ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀପୂଜା ମଣ୍ଡପ ନିର୍ମାଣ ବିଲ୍ ପାଇନଥିବା ଅଭିଯୋଗ ନେଇ ଠିକାଦାରଙ୍କ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ

ଲକ୍ଷ୍ମୀପୂଜା ମଣ୍ଡପ ନିର୍ମାଣ ବିଲ୍ ପାଇନଥିବା ଅଭିଯୋଗ ନେଇ ଠିକାଦାରଙ୍କ ଜିଲ୍ଲାପାଳଙ୍କ ଦ୍ଵାରସ୍ଥ

ମୟୂରଭଂଜ – ୦୯/୦୯ —  ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ମହୁଲଦୁମା ଗ୍ରାମରେ ଆମ ଓଡିଶା ନବୀନ ଓଡିଶା ପ୍ରକଳ୍ପରେ ୨୦୨୨-୨୩ ଆର୍ଥିକ ବର୍ଷରେ ଏକ ଲକ୍ଷ୍ମୀପୂଜ ମଣ୍ଡପ ଗୃହ ୫ ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ନିର୍ମାଣ ହୋଇଛି। ତେବେ ନିର୍ମାଣ ଦାୟତ୍ବରେ ଥିବା ଠିକାଦାର ମନୋରଞ୍ଜନ ମହାନ୍ତ ବର୍ତ୍ତମାନ ସୁଦ୍ଧା ଉକ୍ତ ଲକ୍ଷ୍ମୀପୂଜା ମଣ୍ଡପ ନିର୍ମାଣ ବାବଦକୁ ଟଙ୍କାଟିଏ ମଧ୍ୟ ପାଇନଥିବା ଅଭିଯୋଗ ହୋଇଛି। 

     ଏନେଇ ଜିଲ୍ଲାପାଳଙ୍କ ଜନ ଶୁଣାଣୀ ଶିବିରରେ ବାରମ୍ବାର ଅଭିଯୋଗ ସତ୍ବେ ପ୍ରକଳ୍ପ ବିଲ ଅର୍ଥ ପାଇବାରୁ ବଞ୍ଚିତ ହୋଇଛନ୍ତି ଠିକାଦାର। ଜୁଲାଇ ମାସର ଜନ ଶୁଣାଣୀରେ ୧୦ ଦିନ ମଧ୍ୟରେ ବିଲ୍ ପୈଠ କରାଯିବାକୁ ଜିଲ୍ଲାପାଳ ଆଦେଶ ଦେଇଥିଲେ ମଧ୍ୟ ବିଲ ପୈଠ କରାଯାଇନଥିଲା। ପରେ କେଉଁ କନିଷ୍ଠ ଯନ୍ତ୍ରୀଙ୍କ ଆକାଉଣ୍ଟରେ ପ୍ରକଳ୍ପର ବିଲ୍ ଅର୍ଥ ରିଲିଜ କରାଯାଇଥିଲା ଏବଂ କାହାକୁ ପ୍ରକଳ୍ପ ଅର୍ଥରାଶି ପ୍ରଦାନ କରା ଯାଇଥିଲା ସେନେଇ ସୂଚନା ଅଧିକାର ଆଇନରେ ସୂଚନା ମଗା ଯାଇଥିବା ବେଳେ ସେଥିରେ ମଧ୍ୟ ଚଞ୍ଚକତା କରି ସୂଚନା ପ୍ରଦାନ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ବହଳଦା ବିଡିଓଙ୍କୁ ପଚାରି ବୁଝିବାରୁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଠିକ୍ ଭାବେ ହେଇଛି କି ନାହିଁ ତାହା ତାହା ତଦାରଖ କରିବା ଦାୟିତ୍ବ ମୋର ଏବଂ ଯେହେତୁ ଏହି ପ୍ରକଳ୍ପ ଡିପାର୍ଟମେଣ୍ଟାଲ କାର୍ଯ୍ୟ ଥିଲା ତେଣୁ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ଜାଣିବେ ଯେ ପ୍ରକଳ୍ପ କାର୍ଯ୍ୟ କାହାଦ୍ବାରା ହେଲା ଏବଂ କାହାକୁ ବିଲ ଟଙ୍କା ପ୍ରଦାନ କରାଗଲା ବୋଲି ସ୍ପୋଷ୍ଟିକରଣ ଦେଇଥିଲେ। ତେବେ ପ୍ରକଳ୍ପ ନିର୍ମାଣ ଦାୟିତ୍ବରେ ଥିବା ଯନ୍ତ୍ରୀ କୃପାସିନ୍ଧୁ ଖାଖା ବୃକକ ରୋଗରେ ପଡି ଚିକିତ୍ସାଧିନ ଅବସ୍ଥାରେ ଗତ ଜୁଲାଇ ମାସ ୭ ତାରିଖରେ ମୃତ୍ୟୁବରଣ କରିଥିଲେ। ତାଙ୍କ ସ୍ଥାନରେ ଦାୟିତ୍ବରେ ଥିବା କନିଷ୍ଠ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ବେଦ ଏବଂ ବହଳଦା ବିଡିଓ ଶରତ କୁମାର ମଲ୍ଲିକଙ୍କ ଚଞ୍ଚକତା ଫଳରେ ଏହି ବିଲ୍ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ କରିଛନ୍ତି ଠିକାଦାର ମନୋରଞ୍ଜନ ମହାନ୍ତ ଓ ନାରାୟଣ ମହାନ୍ତି। ଗତକାଲି ଅନୁଷ୍ଠିତ ହୋଇଥିବା ଜନ ଶୁଣାଣି ଶିବିରରେ ଠିକାଦାରଙ୍କ ଅଭିଯୋଗ କ୍ରମେ ବହଳଦା ବିଡିଓ ଶ୍ରୀ ମଲ୍ଲିକ ଓ କନିଷ୍ଠ ଯନ୍ତ୍ରୀ ଶ୍ରୀ ବେଦ୍ ଙ୍କ ଉପସ୍ଥିତିରେ ଜିଲ୍ଲାପାଳ ହେମନ୍ତ କୁମାର ସୋଏଙ୍କ ସହ ବିସ୍ତୃତ ଆଲୋଚନା ପରେ ରାଇରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କୁ ଘଟଣାର ଯଥାଶିଘ୍ର ସମାଧାନ ନିମନ୍ତେ ତଦନ୍ତ ନିର୍ଦ୍ଧେଶ ଦେଇଥିଲେ।

ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

First Kavach-Equipped Locomotive Flagged Off from Visakhapatnam

Sunil Chandra Nayak

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ଦୁଇଦିନିଆ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

masiha

ହୋ ସମାଜ ସମନ୍ବୟ ସମିତି ତରଫରୁ ବିଭିନ୍ନ ଦାବି ନେଇ ତିରିଂ ବ୍ଳକ ସମ୍ମୁଖରେ ପ୍ରତିବାଦ ସଭା

Sunil Chandra Nayak

Leave a Comment

error: Content is protected !!