ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଜଗଦା ରେ ଉତ୍କଳ ଦିବସ ଓ ପ୍ରଥମ ଦିନ ଉତ୍ସବ ପାଳିତ 

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଜଗଦା ରେ ଉତ୍କଳ ଦିବସ ଓ ପ୍ରଥମ ଦିନ ଉତ୍ସବ ପାଳିତ 

ରାଉରକେଲା : ସ୍ଥାନୀୟ ଜଗଦା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୯୧ ତମ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ଉପସଭାପତି ସନ୍ତୋଷ କୁମାର ନାୟକ ଓ କୋଷାଧ୍ୟକ୍ଷ ଚନ୍ଦ୍ରଶେଖର ପତି ମା’ ସରସ୍ୱତୀଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍କଳର ବରପୁତ୍ରମାନଙ୍କର ତୈଳଚିତ୍ରରେ ପୁଷ୍ପାର୍ଚନ କରିଥିଲେ। ଶିଶୁ ଭଉଣୀମାନଙ୍କ ଦ୍ବାରା ସ୍ୱାଗତ ସଙ୍ଗୀତ ପରିବେଷଣ ପରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସୂର୍ଯ୍ୟନାରାୟଣ ଦାସ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ସ୍ୱାଗତ ଅଭିଭାଷଣରେ ଓଡ଼ିଶା ଦିବସର ମହତ୍ତ୍ୱ ପ୍ରତିପାଦନ କହିଥିଲେ। ଉପସଭାପତି ଶ୍ରୀ ନାୟକ ଅତୀତ ଓଡ଼ିଶାର ଐତିହ୍ୟ ସଂସ୍କୃତି ପରମ୍ପରା ବିଷୟରେ ଆଲୋକପାତ କରିବା ସହିତ ବୀର ଉତ୍କଳୀୟମାନଙ୍କ ପରାକ୍ରମ ସମ୍ବନ୍ଧରେ ସ୍ମୃତିଚାରଣ କରିଥିଲେ। କୋଷାଧ୍ୟକ୍ଷ ଶ୍ରୀ ପତି ନିଜକୁ ଓଡ଼ିଆ ବୋଲି ଗର୍ବ କରିବା ନିମନ୍ତେ ମତ ରଖିଥିଲେ। ବିଦ୍ୟାଳୟର ବରିଷ୍ଠ ଗୁରୁମା ସୁଚିତ୍ରା ଦର୍ଜୀ ମଧୁବାବୁଙ୍କ ଏକ କବିତା ଆବୃତ୍ତି କରିବା ସହ ଓଡ଼ିଆ ଭାବରେ ନିଜକୁ ପ୍ରତିଷ୍ଠିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଶିଶୁମାନେ ବକ୍ତବ୍ୟରେ ଓଡିଶା ଦିବସର ଐତିହ୍ୟ ଓ ମହାନତା ସଂପର୍କରେ ବର୍ଣ୍ଣନା କରିଥିଲେ। 

          ଶିଶୁ ବାଟିକାର ପ୍ରମୁଖ ବରିଷ୍ଠ ଗୁରୁମା ଜୟନ୍ତୀ ଦାଶଙ୍କ ତତ୍ତ୍ୱାବଧାନରେ ବିଦ୍ୟାଳୟରେ ପ୍ରଥମ କରି ନାମ ଲେଖାଇଥିବା ଶିଶୁମାନଙ୍କୁ ଫୁଲ ଚନ୍ଦନ ଓ ବେଲୁନ ଦେଇ ସ୍ୱାଗତ କରାଯାଇଥିଲା ଓ ବାଟିକା ବିଭାଗର ନୂତନ ଶିଶୁମାନଙ୍କ ଉଦ୍ଦେଶ୍ୟରେ ହୋମ ଯଜ୍ଞ ପୂଜାର୍ଚ୍ଚନା କରାଯାଇ ପ୍ରଥମ ଦିନର ଉତ୍ସବ ପାଳନ କରାଯାଇଥିଲା । ଆଚାର୍ଯ୍ୟ ଅଜୟ କୁମାର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିବା ବେଳେ ଆଚାର୍ଯ୍ୟ କାଶୀନାଥ ପାଢ଼ୀଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା। କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ଗୁରୁଜୀ ଗୁରୁମା ମାନେ ଯୋଗ ଦେଇଥିଲେ। ଶେଷରେ ଶାନ୍ତି ମନ୍ତ୍ର ଓ ପ୍ରସାଦ ବିତରଣ କରାଯାଇ କାର୍ଯ୍ୟକ୍ରମର ସମାପନ କରଯାଇଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ 

Sunil Chandra Nayak

ଓରାମ ସମାଜର ପ୍ରଶିକ୍ଷଣ କର୍ମଶାଳାର ସମାପନ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ବିଦ୍ଯୁତ ତାର ସ୍ପର୍ଶରେ ମହିଳା ମୃତ

Sunil Chandra Nayak

Leave a Comment

error: Content is protected !!