ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳା ଜଗତକୁ ମୋକ୍ଷ ମାର୍ଗ ପ୍ରଦର୍ଶନ କରିଥାଏ : ବରିଷ୍ଠ କଳାକାର ମହାସଂଘ 

କଳା ଜଗତକୁ ମୋକ୍ଷ ମାର୍ଗ ପ୍ରଦର୍ଶନ କରିଥାଏ : ବରିଷ୍ଠ କଳାକାର ମହାସଂଘ 

ବ୍ରହ୍ମପୁର,୨୭/୯/୨୫ : ବ୍ରହ୍ମପୁର ମହାନଗର ନିଗମ ଉପକଣ୍ଠ ସ୍ଥିତ ଫୁଲଟା ଗ୍ରାମରେ ମା’ ସିଦ୍ଧ ନାରାୟଣୀଙ୍କ ଶତାବ୍ଦୀ ବର୍ଷ ପୂର୍ବରୁ ପ୍ରଚଳିତ ନବରାତ୍ର ପୂଜା ଉପଲକ୍ଷେ ଡ଼ିଅ ସାହି ମା’ ନାରାୟଣୀ ଗଣନାଟ୍ୟ ପ୍ରଯୋଜିତ ତଥା ପ୍ରଥିତଯଶା ନାଟ୍ୟ ନିର୍ଦ୍ଦେଶକ ଦୁର୍ଯ୍ୟୋଧନ ସ୍ୱାଇଁ ନିର୍ଦ୍ଦେଶିତ ଗ୍ରାମୀଣ ନାଟକ “ରାମାୟଣ” ମଞ୍ଚସ୍ଥ ଅବସରରେ ଆୟୋଜିତ ସାଂସ୍କୃତିକ ସଭାରେ କଳା ଜଗତକୁ ମୋକ୍ଷ ମାର୍ଗ ଦର୍ଶନ କରିଥାଏ ବୋଲି ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡାକ୍ତର ତିରୁପତି ସାହୁ ଉପସ୍ଥିତ ଦର୍ଶକମାନଙ୍କୁ ଉଦବୋଧନ ଦେଇଥିଲେ । ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁଙ୍କ ନିବେଦନରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯଥାଶୀଘ୍ର କେନ୍ଦ୍ର କଳାକାର ଭତ୍ତା ଓ ଦୁଇ ବର୍ଷ ତଳୁ ଆବେଦନ କରାଯାଇଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ଯଥାର୍ଥ ପଦକ୍ଷେପ ନେବା ସହ କଳାକାର ଭତ୍ତା ବୃଦ୍ଧି ପାଇଁ ଚେଷ୍ଟା କରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମହାସଂଘ ପକ୍ଷରୁ ସୁନାମଧନ୍ୟ ନାଟ୍ୟ ନିର୍ଦ୍ଦେଶକ ଗୁରୁ ଦୁର୍ଯ୍ୟୋଧନ ସ୍ୱାଇଁ ଏବଂ ଗୁରୁ ଅଭିରାମ ରାଉଳଙ୍କୁ ମହାସଂଘ ପକ୍ଷରୁ ମାନପତ୍ର ଓ ଉପାୟନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ମୂଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ନାଟ୍ୟକାର ଯୁଦ୍ଧିଷ୍ଠିର ଭଞ୍ଜ ସାମନ୍ତ, ସ୍ୱର-ବିବୁଧ ରମେଶ ଚନ୍ଦ୍ର ସ୍ୱାଇଁ, ମହେନ୍ଦ୍ର କୁମାର ସାହୁ, ଦୀପକ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ନାଟ୍ୟ ସଂଘ କର୍ମକର୍ତ୍ତା ତଥା ନବରାତ୍ରି ମହୋତ୍ସବ କମିଟିର କର୍ମକର୍ତ୍ତମାନେ ଉପସ୍ଥିତ ଥିଲେ । ନାଟକଟି ଦର୍ଶକ ମାନଙ୍କୁ ବିମୋହିତ କରିବା ସହ ଆଧ୍ୟାତ୍ମିକ ଚେତନାରେ ଉଦବେଳିତ କରିଥିବା ପରିଲକ୍ଷିତ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

Related posts

ମହିଳା ପରିବାର ନିୟୋଜନ ବନ୍ଧ୍ୟାକରଣ ଅସ୍ତ୍ରୋପଚାର କ୍ଷେତ୍ରରେ ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଡାକ୍ତର ସଦାନନ୍ଦ ପାଣିଗ୍ରାହୀ ସମ୍ବର୍ଦ୍ଧିତ

Sunil Chandra Nayak

ଧରକୋଟ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ବୈଠକ ଓ କର୍ମକର୍ତ୍ତା ଚୟନ

Sunil Chandra Nayak

ବିଳମ୍ବିତ ରାତିରେ କାର୍ ଦୁର୍ଘଟଣା ଗ୍ରସ୍ତ : ରାସ୍ତା କଡ଼ରେ ଥିବା କାରକୁ ପଛପଟୁ ପିଟିଲା ଚଳନ୍ତା କାର୍, ଦୁଇ ଗୁରୁତର 

masiha

Leave a Comment

error: Content is protected !!