ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖବର ପ୍ରକାଶ ପରେ ଆକ୍ସନ ରେ ପଞ୍ଚାୟତ , ଭଦ୍ରାସାହି ରେ ପରିମଳ ସମସ୍ୟା ଉପରେ ବୈଠକ, ବଜାର କମିଟି ଗଠନ

ଖବର ପ୍ରକାଶ ପରେ ଆକ୍ସନ ରେ ପଞ୍ଚାୟତ , ଭଦ୍ରାସାହି ରେ ପରିମଳ ସମସ୍ୟା ଉପରେ ବୈଠକ, ବଜାର କମିଟି ଗଠନ

ବଡ଼ବିଲ – କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଭଦ୍ରାସାହି ପଞ୍ଚାୟତରେ ପରିମଳ ବ୍ୟବସ୍ଥା ଠପ୍ ହୋଇଯାଇଥିବା ନେଇ ଖବର ପ୍ରସାରଣ ହେବା ପରେ ଆଜି ପଞ୍ଚାୟତର ନିଦ ଭାଙ୍ଗିଥିବା ଦେଖିବାକୁ ମିଳିଛି  । ଆଜି ଭଦ୍ରାସାହି କଲ୍ୟାଣ ମଣ୍ଡପ ଠାରେ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ପି.ଇ.ଓ, ଏ.ଡି.ଓ, ଯୋଡା ବ୍ଲକ ସ୍ଵଛ ଭାରତ ବିଭାଗ ର ସୁଜାତା ଗିରି, ମାଷ୍ଟର ଟ୍ରେନର ବୈଦେହୀ ଦଳବେହେରା, ଏସ୍.ଏଚ୍.ଜି ଓ ଦୋକାନୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଅଛି  । ଏହି ବୈଠକରେ ଏକ ବଜାର କମିଟି ଗଠନ କରିବା ସହିତ ଆଗକୁ କିପରି ଭଦ୍ରାସାହି ପଞ୍ଚାୟତକୁ ପରିସ୍କାର ପରିଚ୍ଛନ୍ନ ରଖାଯିବ, ତା ଉପରେ ଆଲୋଚନା କରାଯାଇଥିଲା  । ସରକାରଙ୍କ ତରଫରୁ ଏସ୍.ଏଚ୍.ଜି ମାନଙ୍କୁ ମିଳିଥିବା ଟ୍ରଲି ସାଇକଲକୁ ପୂର୍ଣ୍ଣ ରୂପରେ କାର୍ଯ୍ୟକ୍ଷମ କରିବା ଏବଂ ନିୟମିତ ଅଳିଆ ଆବର୍ଜନା ସଫା କରିବା ସହିତ ରାସ୍ତାଘାଟ ପରିସ୍କାର ରଖିବା ନେଇ ଏହି ବୈଠକରେ ଚୁଡାନ୍ତ ହୋଇଥିଲା  । ତେବେ ଦେଖିବାକୁ ରହିଲା ଅସଲରେ ଏହାକୁ ଗୁରୁତର ସହିତ ନେଇ ଭଦ୍ରାସାହି ପଞ୍ଚାୟତକୁ ଅଳିଆମୁକ୍ତ କରାଯାଉଛି ନା ଏହି ବୈଠକ ବୈଠକରେ ହିଁ ସିମିତ ରହିଯିବ ।

ଯୋଡ଼ା ରୁ ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ପୁରସ୍କାର ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଗୁରୁ ନାନକ ପବ୍ଲିକ୍‌ ସ୍କୁଲ୍‌ରେ ଜାତୀୟ ପ୍ରେସ ଦିବସ ପାଳନ: ୫୦ରୁ ଅଧିକ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା

masiha

ରାଇରଙ୍ଗପୁର ଆଦର୍ଶ ଥାନାରେ ଦିବଂଗତ କନଷ୍ଟେବଳ ଦାମୋଦର ନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!