ଆଜି ହିନ୍ଦୋଳ ବିଜ୍ଞାପିତ ପୌର ପରିଷଦ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଟିମା ବେହେରା ଙ୍କ ମାତା ସ୍ୱର୍ଗତା ସୁଲୋଚନା ବେହେରା ଙ୍କ ଏକାଦଶାହ କାର୍ଯ୍ୟ ରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ ଯୋଗଦାନ ଦେଇ ସ୍ୱର୍ଗତା ସୁଲୋଚନା ଦେବୀ ଙ୍କ ଫୋଟୋରେ ଶ୍ରଦ୍ଧା ସୁମନ ଜ୍ଞାପନ କରିବା ସହିତ ଅମର ଆତ୍ମାର ସଦଗତି ନିମନ୍ତେ ଶ୍ରୀ ଜଗନ୍ନାଥ ଙ୍କ ନିକଟ ରେ ପ୍ରାର୍ଥନା କରିଥିଲେ।ଏହି ପରିପ୍ରେକ୍ଷୀରେ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତି ସସ୍ମିତାରାଣୀ ନାୟକ , ହିନ୍ଦୋଳ ବିଜେଡି ସଭାପତି ବରୁଣ ସର, ନଗର ସଭାପତି ଗୋବିନ୍ଦ ଚନ୍ଦ୍ର ବେହେରା, ଏନ୍ ଏ ସି ଯୁବ ସଭାପତି ରୁଦ୍ର ନାରାୟଣ ପ୍ରସାଦ ଦାସ ଙ୍କ ସମେତ ସମସ୍ତ କାଉନସିଲର, ନଗରବାସୀ ଓ ବିଜୁ ଜନତା ଦଳର ବହୁ କର୍ମକର୍ତ୍ତା ଯୋଗଦାନ ଦେଇ ସ୍ୱର୍ଗତା ସୁଲୋଚନା ଦେବୀ ଙ୍କ ଫୋଟୋ ଚିତ୍ର ରେ ଶ୍ରଦ୍ଧାଞ୍ଜଳୀ ଦେବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜ୍ଞାପନ କରିଥିଲେ।
ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍