକ ହାସଲ

ରାଜ୍ୟ ସ୍ତରୀୟ ପେଞ୍ଚାକ ସିଲାଟ ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲା ଦଳ ୨୬ ଟି ପଦକ ହାସଲ 

ନବରଙ୍ଗପୁର:(୧୮/୮)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲାର ଖେଳାଳି ମାନେ ରାଜ୍ୟ ସ୍ତରୀୟ ପେଞ୍ଚାକ ସିଲାଟ ପ୍ରତିଯୋଗିତା ଝାରସୁଗୁଡ଼ା ଠାରେ ଅଗଷ୍ଟ ୧୬,୧୭ ଅନୁଷ୍ଠିତ ହୋଇ ଥିବା ବେଳେ ସେଠାରେ ଯୋଗ ଦେଇ ନିଜ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ l ପ୍ରଦର୍ଶନ କରିବା ଫଳରେ ନବରଙ୍ଗପୁର ଜିଲ୍ଲା ଖେଳାଳି ମାନେ ଜିଲ୍ଲା ପାଇଁ ୨୬ ଗୋଟି ପଦକ ହାସଲ କରି ନବରଙ୍ଗପୁର ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି l ୯ ଗୋଟି ସ୍ଵର୍ଣ୍ଣ ପଦକ , ୮ ଗୋଟି ରୌପ୍ୟ ପଦକ , ୯ ଗୋଟି କାଂସ୍ୟ ପଦକ ହାସଲ କରିଛନ୍ତି। ଖେଳାଳି ମାନଙ୍କ ମଧ୍ୟରେ ଧାନିକ୍ଷା, ଅଦ୍ୟଶା ଜେନା, ଭାରତୀ ପାତ୍ର, ଗୁଲେ ନିଶା, ଆଲୋକ ଜୀବନ ଜୀବିକା, ଦିମ୍ପଲ ପାତ୍ର, ଅଖିଳେଶ ପଟ୍ଟନାୟକ, ଶୈଳେଶ ପଟ୍ଟନାୟକ, ବାପି ବିଶ୍ୱାସ, ମାନିକଣ୍ଟ ସୋଇ, ହିମାଂଶୁ ପଟ୍ଟନାୟକ, ମୋହିତ ପ୍ରଧାନୀ, ପିଙ୍କି ଏହି ପ୍ରତିଯୋଗିତାରେ କୋଚ ଆଶୁତୋଶ ପୂଜାରୀ, ଇନଣ୍ଟରନେସନାଲ ରେଫରୀ ହରୀଶ ଵେହେରା ପ୍ରୟାସ ଓ ଖେଳାଳିମାନଙ୍କ ଦଳଗତ କାର୍ଯ୍ୟ ଦ୍ୱାରା ସଫଳତା ହାସଲ କରିଛନ୍ତି।lଆମ ଏହି ଅଞ୍ଚଳ ପାଇଁ ଅନେକ ପ୍ରତିଷ୍ଠିତ ପ୍ରତିଭାବାନ ଖେଳାଳି ଅଛନ୍ତି l ଯଦି ସେମାନଙ୍କୁ ସରକାରୀ ସ୍ତରରୁ ସହାୟତା ଓ ସୁଯୋଗ ମିଳନ୍ତା, ତେବେ ଖେଳାଳିଙ୍କୁ ଆଗକୁ ବଢ଼ାଇବାରେ ସାହାଯ୍ୟ ହୋଇଥାନ୍ତା। ପେଞ୍ଚାକ ସିଲାଟ ସଂଘ ର ସମସ୍ତ ସଦସ୍ୟ ମାନଙ୍କୁ ଜନସାଧାରଣରେ ଭୂୟସୀ ପ୍ରଶଂସା କରିଛନ୍ତି। ଏନେଇ ଜିଲ୍ଲାରେ ଖୁସିର ମାହୋଲ ଖେଳି ଯାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ନିଉଜ୍ 

Related posts

ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଡକ୍ଟର ପ୍ରାଣକୃଷ୍ଣ ପରିଜାଙ୍କ ସ୍ମୃତି ଚାରଣ ଓ ସାହିତ୍ୟ ସଭା 

masiha

ସିଜିମାଳୀ ଖଣି ଖାଦାନ ତୁରନ୍ତ ଖୋଳିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ 

masiha

ଅଦ୍ଵିକା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋର କିଶୋରୀ ମାନଙ୍କୁ ନେଇ ନାଗରିକ ଦାୟିତ୍ଵ ବୋଧ ଶିକ୍ଷା ସହିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!